ଜାଣନ୍ତୁ କଞ୍ଚା ଲଙ୍କା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?

ପାଟିକୁ ରାଗ ଲାଗୁଥିବା କଞ୍ଚା ଲଙ୍କା ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଆଜିକାଲି ଖାଦ୍ୟରେ ଶୁଖିଲା ଲଙ୍କାର ବ୍ୟବହାର ଅଧିକ ହେଉଛି, ଯାହା କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଶୁଖିଲା ଲଙ୍କା ବଦଳରେ କଞ୍ଚାଲଙ୍କା ଖାଆନ୍ତୁ। ଏଥିରେ ଭିଟାମିନ 'ଏ' ଏବଂ ଭିଟାମିନ 'ସି' ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ସହିତ ଏଥିରେ ଭିଟାମିନ୍ 'ବି', ଆଇରନ, କପର, ପୋଟାସିୟମ, ପ୍ରୋଟିନ ଓ କାର୍ବୋହାଇଡ୍ରେଟ ରହିଛି। ଏସବୁ ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରେ। ଆସନ୍ତୁ କଞ୍ଚାଲଙ୍କାରୁ ଆମକୁ ମିଳୁଥିବା ଫାଇଦା ବିଷୟରେ।

ହଜମ କ୍ରିୟା ଭଲ ହୁଏ:

କଞ୍ଚା ଲଙ୍କା ଖାଇବା ଦ୍ୱାରା ଖାଦ୍ୟ ଠିକ୍‌ରେ ହଜମ ହୁଏ। ଅପରପକ୍ଷରେ ଶୁଖିଲା ଲଙ୍କା ହଜମ କ୍ରିୟାକୁ ବିଗାଡ଼ି ଦିଏ।

Green Chillies

ଚିନ୍ତା ଦୂର କରେ:

ଆଜିକା ଯୁଗରେ ଚିନ୍ତା ଏକ ବଡ଼ ସମସ୍ୟା ପାଲଟିଛି। ଲୋକ ମାନେ ଚିନ୍ତାରୁ ବଞ୍ଚିବା ଲାଗି ନାନା ଉପାୟ ଅବଲମ୍ୱନ କରୁଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି କଞ୍ଚାଲଙ୍କା ଖାଇବା ଦ୍ୱାରା ମୁଣ୍ଡରେ 'ଏଣ୍ଡ୍ରୋଫିନର' ସଞ୍ଚାର ହୋଇଥାଏ ଯାହା ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଦ୍ୱାରା ଆମେ ମାନସିକ ସ୍ତରରେ ସତେଜ ଅନୁଭବ କରୁ।

କ୍ୟାନସରର ମୁକାବିଲା କରେ:

କଞ୍ଚା ଲଙ୍କାରୁ ମିଳୁଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ମଜଭୁତ କରିଥାଏ। ଏହା କ୍ୟାନସର ପରି ରୋଗ ସହ ଲଢିବାରେ ସାହାଯ୍ୟ କରେ। ଫୁସ୍‌ଫୁସ୍‌ କ୍ୟାନସର ରୋଗୀଙ୍କ ପାଇଁ କଞ୍ଚାଲଙ୍କା ଅଧିକ ଉପକାରୀ। ଅଧିକ ଧୂମପାନ କରୁଥିବା ଲୋକେ କଞ୍ଚାଲଙ୍କା ଖାଇବା ଉଚିତ।

ସୁଗାର ନିୟନ୍ତ୍ରଣ କରେ:

ଶରୀରରେ ସୁଗାରର ନିୟନ୍ତ୍ରଣ କରିବାରେ କଞ୍ଚାଲଙ୍କା ବଡ଼ ଉପକାରୀ ସାବ୍ୟସ୍ତ ହୁଏ। ଏଥିପାଇଁ ଏକ ଗ୍ଲାସ୍‌ ପାଣିରେ କଞ୍ଚାଲଙ୍କାକୁ ଭାଙ୍ଗି ରାତିସାରା ବତୁରାଇ ଦିଅନ୍ତୁ। ସକାଳୁ ସେଥିରୁ ମଞ୍ଜି ବାହାର କରି ପାଣି ପିଅନ୍ତୁ। ଏକ ମାସ ପର୍ଯ୍ୟନ୍ତ ଏହି ଉପାୟ ଅବଲମ୍ୱନ କରିବା ଦ୍ୱାରା ସୁଗାର ନିୟନ୍ତ୍ରଣ ହୁଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+