Happy friendship Day 2025: ବନ୍ଧୁତାର ପ୍ରକୃତ ଅର୍ଥ ବୁଝାଇଛି ବଲିଉଡର ଏହି ଫିଲ୍ମ, ସାଙ୍ଗ ପାଇଁ ସବୁକିଛି
Happy friendship Day 2025 : ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍। ଆଜି ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର 'ବନ୍ଧୁତା ଦିବସ' ଭାବେ ପାଳନ କରାଯାଉଛି। ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର । ଆଉ ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଏହି ବନ୍ଧୁତ୍ୱକୁ ଅତି ନିଖୁଣତାର ସହ ଦର୍ଶା ହୋଇଛି ।
Sholay : 1975 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ନିର୍ମାତା ରମେଶ ସିପିଙ୍କ 'ଶୋଲେ' ଆମକୁ ଜୟ (ଅମିତାଭ ବଚ୍ଚନ) ଏବଂ ବିରୁ (ଧର୍ମେନ୍ଦ୍ର)
ବନ୍ଧୁତାକୁ ଅତି ନିଖୁଣତାର ସହ ଦେଖାଇଛି । ନବେ ଦଶକର ସିନେମାରେ ଜୟ,ବିରୁଙ୍କ ମସ୍ତିଭରା ଗୀତ 'ୟେ ଦୋସତୀ ହମ୍ ନହି ତୋଡେଙ୍ଗେ'କୁ କଣ କେହି ଭୁଲିପାରେ । ଯାହାକୁ ଏବେ ମଧ୍ୟ ଶ୍ରୋତା ମନେ ପକାଇ ଗୁଣୁଗୁଣାନ୍ତି ।

3 Idiots : ଯେତେବେଳେ ବନ୍ଧୁତା କଥା ପଡେ "୩ ଇଡିଅଟସ୍" ଦର୍ଶକଙ୍କ ମନକୁ ପ୍ରଥମେ ଆସିଥାଏ । ରାଞ୍ଚୋ, ରାଜୁ ଏବଂ ଫରହାନଙ୍କ ବନ୍ଧୁତା ଏଭଳି ଥିଲା ଯେ ପ୍ରତିକୂଳ ପରିସ୍ଥିତି ମଧ୍ୟ ୩ ସାଙ୍ଗଙ୍କୁ ନିଜଠାରୁ ଦୂରେଇ ପାରିନଥିଲା ଏବଂ ଶେଷରେ ତିନିଜଣ ଏକାଠି ହୋଇଥିଲେ ।
Chhichhore: ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ସିନେମା ଛିଛୋରେ ବନ୍ଧୁତାର ଦ୍ଵାରା କେମିତି ଅସମ୍ଭବକୁ ସମ୍ଭବ କରିହେବ ଦେଖାଇଛି । ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରଦ୍ଧା କାପୁର, ବରୁନ ଶର୍ମା, ପ୍ରତୀକ ବବର, ତାହିର ରାଜ ଭାସିନ, ନବୀନ ପୋଲିଶେଟି ଆଦି ମୁଖ୍ୟ ଭୂମିକାରେ ଥିଲେ ।
Zindagi Na Milegi Dobara : ଏହି ଫିଲ୍ମଟି ମଧ୍ୟ ୩ ଜଣ ବନ୍ଧୁଙ୍କ ଉପରେ ଆଧାରିତ ହୋଇଥିଲା । ମାରପିଟ ତ ହେଉଥିଲେ କିନ୍ତୁ ଖରାପ ସମୟ ଆସିଲେ ସମସ୍ତେ ଏକାଠି ହୋଇଯାଉଥିଲେ । ହ୍ରିତିକ୍ ରୋଶନ୍,ଫରହାନ୍ ଅଖତର ଏବଂ ଅଭୟ ଦେଓଲଙ୍କ ଅଭିନିତ ଫିଲ୍ମଟି ମଧ୍ୟ ଖୁବ୍ ହିଟ୍ ହୋଇଥିଲା ।
Yeh Jawaani Hai Deewani : ଅପରିଚିତଙ୍କ ସହ କିଭଳି ଜଣେ ବନ୍ଧୁତ୍ୱ ସଂପର୍କରେ ବାନ୍ଧିହୁଏ ଏବଂ ପରେ ଭଲ ବନ୍ଧୁ ତାଲିକାରେ ସ୍ଥାନ ପାଏ ଏହାର ଏକ ଭଲ ଉଦାହରଣ ହେଉଛି ଫିଲ୍ମ "ୟେ ଜୱାନି ହେ ଦିୱାନି" । ଫିଲ୍ମଟିରେ ଭରପୂର ମସ୍ତି ଦେଖିବାକୁ ମିଳିଥିଲା ।
Queen : କଙ୍ଗନାଙ୍କ ଅଭିନୀତ କୁଇନ୍' ହେଉଛି ଅନ୍ୟତମ ଆଇକନ୍ ଚଳଚ୍ଚିତ୍ର ଯାହାକି ନିଜକୁ ଖୋଜିବା ପାଇଁ ଏକ ବିଦେଶୀ ଦେଶକୁ ଯାତ୍ରା କରୁଥିବା ଜଣେ ମହିଳାଙ୍କ କାହାଣୀ । ତାଙ୍କର ଯାତ୍ରା ସମୟରେ, ସେ ଅନେକ ଭିନ୍ନ ଲୋକଙ୍କୁ ଭେଟି ସୁନ୍ଦର ସଂଯୋଗ ଏବଂ ବନ୍ଧୁତା ସୃଷ୍ଟି କରିଥିଲେ ।
ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ପାରାଗୁୱେରେ ଜୋରସୋରରେ ପାଳିତ ହେଉଥିଲା ଏହି ଦିବସ ।
ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହୁଏ ଫ୍ରେଣ୍ଡସିପ ଡ଼େ' । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁୱେରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା । ଏଠାରେ ୧୯୫୮ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା ।
୧୯୫୮ ମସିହାରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଆମେରିକାରେ ଜଣେ ବ୍ୟକ୍ତିଙ୍କର ହତ୍ୟା ହୋଇଥିଲା । ମୃତ ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କର ଆଉ ଜଣେ ଘନିଷ୍ଠ ବନ୍ଧୁ ଆତ୍ମହତ୍ୟା କରିଦେଇଥିଲେ । ଆଉ ସେବେଠୁ ଆମେରିକାରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି । ବନ୍ଧୁତ୍ୱ ଦିବସ ସହିତ ଜଡିତ ଅନେକ କାହାଣୀ ଇତିହାସର ପୃଷ୍ଠାରେ ଦେଖାଯାଏ ।












Click it and Unblock the Notifications