Health Tips: ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
ଆପଣ ଯଦି ସବୁବେଳେ ଥକାପଣ କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ଯଦି କୌଣସି କାରଣରୁ ଏହି ସମସ୍ୟାଗୁଡିକ ଘଟୁଛି, ତେବେ ଆପଣଙ୍କର ଖାଦ୍ୟପାନିୟକୁ ପରିବର୍ତ୍ତନ କରନ୍ତୁ । ଶରୀରରେ ପୋଷକ ତତ୍ତ୍ୱ ଅଭାବରୁ ଏପରି ସମସ୍ୟା ପ୍ରାୟତଃ ଘଟେ। ଖାଦ୍ୟରେ ଖଜୁରୀ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆପଣ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି 6, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଜରୁରୀ ବୋଲି ବିବେଚନା କରାଯାଏ ।

ସକାଳେ ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି ସେମାନେ ସକାଳେ ଏହାକୁ ଖାଲି ପେଟରେ ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଓ ଆପଣ ବାରମ୍ବାର ଖାଇବା ଠାରୁ ଦୂରେଇ ରହି ପାରନ୍ତି । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ହାର୍ଟକୁ ସୁସ୍ଥ ରଖିବା, ହାଡକୁ ମଜବୁତ କରିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ଓ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାର୍ଯ୍ୟ କରିଥାଏ ।
ଜଣେ ସୁସ୍ଥ ବ୍ୟକ୍ତି ଦିନରେ ଦୁଇରୁ ତିନୋଚି ଖଜୁରି ଖାଇ ପାରିବେ । ଏହା ସମେତ ଚାରୋଟି ଖଜୁରୀ ଭିଜାଇ ମଧ୍ୟ ଖାଇପାରିବେ । ମଜଭୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟକ ଅଟେ । ଏହାର ନିୟମିତ ବ୍ୟବହାର ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ବଡି ବିଲ୍ଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ।
କ୍ଷୀର ଓ ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ଓଜନ ବୃଦ୍ଧି ପାଇଁ ଭଲ ଫଳାଫଳ ଦେଇପାରେ। ଭିଟାମିନ୍ ଏ, ଖଜୁରୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ। ଏହା ସହିତ ଏହା ଆପଣଙ୍କ ଶରୀରରେ ନୂଆ କୋଷ ସୃଷ୍ଟି କରେ । ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ପାଇହୁଏ । କାରଣ ଏଥିରେ ପୋଟାସିୟମ୍ ଥାଏ, ତେଣୁ ଆପଣ କ୍ଷୀରରେ ମିଶାଇ ଏହାକୁ ଖାଇପାରିବେ ।












Click it and Unblock the Notifications