ଆପଣ ଖାଉଛନ୍ତି କି କନ୍ଦମୂଳ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଉପଯୋଗୀ

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ। ଏହା ସବୁ ପ୍ରକାରର ପନିପରିବା ଠାରୁ ଲାଭଦାୟକ ହୋଇଥାଏ । କେହି କେହି ଏହାକୁ ସ୍ୱିଟ ପୋଟାଟୋ ମଧ୍ୟ କହନ୍ତି । ଯେମିତି ମିଠା ଏହାର ସ୍ୱାଦ ଥାଏ ସେମିତି ଲାଭଦାୟକ ଶରୀର ପାଇଁ ହୋଇଥାଏ ।

ତେବେ ଜାଣନ୍ତୁ କନ୍ଦମୂଳ ଖାଇବା ଦ୍ୱାରା କେଉଁ କେଉଁ ରୋଗ ହୋଇନଥାଏ । ଆପଣ ଜାଣନ୍ତି କି, ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ୧୪ ବର୍ଷ ବନବାସ ସମୟରେ କନ୍ଦମୂଳ ଖାଇ ରହିଥିଲେ । କନ୍ଦମୂଳରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ ।

sweet patato

କନ୍ଦମୂଳ ଖାଇବା ଦ୍ୱାରା ରୋଗ ପାଖକୁ ଆସିନଥାଏ । କନ୍ଦମୂଳରେ ଅଧିକାଂଶ ଆଇରନ ଥିବାରୁ ରକ୍ତହୀନତା ହ୍ରାସ ପାଇଥାଏ । ଅସ୍ଥାମାରୁ ରକ୍ଷା କରିଥାଏ କନ୍ଦମୂଳ । ଶରୀରକୁ ଗରମ ରଖିବା ସହ ଏଥିରେ ଥିବା ଭିଟାମିନ ସି ଫୁସଫୁସ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ ।

କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ଭଲ ହୋଇଥାଏ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ବ୍ଲଡରେ ଥିବା ଦୂଷିତ କୋଲେଷ୍ଟ୍ରୋଲ କମିବାକୁ ଲାଗିଥାଏ । ଏବଂ ହାଡ ମଜବୁତ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+