କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ , ଦୂର ହେବ ଏହିସବୁ ସମସ୍ୟା
ଭୁବନେଶ୍ୱର: ହଳଦୀ ଏଭଳି ଏକ ମସଲା, ଯାହା ସମସ୍ତଙ୍କ ରୋଷେଇଘରେ ଥାଏ । ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣରେ ଭରପୂର୍ ହଳଦୀ ଶରୀରରୁ ଯନ୍ତ୍ରଣା ଦୂର କରିବାରେ ସବୁଠୁ ଉତ୍ତମ ପେନ୍କିଲର୍ ଭାବେ ଜଣା । ଶୀତରେ ହଳଦୀ କ୍ଷୀର ପିଇଲେ ବିଶେଷ ଫାଇଦା ମିଳିଥାଏ ।
ଯନ୍ତ୍ରଣା ଲାଘବ: ଯଦି ଆପଣ ଶାରୀରିକ ଥକ୍କାପଣ ଏବଂ ଘୋଳାବିନ୍ଧା ଯନ୍ତ୍ରଣା ଦୂର କରିବାକୁ ଚାହୁଁଛନ୍ତି ତେବେ ଗୋଟିଏ ଗ୍ଲାସ୍ କ୍ଷୀରରେ ୧/୨ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ । ଦେଖିବେ ଶରୀରକୁ କେତେ ଆରାମ୍ ମିଳିବ ।
ସଂକ୍ରମଣରୁ ଉପଶମ: ଶରୀର ଭିତରେ କିମ୍ବା ବାହାରେ ଆଘାତ ଲାଗିଲେ କ୍ଷତ ସୃଷ୍ଟି ହୋଇଥାଏ । ଏହି କ୍ଷତ ଅନେକ ସମୟରେ ସଂକ୍ରମିତ ହେବାର ଭୟ ଉତ୍ପନ୍ନ କରେ । ଯଦି ଏହି ଭୟରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ହଳଦୀ କ୍ଷୀରର ସେବନ କରିପାରିବେ । ଯଦ୍ୱାରା ସଂକ୍ରମଣ ଭୟ ରହିବନି ଏବଂ କ୍ଷତ ଚିହ୍ନ ଧୀରେ ଧୀରେ ଭଲ ହୋଇଯିବ ।
ଚର୍ମ ସମସ୍ୟା ଦୂର: କ୍ଷୀର ପିଇଲେ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ । କିନ୍ତୁ ସେହି କ୍ଷୀରରେ ସାମାନ୍ୟ ହଳଦୀ ମିଶାଇ ପିଇଲେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି କାମ କରେ । ଫଳରେ ଚର୍ମଜନିତ ସଂକ୍ରମଣରୁ ରକ୍ଷା ମିଳିଥାଏ ।
ଥଣ୍ଡା କାଶରୁ ଉପଶମ: ଶୀତରେ ଥଣ୍ଡା, କାଶ ଜ୍ୱର ହେବା ଅତି ସାଧାରଣ କଥା । କିନ୍ତୁ ବେଶୀ ଦିନ ଲାଗିରହିଲେ ଏହା ସାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ଏଣୁ ଶୀତରେ ଯଥାସମ୍ଭବ ଏଭଳି ସଂକ୍ରମଣରୁ ରକ୍ଷା ପାଇବାକୁ ହଳଦୀ କ୍ଷୀର ପିଇବା ଉଚିତ୍ । ଏହା ଜମାଟ କଫକୁ ବାହାର କରିବା ସହ ଶରୀରକୁ ଉଷୁମ ରଖିଥାଏ ।
ହାଡ଼ ମଜଭୁତ୍: କ୍ଷୀରରେ କ୍ୟାଲସିୟମ୍ ମାତ୍ରା ଅଧିକ ଥାଏ । କ୍ୟାଲସିୟମ୍ ହାଡ଼ର ମଜଭୁତ୍ ପାଇଁ ଜରୁରୀ । ହଳଦୀ କ୍ଷୀର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଛୋଟ ପିଲାଙ୍କ ପାଇଁ ଏହି ହଳଦୀ କ୍ଷୀର ନିତାନ୍ତ ଜରୁରୀ । କାରଣ ପିଲାମାନେ ଖେଳକୁଦ ସମୟରେ ବାରମ୍ବାର ଶାରୀରିକ ଆଘାତ ପାଇଥାନ୍ତି । ଏହି କ୍ଷୀର ସେମାନଙ୍କୁ ଆଘାତ ଜନିତ ଯନ୍ତ୍ରଣାରୁ ରକ୍ଷାକରେ ।

ସୁନିଦ୍ରା: ଯେତେବେଳେ ରାତିରେ ନିଦ କମ୍ ହୁଏ କିମ୍ବା ବିମଳମ୍ବିତ ରାତିରେ ନିଦ ଆସେ; ସେତେବେଳେ ହଳଦୀ କ୍ଷୀର ସବୁଠୁ ଉତ୍ତମ ଘରୋଇ ଉପଚାର ପାଲଟିଥାଏ । ଶୋଇବା ପୂର୍ବରୁ ଦୈନନ୍ଦିନ ହଳଦୀ ମିଶା କ୍ଷୀର ପିଇଲେ ଏହି ସମସ୍ୟାରୁ ଆରାମ ମିଳିଥାଏ ।
ଶର୍କରା ନିୟନ୍ତ୍ରଣ: ଯଦି ରକ୍ତରେ ଶର୍କରା ମାତ୍ରା ଅଧିକ ଥାଏ, ତେବେ ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ତାହା ନିୟନ୍ତ୍ରଣରେ ରହିଥାଏ ।
ଦୂର ହୁଏ ଦୁର୍ବଳତା: ହଳଦୀ ମିଶା କ୍ଷୀର ସମସ୍ତ ଆୟୁର ଲୋକଙ୍କ ପାଇଁ ଲାଭଦାୟକ । କିନ୍ତୁ ଛୋଟ ପିଲା ଯେଉଁମାନେ ସାସ୍ଥ୍ୟପ୍ରଦ ଖାଦ୍ୟ କମ୍ ଖାଇଥାନ୍ତି ଏବଂ ବୟସ୍କଙ୍କ ପାଇଁ ଏହା ବେଶୀ ଜରୁରୀ । କାରଣ ଶରୀରରେ ମହଜୁଦ୍ ବିଷାକ୍ତ ଟକ୍ସିନ୍କୁ ଶେଷ କରିବାକୁ ଏହା ସାହାଯ୍ୟ କରିଥାଏ । ଫଳରେ ଶରୀରରୁ ଦୁର୍ବଳତା ଦୂର ହୋଇ ଶକ୍ତି ମିଳିଥାଏ












Click it and Unblock the Notifications