ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ପଲ୍ଲୀଠୁ ସହର ଚଳଚଞ୍ଚଳ
ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା
ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୂଜା ନେଇ ପଲ୍ଲୀଠୁ ସହର ଚଳଚଞ୍ଚଳ । କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେବ ନିରାଡ଼ାମ୍ବର ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମଧାମରେ ପୂଜା ପାଉଛନ୍ତି ଶିଳ୍ପକଳାର ଜନକ ଦେବଶିଳ୍ପୀ ବିଶ୍ୱକର୍ମା । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କ ପୂଜା କରାଯାଇଥାଏ । ମାନ୍ୟତା ଅନୁସାରେ ସେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସୃଷ୍ଟି ସର୍ଜନା କରିଥିଲେ । ଯେଉଁଥି ପାଇଁ ଭଗବାନ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଏ । ଭଗବାନ ବିଶ୍ୱକର୍ମାଙ୍କର ପାଞ୍ଚଟି ଅବତାର ଅଛି ଯଥା ବିରାଟ ବିଶ୍ୱକର୍ମା, ଧର୍ମେନ୍ଦ୍ର ବିଶ୍ୱକର୍ମା, ଅଙ୍ଗୀରଭାନ୍ସି ବିଶ୍ୱକର୍ମା, ସୁଦର୍ଶନ ବିଶ୍ୱକର୍ମା, ଏବଂ ଭ୍ରୁଗୁଶି ବିଶ୍ୱକର୍ମା ।

ବିଶ୍ୱକର୍ମା ପୂଜା ପଦ୍ଧତି
ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ପବିତ୍ର ଦିନ ଭକ୍ତମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି, ସଫା ପୋଷାକ ପିନ୍ଧି ପୂଜା ସ୍ଥାନ ସଫା କରିବା ଉଚିତ୍ । ଏହାପରେ ବିଶ୍ୱକର୍ମାଙ୍କୁ ପୂଜାପାଠ ସ୍ଥାନରେ ବିଧି ଅନୁଯାୟୀ ଉପାସନା କରିବା ପାଇଁ ପ୍ରତିଜ୍ଞା ନିଅନ୍ତୁ । ହଳଦିଆ ରଙ୍ଗର କପଡାରେ ପୂଜା ଆସନ ପ୍ରତିଷ୍ଠା କରନ୍ତୁ । ଏବେ ଏଥିରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ପୂଜା ଆରମ୍ଭ କରନ୍ତୁ ହଳଦିଆ କିମ୍ବା ଧଳା ରଙ୍ଗର ଫୁଲମାଳ ଭଗବାନଙ୍କୁ ଅର୍ପଣ କରନ୍ତୁ । ଦୀପ-ଧୂପ ଜଳାନ୍ତୁ । ସେହିପରି ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍ ପୂଜା କରିବା ପାଇଁ ଭୁଲନ୍ତୁ ନାହିଁ । ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜା ଶେଷ କରନ୍ତୁ ।

ଶୁଭ ସମୟ
ଚଳିତ ବର୍ଷ କ୍ୟାଲେଣ୍ତର ଅନୁଯାୟୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ସେପ୍ଟେମ୍ବର ୧୭ ତାରିଖରେ ତିନୋଟି ଶୁଭ ସମୟ ରହିଛି । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ପାଇଁ ପ୍ରଥମ ମୂହୁର୍ତ୍ତ ହେଲା ସକାଳ ୭.୩୯ ରୁ ୦୯.୧୧ ପର୍ଯ୍ୟନ୍ତ । ଦ୍ୱିତୀୟ ମୂହୁର୍ତ୍ତ ହେଲା ଅପରାହ୍ନ ୦୧.୪୮ ରୁ ୦୩.୨୦ ପର୍ଯ୍ୟନ୍ତ ସେହିପରି ତୃତୀୟ ପୂଜା ସମୟ ହେଲା ଅପରାହ୍ନ ୦୩ରୁ ୨୦ରୁ ୦୪.୫୨ ପର୍ଯ୍ୟନ୍ତ ।












Click it and Unblock the Notifications