ଖାଲି ପେଟରେ ପିଅନ୍ତୁ ପାଣି , ମିଳିବ ଏହି ଲାଭ ....
ପାଣି ପିଇବା ଶରୀର ଏବଂ ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ । ଶରୀରରେ ପାଣି କମ୍ ହୋଇଗଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେଣୁ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏବେ ଆସନ୍ତୁ ଜାଣିବା ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ କି ଲାଭ ମିଳିଥାଏ ।
- ସକାଳେ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ ଶରୀରରେ ଥିବା ଅପରିସ୍କାର ତଥା ବିଷାକ୍ତ ପ୍ରଦାର୍ଥ ବାହାରି ଯାଇଥାଏ ।
- ଖାଲି ପେଟରେ ପାଣି ପିଇଲେ ପେଟରେ ଥିବା ମଳ ସହଜରେ ବାହାରି ଯାଇଥାଏ । ପେଟ ଭଲ ଭାବରେ ସଫା ହେବା ଯୋଗୁଁ ଭୋକ ମଧ୍ୟ ଭଲ ଭାବରେ ଲାଗିଥାଏ ।

ଖାଲି ପେଟରେ ପାଣି ପିଇବା ଯୋଗୁଁ ମସ୍ତିସ୍କକୁ ଅକ୍ସିଜେନ୍ ସହଜରେ ମିଳିଥାଏ । ଯାହା ଫଳରେ ଚିନ୍ତା ଦୂର ହୋଇ ମସ୍ତିସ୍କ ସକ୍ରିୟ ରହିଥାଏ ।
- ସକାଳେ ଖାଲି ପେଟରେ ପାଣି ପିଇବା ଯୋଗୁଁ ଶରୀରରେ ଜମା ଅତିରିକ୍ତ ଚର୍ବି କମ୍ ହୋଇଯାଏ । ଯାହା ଫଳରେ ଓଜନ କମିଥାଏ ।
- କିଡନୀରେ ଥିବା ଅପରିସ୍କାର ପଦାର୍ଥ ବାହାରି ଯାଇଥାଏ । ଯାହା ଫଳରେ କିଡନୀ ସୁସ୍ଥ ରହିବା ସହ ଷ୍ଟୋନର ଭୟ ନଥାଏ ।
- ପ୍ରତିଦିନ ଖାଲି ପେଟରେ ପାଣି ପିଇବା ଯୋଗୁଁ କୋଷ ଗୁଡକିୁ ଅକ୍ସିଜେନ୍ ମିଳିଥାଏ । ଯାହା ଫଳରେ ତ୍ବଚା ଭିତରୁ ସଫା ହେବା ସହ ତ୍ବଚାରେ ପ୍ରାକୃତିକ ଚମକ ଆସିଥାଏ ।
- ଯେଉଁ ଲୋକଙ୍କ ମୁଣ୍ଡ ସର୍ବଦା ବିନ୍ଧୁଥାଏ ସେମାନେ ପ୍ରତିଦିନ ଖାଲିପେଟରେ ଦୁଇ ଗ୍ଲାସ୍ ପାଣି ପିଇବା ଉଚିତ୍ ।
ରୋଗ ସହ ଲଢିବା ପାଇଁ ରୋଗପ୍ରତିରୋଧକ କ୍ଷମତା ମଜଭୂତ ହେବା ନିହାତି ଜରୁରୀ । ଖାଲି ପେଟରେ ପାଣି ପିଇବା ଯୋଗୁଁ ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
ହାନିକାରକ ତତ୍ବକୁ ରକ୍ତ ସହ ମିଶିବାକୁ ଦେଇନଥାଏ ପାଣି । ପର୍ୟ୍ୟାପ୍ତ ପରିମାଣର ପାଣି ପିଇବା ଯୋଗୁଁ ନୂଆ କୋଷ ତିଆରି ହେବାର ପ୍ରକ୍ରିୟା ବଢିଯାଇଥାଏ ।
ପ୍ରତିଦିନ ଖାଲି ପେଟରେ ପାଣି ପିଇବା ଦ୍ବାରା ମେଟାବୋଲିଜିମ୍ ସକ୍ରିୟ ହୋଇଯାଇଥାଏ ।
ବ୍ୟାୟାମରେ ସାହାଯ୍ୟ କରିଥାଏ
ସଠିକ୍ ପରିମାଣର ପାଣି ପିଇଲେ ଅନେକ ଲାଭ ହୋଇଥାଏ । ତାହା ମଧ୍ୟରୁ ଗୋଟିଏ ହେଉଛି ଏହା ଆପଣଙ୍କୁ ବ୍ୟାୟାମରେ ସାହାଯ୍ୟ କରିଥାଏ । ମାଂସପେଶୀକୁ ଠିକ୍ ଭାବରେ କାମ କରିବା ପାଇଁ ସୋଡିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସନ୍ତୁଳନ ରହିବା ଅବଶ୍ୟକତା ଥାଏ। ଆଉ ଉଚିତ୍ ହାଇଡ୍ରେସନ୍ ବିନା ଏହା ସମ୍ଭବ ହୋଇନଥାଏ । ତେଣୁ ବ୍ୟାୟାମ୍ ପୂର୍ବରୁ ହାଇଡ୍ରେଟେଡ୍ ରହିବା ପାଇଁ ଦୈନିକ ୮ ଗ୍ଲାସ୍ ପାଣି ପିଇବା ନିହାତି ଜରୁରୀ ।
