ସୋରିଷ ଶାଗକୁ ନିଜ ଡାଏଟରେ ସାମିଲ କରନ୍ତୁ, ମିଳିବ ଏହିସବୁ ଫାଇଦା
ଶାଗ ସାସ୍ଥ୍ୟ ପାଇଁ ବେଶ୍ ହିତକାରୀ ଅଟେ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ, ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ଅନେକ ରୋଗରୁ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ ଶାଗ । ଏଥିପାଇଁ ଡାକ୍ତରଙ୍କ ଠାରୁ ବିଶେଷଜ୍ଞମାନେ ଶାଗ ପାଇଁ ପରାମର୍ଶ ଦେଇଥାନ୍ତି । ଦୁନିଆରେ ଅନେକ ପ୍ରକାରର ଶାଗ ଦେଖ୍ôବାକୁ ମିଳିଥାଏ । ଯାହା ନିଜର ଗୁଣ ପାଇଁ ପରିଚିତ । ବିଭିନ୍ନ କିସମର ଶାଗ ମଧ୍ୟରୁ ଅନ୍ୟତମ ହେଉଛି ସୋରିଷ ଶାଗ । ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ବିଷୟରେ...
ସୋରିଷ ଶାଗରେ କମ୍ କ୍ୟାଲୋରୀ ରହିଥାଏ ଏବଂ ଫାଇବର ଅଧିକ ରହିଥାଏ । ଏଥିରେ ପୋଟାସିୟମ୍, କ୍ୟାଲସିୟମ, ଫାଇବର, ଭିଟାମିନ୍, ମିନେରାଲ, ପ୍ରୋଟିନ ଭଳି ଅନେକ୍ ଗୁଣକାରୀ ତତ୍ତ୍ୱ ଭରି ରହିଥାଏ । ନିୟମିତ ସୋରିଷ ଶାଗକୁ ନିଜ ଡାଏଟରେ ସାମିଲ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ହୃଦୟ ସମ୍ବନ୍ଧୀୟ ସମସ୍ୟା ପାଇଁ ସୋରିଷ ଶାଗ ଲାଭଦାୟକ ବୋଲି କୁହାଯାଏ । ସୋରିଷ ଶାଗ ନିୟମିତ ସେବନ କରିବା ଦ୍ୱାରା,

ଏହା କୋଲେଷ୍ଟ୍ରଲକୁ କମ୍ କରିବାରେ ସହାୟକ ହୋଇଥାଏ । ସୋରିଷ ଶାଗରେ କ୍ୟାଲସିୟମ୍, ପୋଟାସିୟମ୍ ଭରପୁର ମାତ୍ରାରେ ରହିଥାଏ । ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ଆଖିକୁ ସୁସ୍ଥ ରଖୁବାରେ ସାହାଯ ହାଯ୍ୟ କରେ ସୋରିଷ ଶାଗ । ଏଥୁରେ ଭିଟାମିନ୍'ଏ' ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ଆଖିକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥାଏ । ଏଥିପାଇଁ ନିୟମିତ ସୋରିଷ ଶାଗ ଖାଇବା ଉଚିତ୍ ।












Click it and Unblock the Notifications