ପ୍ରତ୍ୟେକଦିନ ଖୀର ପିଇବା ଦ୍ୱାରା ଏହିମାନଙ୍କ ପ୍ରତି ହୋଇଥାଏ ବିପଦ !
କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। କ୍ଷୀର ପିଇବା ଦ୍ୱାରା ଶରୀରକୁ ପ୍ରୋଟିନ୍ ମିଳିଥାଏ ବୋଲି ଜାଣିଛୁ। ସେଥିପାଇଁ ଅଧିକାଂଶ ଲୋକ ପ୍ରତିଦିନ କ୍ଷୀର ପିଇଥାନ୍ତି। ଗବେଷଣାରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନ୍ୟୁଟସନ୍ଙ୍କ କହିବା ଅନୁଯାୟୀ, ପ୍ରତିଦିନ କ୍ଷୀର ପିଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ରତିଦନ କ୍ଷୀର ପିଇଲେ କ'ଣ ସବୁ କ୍ଷତି ହୋଇଥାଏ।
ହଜମ ହୋଇ ନଥାଏ: ପ୍ରତିଦିନ କ୍ଷୀର ପିଇଲେ ହଜମ ହୋଇ ନ ଥାଏ। ପେଟ ଫୁଲିବା, ଝାଡା ବାନ୍ତି ଓ ଗ୍ୟାସ୍ ସମସ୍ୟା ଦେଖାଯାଇଥାଏ।
ବ୍ରଣ ସମସ୍ୟା: ସର୍ଭେରୁ ଜଣାପଡ଼ିଛି, ପ୍ରତିଦିନ କ୍ଷୀର ପିଉଥିବାଙ୍କ ବ୍ୟକ୍ତିଙ୍କ ମୁହଁରେ ବ୍ରଣ ହୋଇଥାଏ।
କ୍ୟାନସର: ପ୍ରତିଦିନ କ୍ଷୀର ପିଇଲେ କ୍ୟାନସର ହେବାରେ ଆଶଙ୍କା ଥାଏ। କ୍ଷୀର ଜାତୀୟ ପଦାର୍ଥରେ ଅଧିକ କ୍ୟାଲସିୟମ ଥାଏ। ଫଳରେ ମହିଳାଙ୍କ ଗର୍ଭାଶୟରେ କ୍ୟାନସର ହେବାର ସମ୍ଭାବନା ଥାଏ।

ସୁଗାର ବଢ଼ାଇଥାଏ: ଶରୀରରେ ସୁଗାର ଅଧିକ ବଢ଼ିଥାଏ। କ୍ଷୀରରେ ଅଧିକ କାର୍ବୋହାଇଡ୍ରେଡ ଥାଏ। ଏହା ଶରୀରରେ ସୁଗାର ସ୍ତରକୁ ବଢ଼ାଇ ଥାଏ।
କୋଲେଷ୍ଟରଲ୍ ବଢ଼ିଥାଏ: ଶରୀରରେ କୋଲେଷ୍ଟରଲ ପରିମାଣ ଅଧିକ ବଢ଼ାଇଥାଏ। କ୍ଷୀରରେ ଅଧିକ କୋଲେଷ୍ଟରଲ୍ ଥାଏ।












Click it and Unblock the Notifications