ଅପରିଷ୍କାର ପଦାର୍ଥ ବାହାର କରିଥାଏ
ତରଳ ପଦାର୍ଥ ରୂପରେ କିଡନୀ ଆପଣଙ୍କ ଶରୀରରୁ ଅପରିଷ୍କାର ଖାଦ୍ୟ ପଦାର୍ଥକୁ ବାହାର କରିଥାଏ । ଆଉ ଏପରି କରିବା ପାଇଁ ହେଲେ ଶରୀରକୁ ଆବଶ୍ୟକ ପର୍ଯ୍ଯାପ୍ତ ପରିମାଣର ପାଣି । ଯଦି ଆପଣ ଡିହାଇଡ୍ରେସନର ଶିକାର ତେବେ କିଡନୀକୁ ନିଜ କାମ କରିବା ପାଇଁ କଷ୍ଟ ହୋଇଥାଏ ।
ସଠିକ୍ ମାତ୍ରାରେ ପାଣି ପିଇଲେ ଆପଣଙ୍କ ଶରୀରର ଉର୍ଜାର ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କ ଶରୀରରେ ଉର୍ଜାର ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ପାଣିର ଆବଶ୍ୟକତା ରହିଛି । ଏହା ହିଁ ହେଉଛି କାରଣ ଯେ ପ୍ରତିଦିନ ପର୍ଯ୍ଯାପ୍ତ ପରିମାଣର ପାଣି ପିଇଲେ ସୁସ୍ଥ ଅନୁଭବ କରିଥାନ୍ତି ।
ଯଦି ଆପଣ ଡିହାଇଡ୍ରେସନର ଶିକାର ହୁଅନ୍ତି ତେବେ ମଳାତ୍ୟାଗ କରିବାରେ ସମସ୍ୟା ହୋଇଥାଏ । ଯଦି ପର୍ଯ୍ଯାପ୍ତ ପରିମାଣ ପାଣି ପିଉଛନ୍ତି ତେବେ ଏହି ସମସ୍ୟା ରହିବ ନାହିଁ । ଜାଣି ଆଶ୍ଚର୍ଯ୍ଯ ହେବେ କେବଳ ପାଣି ପିଇଲେ ଅନେକ ରୋଗ ଭଲ ହୋଇଯାଇଥାଏ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରତିଦିନ ସକାଳେ ଏକ ଗ୍ଲାସ୍ ଗରମ ପାଣି ପିଇଲେ ପେଟ ସମ୍ବନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ଅନେକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପର୍ଯ୍ଯାପ୍ତ ପରିମାଣର ପାଣି ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ । ଉଭୟ ସୌନ୍ଦର୍ଯ୍ଯ ଏବଂ ସ୍ବାସ୍ଥ୍ୟ ପାଇଁ ପାଇଁ ଆବଶ୍ୟକ ପାଣି । ଆପଣଙ୍କ ଚେହେରାରେ ଥିବା କୋଷ ଗୁଡିକୁ ପର୍ଯ୍ଯ।ପ୍ତ ପାଣି ନମିଳିଲେ ଏହା ଝାଉଁଳି ପଡେ । ତେଣୁ ଚେହେରାରେ ଚମକ ଆଣିବା ପାଇଁ ପର୍ଯ୍ଯାପ୍ତ ପାଣି ପିଅନ୍ତୁ ।
ରୋଗକୁ ଶୀଘ୍ର କରିଥାଏ ଭଲ
ପର୍ଯ୍ଯାପ୍ତ ପାଣି ପିଇଲେ ଆଉ ଏକ ଲାଭ ହୋଇଥାଏ ଯେ ଆପଣଙ୍କ ରୋଗ ଖୁବ୍ ଶୀଘ୍ର ଭଲ ହୋଇଥାଏ । ଏହା ହିଁ କାରଣ ଯେଉଁଥିପାଇଁ ଡାକ୍ତର ସବୁବେଳେ ତରଳ ପଦାର୍ଥ ଖାଇବା ପାଇଁ କହିଥାନ୍ତି । ରୋଗକୁ ଶରୀରର ଠାରୁ ଦୂରରେ ରଖିବା ପାଇଁ ହେଲେ ଆପଣଙ୍କ କୋଷକୁ ଅଧିକ କ୍ୟାଲୋରୀ ଏବଂ ତରଳ ପଦାର୍ଥ ଆବଶ୍ୟକ । ଏହା ବ୍ୟତୀତ ସଠିକ୍ ପରିମାଣର ପାଣି ପିଇଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications