ପ୍ରତିଦିନ ଜୁଆଣୀକୁ ଏଭଳି ପିଅନ୍ତୁ , ଦୂର ହେବ ଏହିସବୁ ସମସ୍ୟା ....
ଭୁବନେଶ୍ୱର: ଯୁଆଣି,ଏହାକୁ କିଏ ନ ଜାଣେ। ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଯୁଆଣିର ବ୍ୟବହାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ୟା ମଧ୍ୟ ଦୂର କରେ। ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଯୁଆଣି ପାଣି ପିଇବା ଦ୍ୱାରା କ'ଣ ଉପକାର ମିଳିଥାଏ।
-ଯୁଆଣି ପାଣିକୁ ପ୍ରତିଦିନ ପିଇଲେ ମଧୁମେହ ହେବାର ଆଶଙ୍କା ବହୁ ପରିମାଣରେ କମିଯାଏ
-ହାର୍ଟ ସମସ୍ୟା ପାଇଁ ଏହା ଖୁବ୍ ଉପଯୋଗୀ
-ପ୍ରତିଦିନ ସକାଳେ ଖାଲି ପେଟରେ ଯୁଆଣି ପାଣି ପିଇବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଥାଏ। ମୁଖ ଦୁର୍ଗନ୍ଧ ବି ଦୂର ହୋଇଥାଏ
-ହଜମ ସମସ୍ୟା ଥିଲେ ଏହି ପାଣି ପିଇଲେ ପାଚନ ଶକ୍ତି ବଢ଼େ

-ଯଦି ଆପଣ ମୋଟା ହୋଇ ଯାଉଛନ୍ତି, ତେବେ ଜୁଆଣୀ ପାଣି ପିଅନ୍ତୁ। କାରଣ ଏହା ଶରୀରର ମେଟାବୋଲିଜିମ୍ ବଢ଼ାଏ ଏବଂ ଶରୀର ଓଜନ ହ୍ରାସ କରାଏ
-କେବଳ ପେଟ ଜନିତ ସମସ୍ୟା ନୁହେଁ, ଏହି ପାଣି ପିଇଲେ ଥଣ୍ଡା ଓ କଫ ମଧ୍ୟ ଭଲ ହୁଏ। ଆଜମା ସମସ୍ୟା ଥିଲେ ମଧ୍ୟ ଦୂର ହୁଏ
-ଅତ୍ୟଧିକ ଥଣ୍ଡା କାରଣରୁ ଯଦି କାଶ ହେଉଥାଏ, ତା'ହେଲେ ଯୁଆଣି ପାଣିରେ ଅଳ୍ପ କଳା ଲୁଣ ପକାଇ ପିଇଲେ ଆରାମ ମିଳେ
-ବଦଳୁଥିବା ଜୀବନଚର୍ଯ୍ୟା ପାଇଁ ଅନେକଙ୍କୁ ରାତିରେ ନିଦ ହେଉ ନାହିଁ। ସେମାନେ ଶୋଇବା ପୂର୍ବରୁ ଗୋଟେ କପ୍ ଯୁଆଣି ପାଣି ପିଅନ୍ତୁ। କିଛିଦିନ ଅଭ୍ୟାସ ପରେ ଏ ସମସ୍ୟା ଆଉ ରହିବ ନାହିଁ












Click it and Unblock the Notifications