ସକାଳୁ ପିଅନ୍ତୁ ଗ୍ରୀନ କଫି, ନଚେତ୍....
ଆମେ ସବୁବେଳେ ଶୁଣି ଆସିଛୁ ଯେ କଫିରେ ଥିବା କ୍ୟାଫେନ୍ ଆମ ସାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ। ବିଶେଷକରି ଯେଉଁମାନଙ୍କର ରକ୍ତହୀନତା ସମସ୍ୟା ରହିଛି, କଫି ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ । କଫିରେ ଥିବା କ୍ୟାଫେନ୍ ଶରୀରରେ ଲୌହର ଅବଶୋଷଣକୁ ହ୍ରାସ କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଗ୍ରୀନ କଫିରେ ଅଳ୍ପ ପରିମାଣରେ କ୍ୟାଫେନ୍ ଥାଏ ଯେଉଁଥିପାଇଁ ଏହା ସାସ୍ଥ୍ୟ ଉପରେ ଆଦୌ କ୍ଷତିକାରକ ନୁହେଁ ।
ହେଲ୍ପ ଲାଇନ ଅନୁଯାୟୀ, ଗ୍ରୀନ୍ କଫି ଅନରୋଷ୍ଟେଡ କଫି ବିନରୁ ତିଆରି ହୋଇଥାଏ ଯେଉଁଥ୍ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଅଧିକ ରହିଛି । ଏହାର ଅନେକ ଲାଭ ଅଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗ୍ରୀନ କଫି ଦ୍ୱାରା ଆମେ ଓଜନ ମଧ୍ୟ ହ୍ରାସ କରିପାରିବା । ଏହା ଆମ ସାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା... ଓଜନ ହ୍ରାସ କରେ ଯଦି ସକାଳେ ସାଧାରଣ ଚା କିମ୍ବା କଫି ବଦଳରେ ଗ୍ରୀନ କଫି ସେବନ କରିବେ ତାହେଲେ ଏହା ଓଜନ ହ୍ରାସ କରିପାରେ।

ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ ଗ୍ରୀନ କଫି ବିନ୍ଧ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ କିଛି ମାତ୍ରାରେ ସାହାଯ୍ୟ କରିଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଗ୍ରୀନ କଫି ବିନ୍ଧରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ବାଦ୍ଧକ୍ୟ ପ୍ରକ୍ରିୟାକୁ ମଧ୍ୟ ମନ୍ଥର କରିଥାଏ ଏବଂ ଚର୍ମ ଏବଂ କେଶକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ।
ମଧୁମେହକୁ ନିୟନ୍ତ୍ରଣ କରେ - ଯଦି ଆପଣ ନିୟମିତ ଚା କିମ୍ବା କଫି ଅନେକ ଗ୍ରୀନ କଫି ସେବନ କରିବେ ତାହେଲେ ଆପଣ ରକ୍ତରେ ଚିନି ପରିମାଣକୁ ହ୍ରାସ କରିପାରିବେ । ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହାର କ୍ରମାଗତ ବ୍ୟବହାର ସହିତ ଟାଇପ୍ -୨ ଡାଏବେଟିସ ସମସ୍ୟା ଦୂର ହୋଇଥାଏ












Click it and Unblock the Notifications