ଧନିଆ ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?
ଧନିଆ ପତ୍ରରେ ଅନେକ ପ୍ରକାର ସାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ ତାହା ଖାଦ୍ୟର ସାଦ ବଢ଼ାଇଦିଏ । ତେବେ ଏହାକୁ ନିୟମିତ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଥାଏ । କେବଳ ସେତିକି ନୁହେଁ, ରକ୍ତରେ ଶର୍କରା ପରିମାଣକୁ ସନ୍ତୁଳିତ ରଖିବାରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ଧନିଆ ପତ୍ର ହୃତ୍ପିଣ୍ଡ (ହାର୍ଟ) ପାଇଁ ମଧ୍ଯ ଉପକାରୀ ।

ଅନ୍ୟପକ୍ଷରେ ଅନ୍ତଃନଳୀ ସମସ୍ୟା, ବାନ୍ତି, କୋଷ୍ଠ କାଠିନ୍ୟରୁ ଏହା କେତେକାଂଶରେ ଉପଶମ ଦେଇଥାଏ। ଏହା ମାନସିକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ଅନିଦ୍ରା, ଗଣ୍ଠି ଯନ୍ତ୍ରଣା ଓ ଫୁଲା ସମସ୍ୟାରୁ ଧନିଆ ପତ୍ର ଉପଶମ ଦେଇଥାଏ । ସକାଳୁ ଖାଲିପେଟରେ ଧନିଆରୁ ପ୍ରସ୍ତୁତ ସର୍ବତ ପିଇଲେ ତାହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।












Click it and Unblock the Notifications