Health: ଶୀତ ଦିନେ ଗାଧୋଉ ନ ଥିଲେ ଖିସି ଖବର, ବଞ୍ଚିବେ ଅଧିକ ବର୍ଷ !
ମଣିଷ ସବୁ ଦିନ ସ୍ନାନ କରିଥାଏ ନିଜ ସୁସ୍ଥ ଶରୀରର ଗଠନ ପାଇଁ । ମାତ୍ର ଏହି ଗାଧୋଇବାକୁ ନେଇ ହୋଇଛି ଏକ ବଡ ଖୁଲାସା । ଜାଣିବା ସେ ବାବଦରେ ।
ସାଧାରଣତଃ ଗାଧୋଇବା ଆମର ଦୈନନ୍ଦିନ ନିତ୍ୟକର୍ମର ଅଂଶବିଶେଷ ବୋଲି ଆମେ ଜାଣିଛେ। ମାତ୍ର, ଶୀତ ଦିନରେ ଗାଧୋଇବାକୁ ସମସ୍ତେ ପସନ୍ଦ କରନ୍ତିନି। ଯେଉଁମାନେ ଶୀତଦିନେ ଗାଧୋଇନଥାନ୍ତି, ସେମାନେ ଏକଥା କାହା ଆଗରେ କହିବାକୁ ବି ସଂକୋଚ କରିଥାଆନ୍ତି। କାରଣ ଏହାକୁ ଅସ୍ୱାସ୍ଥ୍ୟକର ବୋଲି କୁହାଯାଏ । ଶୀତ ଦିନେ ଗାଧୋଉନଥିବା ଲୋକଙ୍କ ଆୟୁଷ ବଢ଼ିଥାଏ ବୋଲି ଇନଷ୍ଟାଗ୍ରାମରେ ଏକ ଭିଡିଓରେ ହୋଇଥିବା ଦାବିକୁ ନେଇ ଏବେ ନାନା ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି ।
ସୋସିଆଲ ମିଡିଆରେ ଡକ୍ଟର ରେବେକ୍କା ପିଣ୍ଟୋ (Dr Rebecca Pinto) ଶେୟାର କରିଥିବା ଭିଡିଓରେ ପରାମର୍ଶ ଦେଇଛନ୍ତି ଯେ, ଶୀତ ଦିନରେ ନ ଗାଧୋଇବା ଏତେ ବି ଖରାପ ନୁହେଁ। କାରଣ ଏହା ଆପଣଙ୍କ ବୟସ ୩୪ ପ୍ରତିଶତ ବୃଦ୍ଧି କରିଥାଏ। ଭିଡିଓଟି ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ପ୍ରାୟ ୭ ମିଲିୟନ ୟୁଜର୍ସ ଦେଖିଲେଣି। ଏହି ଭିଡିଓରେ ଯଦିଓ ଅନେକ ତଥ୍ୟ ଦିଆଯାଇଛି, ହେଲେ ସମସ୍ତେ ଏହା ଉପରେ ବିଶ୍ୱାସ କରି ନାହାନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ ବକ୍ସରେ ସେମାନଙ୍କର ସନ୍ଦେହ ପ୍ରକାଶ କରିଛନ୍ତି। କାରଣ ଏହା କେମିତି ସମ୍ଭବ ହୋଇବ ବୋଲି ସେମାନେ ଏବେ ବି ସନ୍ଦେହରେ ।

ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବି ଯଦିଓ ଶୁଣିବାକୁ ବହୁତ ଭଲ ଲାଗୁଛି, ହେଲେ ବିଶେଷଜ୍ଞ ତାଙ୍କ ଭିଡିଓରେ ଏହି ଦାବି ବିଷୟରେ କୌଣସି ପତ୍ରିକା କିମ୍ବା ଗବେଷଣାତ୍ମକ ପ୍ରମାଣ ପ୍ରକାଶ କରିନାହାନ୍ତି। ଫଳରେ କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ଏହା ଉପରେ କୌଣସି ଗବେଷଣାତ୍ମକ ଲେଖା ଅଛି କି? ଯଦି ହଁ, ତେବେ ଏତେ ସାହସିକ ଦାବି କରିବା ପୂର୍ବରୁ ଆପଣଙ୍କୁ ଏହି ପ୍ରମାଣ ଶେୟାର କରିବା ଉଚିତ ଥିଲା।
ଏ ପ୍ରସଙ୍ଗରେ ଅନ୍ୟ ବିଶେଷଜ୍ଞମାନେ କିଛିମାତ୍ରାରେ ଏକମତ ହୋଇଥିଲେ ବି ଶୀତଦିନେ ଗାଧୋଇବା ସଂପୂର୍ଣ୍ଣ ବନ୍ଦ କରିଦେବା କ୍ଷତିକାରକ ହୋଇପାରେ ବୋଲି କହିଛନ୍ତି। ବେଙ୍ଗାଲୁରୁର ଗ୍ଲେନିଗଲ୍ସ ବିଜିଏସ୍ ହସ୍ପିଟାଲର ଏଚ୍ଓଡି ଡକ୍ଟର ବାଲକୃଷ୍ଣ କହିଛନ୍ତି ଯେ ସଂପୂର୍ଣ୍ଣ ନ ଗାଧୋଇବା ଦ୍ୱାରା ଆୟୁଷରେ ୩୪ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି କରାଯାଇଥିବା ଦାବି ଅତିରଞ୍ଜିତ। ଯଦିଓ ବାରମ୍ବାର ଗାଧୋଇବା ଦ୍ୱାରା ଚର୍ମରେ ଥିବା ମାଇକ୍ରୋବାଇଓମ୍ ଏବଂ ପ୍ରାକୃତିକ ପ୍ରତିରକ୍ଷା ଶକ୍ତି କ୍ଷତି ହୋଇପାରେ, କିନ୍ତୁ ଗାଧୋଇବା ସଂପୂର୍ଣ୍ଣ ଛାଡିଦେବା ଅସ୍ୱାସ୍ଥ୍ୟକର ଏବଂ ସଂକ୍ରମଣ ହୋଇପାରେ।
କମ ତାପମାତ୍ରା ଏବଂ ଥଣ୍ଡାର ସଂସ୍ପର୍ଶ ଶରୀରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ, ଏବଂ ଏହା ବିଭିନ୍ନ ପ୍ରଜାତି ପାଇଁ ସତ୍ୟ। ଗବେଷଣାରୁ ଜଣାପଡ଼ିଛି ଯେ ଥଣ୍ଡା କିଛି ପ୍ରଜାତିର ମେଟାବୋଲିକ୍ ହାରକୁ ହ୍ରାସ କରିପାରେ, କିନ୍ତୁ ଏହା ପ୍ରକୃତରେ ମଣିଷ କ୍ଷେତ୍ରରେ କେତେ ସତ୍ୟ, ତାହାର କୌଣସି ଦୃଢ଼ ପ୍ରମାଣ ନାହିଁ।
କମ ତାପମାତ୍ରା ଏବଂ ଥଣ୍ଡାର ସଂସ୍ପର୍ଶ ଶରୀରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ, ଏବଂ ଏହା ବିଭିନ୍ନ ପ୍ରଜାତି ପାଇଁ ସତ୍ୟ। ଗବେଷଣାରୁ ଜଣାପଡ଼ିଛି ଯେ ଥଣ୍ଡା କିଛି ପ୍ରଜାତିର ମେଟାବୋଲିକ୍ ହାରକୁ ହ୍ରାସ କରିପାରେ, କିନ୍ତୁ ଏହା ପ୍ରକୃତରେ ମଣିଷ କ୍ଷେତ୍ରରେ କେତେ ସତ୍ୟ, ତାହାର କୌଣସି ଦୃଢ଼ ପ୍ରମାଣ ନାହିଁ।












Click it and Unblock the Notifications