ଖାଆନ୍ତୁ ଲବଙ୍ଗ,ପାଚନ କ୍ରିୟାକୁ କରିବ ସୁଦୃଢ
ଆମ ଦେଶରେ ଖାଦ୍ୟ ପରେ ମାଉଥ ଫ୍ରେସନର ଭାବରେ ଅନେକ ଜିନିଷ ଖିଆଯାଏ, ଯେଉଁଥିରେ ପାନମଧୁରି, ଗୁଜୁରାତି ଏବଂ ଲବଙ୍ଗ ପ୍ରମୁଖ।ଏଥିମଧ୍ୟରୁ, ଖାଇବା ପରେ ଲବଙ୍ଗକୁ ଚୋବାଇବାକୁ ବିଶେଷ ଭାବରେ ପରାମର୍ଶ ଦିଆଯାଏ। ଏହା ପଛରେ ଅନେକ ବୈଜ୍ଞାନିକ ଏବଂ ଆୟୁର୍ବେଦିକ କାରଣ ଲୁଚି ରହିଛି । ଲବଙ୍ଗ କେବଳ ଶ୍ଵାସକୁ ସତେଜ କରେ ନାହିଁ ବରଂ ପାଚନ କ୍ରିୟାକୁ ମଧ୍ୟ ମଜବୁତ କରିବା, ଦାନ୍ତ ସମସ୍ୟା ଦୂର କରିବା ଏବଂ ଆପଣଙ୍କ ସ୍ଵାସ୍ଥ୍ୟକୁ ଲାଭ ଦେବାରେ ମଧ୍ୟ ସହାୟକ ହୋଇଥାଏ । ଲବଙ୍ଗ କେବଳ ଏକ ମସଲା ନୁହେଁ ବରଂ ଏକ ଔଷଧ ମଧ୍ୟ, ଯାହା ସ୍ଵାସ୍ଥ୍ୟ ପାଇଁ ଅନେକ ଦିଗରେ ଲାଭପ୍ରଦ ହୋଇଥାଏ । ଖାଦ୍ୟ ଖାଇବା ପରେ ଲବଙ୍ଗ ଚୋବାଇଲେ ପାଚନ ଶକ୍ତି ମଜବୁତ ହୁଏ । ଏହା ଗ୍ୟାସ୍, ବଦହଜମୀ ଭଳି ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।

ଲବଙ୍ଗରେ ଥିବା ଉପାଦାନଗୁଡ଼ିକ ପାଚନ କ୍ରିୟାକୁ ସକ୍ରିୟ କରିଥାଏ, ଯାହାଦ୍ୱାରା ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ। ଲବଙ୍ଗରେ ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଥାଏ, ଯାହା ଗଳା ଯନ୍ତ୍ରଣା, ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ। ବିଶେଷକରି ଶୀତ ଋତୁରେ, ଲବଙ୍ଗ ଚୋବାଇଲେ ଗଳାରେ ଜମା ହୋଇଥିବା କଫକୁ ସହଜରେ ବାହାର କରିବାରେ ସାହାୟକ ହୋଇଥାଏ । ଅନେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଲବଙ୍ଗ ସେବନ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିରେ ଏପରି ଉପାଦାନ ଅଛି ଯାହା ଶରୀରରେ ଇନସୁଲିନ୍ର ଗତିକୁ ବୃଦ୍ଧି କରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ।












Click it and Unblock the Notifications