ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ; ସମସ୍ତଙ୍କୁ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ର ଅଭିନନ୍ଦନ ଓ ଶୁଭେଚ୍ଛା
ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଜୁଲାଇ ୩୦କୁ 'ଅନ୍ତର୍ଜାତୀୟ ବନ୍ଧୁତା ଦିବସ' ଭାବେ ପାଳନ କରାଯାଉଛି। ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର।
ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ନଥାଏ ଆବିଳତା । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା ।
ଏହା ଏପରି ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ।ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି।

୧୯୫୮ରେ ଏହି ଦିବସ ପାଳନର ପରମ୍ପରା ପ୍ରଥମେ ଆରମ୍ଭ କରାଯାଇଥିଲା। ମାତ୍ର ଜାତିସଂଘ ୨୦୧୧ରେ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଭିନ୍ନ ଭିନ୍ନ ଦେଶ, ସଂସ୍କୃତି, ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରି ଏକତା ଓ ଶାନ୍ତି ପ୍ରତିଷ୍ଠା କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ।
ଯଦିଓ ପ୍ରଚଳିତ ବନ୍ଧୁତ୍ୱ ଦିବସ କେବଳ ଅଗଷ୍ଟ ମାସର ପ୍ରଥମ ରବିବାରରେ ଅନୁଷ୍ଠିତ ହୁଏ, କିନ୍ତୁ ୪୦ ଜୁଲାଇରେ ପାଳନ କରାଯାଉଥିବା ବନ୍ଧୁତ୍ୱ ଦିବସ ଅନେକ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଆଧାରିତ ଦିନ ଭାବରେ ବିବେଚନା କରାଯାଏ ।
ଜୁଲାଇ ୩୦ ରେ ବନ୍ଧୁତ୍ୱ ଦିବସ ଏବଂ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଉଥିବା ବନ୍ଧୁତ୍ୱ ଦିବସ ମଧ୍ୟରେ ପାର୍ଥକ୍ୟ ହେଉଛି ଆଜି ପାଳନ କରାଯାଉଥିବା ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରତିଫଳିତ କରିଥାଏ । ବନ୍ଧୁତା ହେଉଛି ଏକ ଗଭୀର ସମ୍ପର୍କ ଯାହା ଦୁଇ ଜଣଙ୍କୁ ପରସ୍ପରର ନିକଟତର କରିଥାଏ। ଲୋକମାନେ ନିଜ ସାଙ୍ଗମାନଙ୍କ ସହିତ ସୁଖ ଏବଂ ଦୁଃଖ ବାଣ୍ଟନ୍ତି। ସମସ୍ତଙ୍କୁ 'ଅନ୍ତର୍ଜାତୀୟ ବନ୍ଧୁତା ଦିବସ' ର ଶୁଭେଚ୍ଛା।












Click it and Unblock the Notifications