ଆଜି ପବିତ୍ର ଗୁରୁ ଦିବସ
ଆଜି ପବିତ୍ର ଗୁରୁ ଦିବସ ,ଗୁରୁ ହିଁ ଭଗବାନଙ୍କ ନିକଟରେ ପହଁଚିବାର ମାର୍ଗ , ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ଗୁରୁ ଦିବସ ପାଳନ କରାଯାଏ
ଭୁବନେଶ୍ୱର: ଆଜି ପବିତ୍ର ଗୁରୁ ଦିବସ । ଗୁରୁ ହିଁ ଭଗବାନଙ୍କ ନିକଟରେ ପହଁଚିବାର ମାର୍ଗ । କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ଉତ୍ସାବପ୍ରଦ ପ୍ରେରଣା ଦେଇ ଜୀବନରେ ଆଗକୁ ବଢିବାର ବାଟ ଦେଖାନ୍ତି ଗୁରୁ ବା ଶିକ୍ଷକ । ଗୁରୁଙ୍କ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ ପର୍ବ ଗୁରୁ ଦିବସ । ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ଗୁରୁ ଦିବସ ପାଳନ କରାଯାଏ । ଆଜି ସାରା ଦେଶ ପାଳନ କରୁଛି ଗୁରୁ ଦିବସ । ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ ।

ଗୁରୁଦିବସ ଅବସରରେ ମହାମହିମ ରାଷ୍ଟ୍ରିପତି ଦୌପ୍ରଦୀ ମୁର୍ମୁ ମନୋନୀତ ଶିକ୍ଷକଙ୍କୁ ଜାତୀୟ ପୁରଷ୍କାରରେ ସମ୍ମାନିତ କରିବେ । ଦେଶର ୪୬ ଜଣ ଶିକ୍ଷକଙ୍କୁ ପୁରଷ୍କୃତ କରାଯିବ । ଯେଉଁ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଇଶ୍ୱର ଚନ୍ଦ୍ର ନାୟକଙ୍କ ନାଁ ମଧ୍ୟ ସାମିଲ ଅଛି । ସେହିପରି ଗୁରୁ ଦିବସ ଅବସରରେ ସମସ୍ତ ଶିକ୍ଷକଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଦେଖାଇ ଉଚିତ ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ। ପବିତ୍ର #ଗୁରୁଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ ତଥା ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। #TeachersDay pic.twitter.com/EQ16EfQMwJ
— Naveen Patnaik (@Naveen_Odisha) September 5, 2022
କେବେଠୁ ପାଳନ କରାଯାଉଛି ଗୁରୁ ଦିବସ
୧୯୬୨ ମସିହାଠୁ ଗୁରୁଦିବସ ପାଳନ କରାଯାଉଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କ ଅବଦାନକୁ ମନେ ରଖିବା ପାଇଁ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନକୁ ସାମ୍ମାନ ଜଣାଇ ପ୍ରତ୍ୟକ ବର୍ଷ ସେପ୍ଟମ୍ବର ୫ ରେ ବିଦ୍ୟାଳୟ , କଲେଜ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଗୁରୁଦିବସ ପାଳନ କରାଯାଏ । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପିଲାଦିନ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା । ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ।୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି କରାଯାଇଥିଲା ।ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ରାଧାକ୍ରିଷ୍ଣନ । ୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ, ମାଂଚେଷ୍ଟର ବିଶ୍ବବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଭାରତ ରତ୍ନ । ଭାରତୀୟ ଦର୍ଶନ,ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ।












Click it and Unblock the Notifications