Get Updates
Get notified of breaking news, exclusive insights, and must-see stories!

ରୋଗ ଦୂର କରେ ଡାଳିମ୍ବ, କୋଲେଷ୍ଟ୍ରୋଲ-ଡାଇବେଟିସ୍ ରୋଗୀ ଖାଇଲେ କ'ଣ ହୁଏ ?

ବିଭିନ୍ନ ପ୍ରକାର ଫଳ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ସାହାଯ୍ୟ କରେ । ସେଥିମଧ୍ୟରୁ ଅନ୍ୟତମ ଡାଳିମ୍ବ । ଏହି ଫଳ କେବଳ ସ୍ବାଦିଷ୍ଟ ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ବି ରହିଛି ।

ଡାଳିମ୍ବ ପୋଷକ ତତ୍ତ୍ବରେ ଭରପୂର । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ସି, ଭିଟାମିନ-କେ, ଫୋଲେଟ ଓ ପୋଟାସିୟମ ସହିତ ଆଣ୍ଟିଅକ୍ସିଡାଣ୍ଟ ମିଳେ । ନିୟମିତ ରୂପେ ଡାଳିମ୍ବ ଖାଇବା ଦ୍ବାରା ରକ୍ତଚାପ ଓ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ । ଏହାର ଔଷଧୀୟ ଗୁଣ କେତେକ କ୍ୟାନ୍ସର ଭଳି ରୋଗ ସହ ଲଢିବାରେ ସାହାଯ୍ୟ କରେ ।

ଡାଳିମ୍ବକୁ ନେଇ ଆଉ ଏକ ରୋଚକ କଥା ହେଲା- ଏହାର ମଞ୍ଜି ସହିତ ଚୋପା ଓ ଫୁଲ ବି ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍ ଲାଭଦାୟକ । ଜାଣନ୍ତୁ ଡାଳିମ୍ବ ଖାଇଦ୍ବା ଦ୍ବାରା କି କି ଫାଇଦା ମିଳେ

ଡାଳିମ୍ବରେ ପୋଷକ ତତ୍ତ୍ବ:

ଭିଟାମିନ ସି, କେ
ପୋଟାସିୟମ
ଲୌହ ତତ୍ତ୍ବ
ପ୍ରୋଟିନ
ମ୍ୟାଗ୍ନେସିୟମ
ହୃଦୟ ପାଇଁ ଭଲ: ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ପୀଡିତ ବ୍ୟକ୍ତି ପ୍ରତିଦିନ ଗୋଟିଏ ଡାଳିମ୍ବ ଖାଇପାରିବେ । କାରଣ ଏହା ଶରୀରରେ ନାଇଟ୍ରିକ ଏସିଡ ବଢାଏ ଓ ରକ୍ତଚାପ ନିୟନ୍ତ୍ରିତ କରିଥାଏ । ଏଥିରେ ହୃଦୟ ସୁସ୍ଥ ରହିଥାଏ ଓ ହୃଦରୋଗ ଆଶଙ୍କା କମିଥାଏ ।

ମଧୁମେହ ନିୟନ୍ତ୍ରିତ କରେ: ମଧୁମେହ ରୋଗୀ ଡାଳିମ୍ବ ଖାଇବା ଦ୍ବାରା ରକ୍ତରେ ଶର୍କର ସ୍ତର ନିୟନ୍ତ୍ରିତ ରହିଥାଏ । ଏଥିସହ ଏହି ଫଳରେ ବଂଶାନୁଗତ ମଧୁମେହ ରୋକିବାର କ୍ଷମତା ଥାଏ ।

ଏନିମିଆ ଦୂର କରେ: ଡାଳିମ୍ବରେ ଫୋଲେଟ ଓ ଆଇରନ ଭରପୂର ରହିଛି, ଯାହା ରକ୍ତ ଉତ୍ପାଦନ ପାଇଁ ଆବଶ୍ୟକ । ସାଧାରଣତଃ ଶରୀରରେ ଆଇରନର ଅଭାବ ହେଲେ ଏନିମିଆ ହୋଇଥାଏ । ତେଣୁ ଏନିମିଆ ପୀଡିତ ବ୍ୟକ୍ତି ପ୍ରତିଦିନ ସକାଳେ ଖାଲି ପେଟରେ ଡାଳିମ୍ବ ଖାଇଲେ ରକ୍ତ ବଢିଥାଏ ।

ତ୍ବଚାରେ ଗ୍ଲୋ ଆଣେ: ଡାଳିମ୍ବରେ ପ୍ରଚୁର ଭିଟାମିନ-ସି ମିଳେ । ଏହା ତ୍ବଚାରେ ଚମକ ଆଣିବା ସହ ସୁସ୍ଥ ରଖେ । ପ୍ରତିଦିନ ଏହି ଫଳ ଖାଇବା ଦ୍ବାରା ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ଯୋଗୁଁ ତ୍ବଚାରେ ବୟସର ଛାପ ରୋକିଥାଏ । ଏହା ନୂଆ କୋଷିକା ତିଆରି କରେ ଏବଂ ଚର୍ମ କୁଞ୍ଚନ ଓ ତ୍ବଚା ସଂକ୍ରମଣରୁ ସୁରକ୍ଷା ଦିଏ ।

Health Benefits Of Pomegranate

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଏଥିରେ ଥିବା ଭିଟାମିନ ସି ଓ ଅନ୍ୟ ପୋଷକ ତତ୍ତ୍ବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହା ଦାନ୍ତ ପାଇଁ ବି ଖୁବ୍ ଭଲ । ଡାଳିମ୍ବ ଖାଇଲେ ଦାନ୍ତ ସୁସ୍ଥ ଓ ମଜଭୁତ ରହିଥାଏ ।

ପାଚନ ଠିକ୍ ରଖେ: ଡାଳିମ୍ବରେ ଫାଇବର ରହିଛି, ଯାହା ଶରୀର ପାଇଁ ଜରୁରୀ । ପ୍ରତିଦିନ ଡାଳିମ୍ବ ଖାଇବା ଦ୍ବାରା ପାଚନ ତନ୍ତ୍ର ଠିକ୍ ଭାବେ କାମ କରେ ଓ ପାଚନ ସମ୍ବନ୍ଧୀୟ ସମସ୍ୟା ହୁଏନି ।

କ୍ୟାନ୍ସରରୁ ସୁରକ୍ଷା: ଡାଳିମ୍ବରେ ସବୁ ପ୍ରକାରର କ୍ୟାନ୍ସର ଯେମିତିକି- ଟ୍ୟୁମର, ବ୍ରେଷ୍ଟ କ୍ୟାନ୍ସର ରୋକିବାର ଶକ୍ତି ରହିଛି । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡେ, ପ୍ରତିଦିନ ଗୋଟିଏ ଡାଳିମ୍ବ ସେବନ କ୍ୟାନ୍ସର କୋଷିକା ଉତ୍ପାଦନ ସୀମିତ କରିପାରେ ।

ସ୍ମରଣ ଶକ୍ତି ବଢାଏ: ନିୟମିତ ଡାଳିମ୍ବ ଖାଇଲେ ପ୍ରାକୃତିକ ଭାବେ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର ଶକ୍ତି ବଢେ ଓ ମସ୍ତିଷ୍କ ସକ୍ରିୟ ରହେ । ଏହା ଅଲଜାଇମର ଭଳି ରୋଗକୁ ସୁରକ୍ଷା ଦିଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+