ସକାଳୁ ଶୀଘ୍ର ଉଠିବାରେ ଅସୁବିଧା ହେଉଛି କି ? ଆପଣାନ୍ତୁ ଏହି ଟିପ୍ସ
ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକ ଲୋକଙ୍କ ପାଇଁ ସକାଳୁ ଶୀଘ୍ର ଉଠିବା ଏକ ବଡ଼ ସମସ୍ୟା ପାଲଟିଛି । ରାତିରେ ବିଳମ୍ବରେ ଶୋଇବା ଏବଂ ସକାଳୁ ଡେରିରେ ଉଠିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଯାହା ଦ୍ୱାରା ପୂରା ଶରୀରରେ ବିଭିନ୍ନ ସମସ୍ୟା ଦେଖାଦିଏ । କିନ୍ତୁ କିଛି ସହଜ ଉପାୟ ଆପଣେଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ ଜାଣନ୍ତୁ ଶୀଘ୍ର ଉଠିବାର କିଛି ସହଜ ଉପାୟ ।
ଶୋଇବା ଏବଂ ଉଠିବାର ସମୟ ନିର୍ଦ୍ଧାରିତ କରନ୍ତୁ :
ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ଉଠିବା ଦ୍ୱାରା ଶରୀରର ବାୟୋଲୋଜିକାଲ୍ କ୍ଲକ୍ ଠିକ୍ ଭାବରେ କାମ କରେ । ଏହାଦ୍ୱାରା ଆପଣଙ୍କୁ ନିର୍ଦ୍ଦିଷ୍ଟ ସମୟରେ ନିଦ ଆସିବ ଏବଂ ସକାଳୁ ବିନା ଆଲାର୍ମରେ ମଧ୍ୟ ନିଦ ଭାଙ୍ଗିଯିବ ।

ଆଲାର୍ମକୁ ଦୂରରେ ରଖନ୍ତୁ:
ଯଦି ଆପଣଙ୍କୁ ଆଲାର୍ମ ବନ୍ଦ କରି ପୁଣି ଶୋଇପଡ଼ିବାର ଅଭ୍ୟାସ ଅଛି, ତେବେ ଆଲାର୍ମ ଘଣ୍ଟା କିମ୍ବା ମୋବାଇଲକୁ ବିଛଣାଠାରୁ ଦୂରରେ ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆଲାର୍ମ ବନ୍ଦ କରିବାକୁ ଉଠିବାକୁ ପଡ଼ିବ, ଯାହା ଆପଣଙ୍କ ନିଦ ଭାଙ୍ଗିବାରେ ସାହାଯ୍ୟ କରିବ ।
ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ:
ରାତିରେ ଅଧିକ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପାଚନକ୍ରିୟାରେ ସମସ୍ୟା ହୋଇପାରେ, ଯାହା ଭଲ ନିଦରେ ବାଧା ସୃଷ୍ଟି କରେ । ତେଣୁ ଶୋଇବାର ଅତି କମ୍ରେ ଦୁଇ ଘଣ୍ଟା ପୂର୍ବରୁ ହାଲୁକା ଖାଦ୍ୟ ଖାଇବା ଉଚିତ୍ ।
ଶୋଇବା ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଉପକରଣଠାରୁ ଦୂରେଇ ରୁହନ୍ତୁ:
ମୋବାଇଲ, ଲାପଟପ୍ କିମ୍ବା ଟିଭିରୁ ବାହାରୁଥିବା ନୀଳ ଆଲୋକ ମସ୍ତିଷ୍କକୁ ସକ୍ରିୟ ରଖେ ଏବଂ ମେଲାଟୋନିନ୍ ଅର୍ଥାତ୍ ନିଦ ପାଇଁ ସୃଷ୍ଟି ହେଉଥିବା ହରମୋନ୍ କ୍ଷରଣରେ ବାଧା ସୃଷ୍ଟି କରେ । ତେଣୁ ଶୋଇବାର ଅତି କମ୍ରେ ଏକ ଘଣ୍ଟା ପୂର୍ବରୁ ଏଗୁଡ଼ିକର ବ୍ୟବହାର ବନ୍ଦ କରନ୍ତୁ ।
ସକାଳ ପାଇଁ ଏକ ଲକ୍ଷ୍ୟ ସ୍ଥିର କରନ୍ତୁ:
ଯେତେବେଳେ ଆପଣଙ୍କ ପାଖରେ ସକାଳୁ ଉଠିବା ପାଇଁ କୌଣସି କାରଣ ଥାଏ, ଉଠିବା ସହଜ ହୋଇଯାଏ । ସକାଳୁ ବ୍ୟାୟାମ କରିବା, ପଢ଼ିବା କିମ୍ବା ନିଜର କୌଣସି ମନପସନ୍ଦର କାମ କରିବା ପାଇଁ ଯୋଜନା କରନ୍ତୁ ।
ପର୍ଯ୍ୟାପ୍ତ ପରିମାଣର ନିଦ:
ଜଣେ ବୟସ୍କ ବ୍ୟକ୍ତି ପାଇଁ ଦୈନିକ ୭-୮ ଘଣ୍ଟାର ନିଦ ଆବଶ୍ୟକ । ଯଦି ଆପଣ ପର୍ଯ୍ୟାପ୍ତ ନିଦ ନେଉନାହାନ୍ତି, ତେବେ ସକାଳୁ ଉଠିବା କଷ୍ଟକର ହେବ । ତେଣୁ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ ।
ସକାଳୁ ଶୀଘ୍ର ଉଠିବାର ଲାଭ:
ସକାଳର ଶାନ୍ତ ପରିବେଶ ମନକୁ ସତେଜ ରଖେ ଏବଂ ଦିନସାରା ସକାରାତ୍ମକ ଶକ୍ତି ଯୋଗାଏ । ଶୀଘ୍ର ଉଠିବା ଦ୍ୱାରା ଦିନର କାମଗୁଡ଼ିକୁ ଯୋଜନା କରିବା ଏବଂ ଶେଷ କରିବା ପାଇଁ ଅଧିକ ସମୟ ମିଳିଥାଏ । ନିୟମିତ ଭାବେ ସକାଳୁ ଉଠି ବ୍ୟାୟାମ କିମ୍ବା ଯୋଗ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହେ ପ୍ରତିଦିନ ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ ଏକ ଛୋଟ ସଫଳତା ପରି ଅନୁଭବ ହୁଏ, ଯାହା ଆତ୍ମବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରେ । ଏହି ଟିପ୍ସଗୁଡ଼ିକୁ କିଛି ସପ୍ତାହ ପାଇଁ ଅନୁସରଣ କଲେ, ନିଶ୍ଚିତ ଭାବରେ ସକାଳୁ ଶୀଘ୍ର ଉଠିବାର ସୁ-ଅଭ୍ୟାସ ଗଠନ କରିପାରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications