ହୋମ୍ ଲୋନ୍ ନେଇଛନ୍ତି କି ? ଯାଞ୍ଚ କରନ୍ତୁ ନିଜ କ୍ରେଡିଟ୍ ସ୍କୋର, ଜାଣନ୍ତୁ କିଛି ଖାସ୍ କଥା

ହୋମ୍ ଲୋନ୍ ନେଇଛନ୍ତି କି ? ଯାଞ୍ଚ କରନ୍ତୁ ନିଜ କ୍ରେଡିଟ୍ ସ୍କୋର, ଜାଣନ୍ତୁ କିଛି ଖାସ୍ କଥା

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତି ନିଜ ଏକ ଘର କରିବା ପାଇଁ ସ୍ୱପ୍ନ ଦେଖିଥାଏ । ଯାହାକୁ ସାକାର କରିବା ପାଇଁ ସେ ବ୍ୟାଙ୍କରୁ loan ବା ଋଣ ନେଇଥାଏ । ଆଜିକା ତାରିଖରେ ଘର ବା ହାଉସ୍ ଲୋନ୍ ଅତି ସହଜରେ ମଧ୍ୟ ମିଳିଯାଉଛି । ଆପଣ ନିଜ ଦରମା ଅନୁସାରେ ବ୍ୟାଙ୍କରୁ ଘର ଲୋନ୍ ବା Home Loan ପାଇଁ ଆବେଦନ କରିପାରିବେ । ଏହା ପରେ, ଆପଣଙ୍କର କ୍ରେଡିଟ୍ ସ୍କୋର (Credit Score) ଇତ୍ୟାଦି ଯାଞ୍ଚ କରିବା ପରେ ବ୍ୟାଙ୍କ ହୋମ୍ ଲୋନ୍ ଆପରୁଭ କରିଥାଏ । ଏହାର ପରବର୍ତ୍ତି ମାସରୁ ହିଁ ଆପଣଙ୍କୁ କିସ୍ତୀ ବା EMI ଭରିବା ପାଇଁ ପଡିଥାଏ । ସାଧାରଣତଃ ହୋମ୍ ଲୋନ ଦୀର୍ଘକାଳୀନ ଦାୟିତ୍ୱ । ତେବେ ଲୋନର ସମସ୍ତ କିସ୍ତୀ ଭରିବା ପରେ ଆପଣ ବ୍ୟାଙ୍କରୁ ସମସ୍ତ ଦରକାରୀ, ଆବଶ୍ୟକୀୟ ଡକ୍ୟୁମେଣ୍ଟ ନିଶ୍ଚୟ ନିଅନ୍ତୁ । ନଚେତ୍ ଅନ୍ୟ ବ୍ୟାଙ୍କରୁ ଋଣ ନେବା ସମୟରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିପାରେ ।

Home Loan

ଅନେକ ସମୟରେ ଏହା ଦେଖିବା ପାଇଁ ମିଳିଥାଏ ଯେ ଲୋକ ମାନେ ବ୍ୟାଙ୍କରୁ ନେଇ ଥିବା ସମସ୍ତ କିସ୍ତୀ ତ ଭରି ଦିଅନ୍ତି ହେଲେ ବ୍ୟାଙ୍କରୁ ସେମାନଙ୍କର ଆବଶ୍ୟକୀୟ ଡକ୍ୟୁମେଣ୍ଟ ନେବା ପାଇଁ ଭୁଲିଯାଆନ୍ତି । ଯେଉଁଥି ପାଇଁ ପରବର୍ତ୍ତି ସମୟରେ ସେମାନଙ୍କୁ ଘର ବିକ୍ରି କରିବା ପାଇଁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଋଣ ସୁଝିବା ପରେ ବ୍ୟାଙ୍କରୁ ଏହି ସମସ୍ତ ଡକ୍ୟୁମେଣ୍ଟଗୁଡିକ ଆଣିବା ପାଇଁ ଭଲନ୍ତୁ ନାହିଁ ।

1.ବ୍ୟାଙ୍କରୁ ଦେୟ ପ୍ରମାଣପତ୍ର ବା No-Dues Certificate ଆଣିବା ପାଇଁ ଭୁଲନ୍ତୁ ନାହିଁ
ଯଦି ଆପଣ ନିଜ ଘରର ସମସ୍ତ ଋଣ ସୁଝି ସାରିଛନ୍ତି ତେବେ ବ୍ୟାଙ୍କରେ ଏହାକୁ ନୋ-ଡ୍ୟୁସ୍ ସାର୍ଟିଫିକେଟ୍ ନେବା ପାଇଁ ଭୁଲନ୍ତୁ ନାହିଁ । ନୋ-ଡ୍ୟୁସ୍ ସାର୍ଟିଫିକେଟ୍ ମାଧ୍ୟମରେ ଏହା ପ୍ରମାଣ ହୋଇଥାଏ ଯେ ବର୍ତ୍ତମାନ ଏହି ସମ୍ପତ୍ତି ଉପରେ କୌଣସି ପ୍ରକାରର ଋଣ ନାହିଁ ଏବଂ ବ୍ୟାଙ୍କ ବର୍ତ୍ତମାନ ଘରର ମାଲିକଙ୍କୁ ସମ୍ପତ୍ତିର ସମସ୍ତ ମାଲିକାନା ହସ୍ତାନ୍ତର କରିସାରିଛି । ଏହି ସାର୍ଟିଫିକେଟ୍ ପାଇବାକୁ ହେଲେ ଆପଣଙ୍କୁ ବ୍ୟାଙ୍କରେ ଆଧାର ନମ୍ବର, ଠିକଣା, ଜନ୍ମ ମୃତ୍ୟୁ ଇତ୍ୟାଦି ଡିଟେଲ୍ସ ଦେବା ପାଇଁ ପଡିବ ।

2. ସମ୍ପତ୍ତିର ମୂଳ ଦଲିଲ ବା Original Documents ନିଶ୍ଚୟ ନିଅନ୍ତୁ
ବ୍ୟାଙ୍କରୁ ଋଣ ନେବାବେଳେ ସମ୍ପତ୍ତିର ମୂଳ ଦଲିଲ ବା Original Documents ବ୍ୟାଙ୍କ ନିଜ ପାଖରେ ରଖି ନେଇଥାଏ । ଯେଉଁଥି ପାଇଁ ବ୍ୟାଙ୍କର ବିନା ଅନୁମତିରେ ବ୍ୟକ୍ତି ଜଣକ ସମ୍ପତ୍ତି ବିକ୍ରି କରିପାରିବେ ନାହିଁ । ହେଲେ ଯେତେବେଳେ ଆପଣ ବ୍ୟାଙ୍କରୁ ସମସ୍ତ କିସ୍ତି ଭରି ଦେଇଥାନ୍ତି ବ୍ୟାଙ୍କ ଆପଣଙ୍କୁ ଏ ଅଧିକାର ମଧ୍ୟ ଦେବା ସହ ଘରର ଓରିଜିନାଲ ଡକ୍ୟୁମେଣ୍ଟ ମଧ୍ୟ ଫେରାଇ ଦେଇଥାଏ । ଏହା ପରେ ଆପଣ ଯେକୌଣସି ସମୟରେ ଆପଣଙ୍କର ସମ୍ପତ୍ତି ବିକ୍ରି କରିପାରିବେ ।

3. ନିଜ କ୍ରେଡିଟ୍ ସ୍କୋର(Credit Score) ଯାଞ୍ଚ କରନ୍ତୁ
ଲୋନ୍ ସୁଝିବା ପରେ ନିଶ୍ଚୟ ନିଜ Credit Score ଯାଞ୍ଚ କରିନିଅନ୍ତୁ । ଯଦି ଆପଣଙ୍କର କ୍ରେଡିଟ୍ ସ୍କୋର ଅପଡେଟ୍ ହୋଇନାହିଁ, ତେବେ ଭବିଷ୍ୟତରେ ଆପଣ କୌଣସି ଲୋନ୍ ନେବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଏପରି ପରିସ୍ଥିତିରେ, ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷର ଯାଞ୍ଚ ମଧ୍ୟ କରି ନିଅନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+