ଜାଣନ୍ତୁ ଆମ୍ବର ଔଷଧୀୟ ଗୁଣ ...

ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ ଥାଏ । ଗରମ ଆରମ୍ଭରୁ ହିଁ ବଜାରକୁ ବିଭିନ୍ନ ଭେରାଇଟର ଆମ୍ବ ପହଁଚିସାରିଲାଣି । କିଏ ଏହାକୁ ସେକ୍ କରୁଛନ୍ତି ତ ଆଉ କିଏ ସାଲାଡରେ ବ୍ଯବହାର କରୁଛନ୍ତି । ଏହାଛଡା ଆମ୍ବର ବ୍ଯବହାର କେଶ ଏବଂ ତ୍ବଚା ପାଇଁ ମଧ୍ୟ କରାଯାଇଥାଏ । କେଶର କଣ୍ଡିସନିଂ ହେଉ କିମ୍ବା ତ୍ବଚାର କୁଞ୍ଚନ ହଟେଇବା ପାଇଁ ହେଉ ଆମ୍ବ ଏହି ସବୁ ଚିନ୍ତାରୁ ଦୂର କରିଥାଏ ।

ଚେହେରାରେ କୁଞ୍ଚନ ଏବଂ ରିଙ୍କଲ୍ସ ଦୂର କରିଥାଏ ଆମ୍ବ

ଆମ୍ବରେ ପ୍ରସ୍ତୁତ ଫେସପ୍ଯାକ ଦ୍ବାରା ଆପଣଙ୍କ ଚେହେରାରେ ଆସୁଥିବା ରିଙ୍କଲ୍ସ କିମ୍ବା କୁଞ୍ଚନ ଦୂର ହୋଇଥାଏ । ଆମ୍ବ ରସ ଏବଂ ଅଣ୍ଡାର ଧଳାଅଂଶକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପ୍ଯାକକୁ ଚେହେରାରେ ଲଗାଇ ୩୦ ମିନିଟ ଛାଡିଦିଅନ୍ତୁ । ଏହି ପ୍ଯାକରେ ମହଜୁଦ ଥିବା ଆଣ୍ଟିଅକ୍ସଡେଣ୍ଟ ଏବଂ କୋଲାଜନ ଆପଣଙ୍କ ତ୍ବଚାର ଚମକ ଆଣିଥାଏ । ସପ୍ତାହରେ ଥରେ ଏହି ପ୍ଯାକକୁ ଲଗାଇଲେ ଆପଣଙ୍କ ତ୍ବଚା ସୁସ୍ଥ ଏବଂ ସୁନ୍ଦର ଦେଖାଯାଇଥାଏ ।

mango

ଚେହେରାକୁ ପରିଷ୍କାର କରିଥାଏ ଆମ୍ବ

ଶୁଖିଲା ଆମ୍ବର ଚୋପାକୁ ଗ୍ରାଇଣ୍ଡିଂ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡର ସହିତ ଗହମର ଅଟାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଚେହେରାରେ ଏହି ପେଷ୍ଟକୁ ଲଗାଇ ୧୦ ମିନିଟ ପର୍ଯ୍ଯନ୍ତ ଶୁଖିବାକୁ ଛାଡିଦିଅନ୍ତୁ । ତାପରେ ଥଣ୍ଡା ପାଣିରେ ଧୋଇ କ୍ରିମ ଲଗାନ୍ତୁ । ଏହାଦ୍ବାରା ଚେହେରା ପରିଷ୍କାର ହେବା ସହିତ ଲୁଚି ରହିଥିବା ରଙ୍ଗକୁ ମଧ୍ୟ ସଫା କରିଥାଏ ।

ଆମ୍ବର ଫେସପେକ ରେ ଚମକି ଉଠିଥାଏ ତ୍ବଚା

ଯଦି ଗରମ ପବନ ଦ୍ବାରା ଆପଣଙ୍କ ତ୍ବଚାର ଚମକ କମିଯାଉଥାଏ ତେବେ ଆମ୍ବରସରେ ବାଦାମ ଗୁଣ୍ଡ ଏବଂ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଚେହେରାରେ ଲଗାଇ ଶୁଖିଗଲାପରେ ଥଣ୍ଡା ପାଣିରେ ଭଲଭାବେ ଧୋଇଦିଅନ୍ତୁ । ନିୟମିତ ଏହାର ବ୍ଯବହାର ଦ୍ବାରା ଆପଣଙ୍କ ଚେହେରାରେ ଚମକ ଆସିଥାଏ ।

କେଶର କଣ୍ଡିସନିଂ କରିଥାଏ ଆମ୍ବ

ଆମ୍ବ ରସରେ ଅଳ୍ବ ଦହି ମିଶାଇ ଭଲଭାବେ ଫେଣ୍ଟି ଦିଅନ୍ତୁ । ଏଥିରେ ଅଣ୍ଡାର ଲାଳ ଅଂଶ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ହେୟାର ମାସ୍କକୁ କେଶରେ ଲଗାଇ ଅଧଘଣ୍ଟା ପର୍ଯ୍ଯନ୍ତ ଛାଡି ଦିଅନ୍ତୁ,ତାପରେ ସାମ୍ପୁ ଲଗାଇ ଦିଅନ୍ତୁ । ମଜଭୂତ କେଶ ପାଇଁ କିମ୍ବା ଧଳା କେଶକୁ ଦୂର କରିବା ପାଇଁ ଆମ୍ବର ପ୍ରସ୍ତୁତ ତେଲ ବ୍ଯବହାର କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+