Happy friendship Day 2024 : ବନ୍ଧୁତାର ପ୍ରକୃତ ଅର୍ଥ ବୁଝାଇଛି ବଲିଉଡର ଏହି ଫିଲ୍ମ, ସାଙ୍ଗ ପାଇଁ ସବୁକିଛି

Happy friendship Day 2024 : ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍। ଆଜି ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର 'ବନ୍ଧୁତା ଦିବସ' ଭାବେ ପାଳନ କରାଯାଉଛି । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର । ଆଉ ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଏହି ବନ୍ଧୁତ୍ୱକୁ ଅତି ନିଖୁଣତାର ସହ ଦର୍ଶା ହୋଇଛି ।

Sholay : 1975 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ନିର୍ମାତା ରମେଶ ସିପିଙ୍କ 'ଶୋଲେ' ଆମକୁ ଜୟ (ଅମିତାଭ ବଚ୍ଚନ) ଏବଂ ବିରୁ (ଧର୍ମେନ୍ଦ୍ର)
ବନ୍ଧୁତାକୁ ଅତି ନିଖୁଣତାର ସହ ଦେଖାଇଛି । ନବେ ଦଶକର ସିନେମାରେ ଜୟ,ବିରୁଙ୍କ ମସ୍ତିଭରା ଗୀତ 'ୟେ ଦୋସତୀ ହମ୍ ନହି ତୋଡେଙ୍ଗେ'କୁ କଣ କେହି ଭୁଲିପାରେ । ଯାହାକୁ ଏବେ ମଧ୍ୟ ଶ୍ରୋତା ମନେ ପକାଇ ଗୁଣୁଗୁଣାନ୍ତି ।

3 Idiots : ଯେତେବେଳେ ବନ୍ଧୁତା କଥା ପଡେ "୩ ଇଡିଅଟସ୍" ଦର୍ଶକଙ୍କ ମନକୁ ପ୍ରଥମେ ଆସିଥାଏ । ରାଞ୍ଚୋ, ରାଜୁ ଏବଂ ଫରହାନଙ୍କ ବନ୍ଧୁତା ଏଭଳି ଥିଲା ଯେ ପ୍ରତିକୂଳ ପରିସ୍ଥିତି ମଧ୍ୟ ୩ ସାଙ୍ଗଙ୍କୁ ନିଜଠାରୁ ଦୂରେଇ ପାରିନଥିଲା ଏବଂ ଶେଷରେ ତିନିଜଣ ଏକାଠି ହୋଇଥିଲେ ।

Happy friendship day 2024

Zindagi Na Milegi Dobara : ଏହି ଫିଲ୍ମଟି ମଧ୍ୟ ୩ ଜଣ ବନ୍ଧୁଙ୍କ ଉପରେ ଆଧାରିତ ହୋଇଥିଲା । ମାରପିଟ ତ ହେଉଥିଲେ କିନ୍ତୁ ଖରାପ ସମୟ ଆସିଲେ ସମସ୍ତେ ଏକାଠି ହୋଇଯାଉଥିଲେ । ହ୍ରିତିକ୍ ରୋଶନ୍,ଫରହାନ୍ ଅଖତର ଏବଂ ଅଭୟ ଦେଓଲଙ୍କ ଅଭିନିତ ଫିଲ୍ମଟି ମଧ୍ୟ ଖୁବ୍ ହିଟ୍ ହୋଇଥିଲା ।

Yeh Jawaani Hai Deewani : ଅପରିଚିତଙ୍କ ସହ କିଭଳି ଜଣେ ବନ୍ଧୁତ୍ୱ ସଂପର୍କରେ ବାନ୍ଧିହୁଏ ଏବଂ ପରେ ଭଲ ବନ୍ଧୁ ତାଲିକାରେ ସ୍ଥାନ ପାଏ ଏହାର ଏକ ଭଲ ଉଦାହରଣ ହେଉଛି ଫିଲ୍ମ "ୟେ ଜୱାନି ହେ ଦିୱାନି" । ଫିଲ୍ମଟିରେ ଭରପୂର ମସ୍ତି ଦେଖିବାକୁ ମିଳିଥିଲା ।

Queen : କଙ୍ଗନାଙ୍କ ଅଭିନୀତ କୁଇନ୍' ହେଉଛି ଅନ୍ୟତମ ଆଇକନ୍ ଚଳଚ୍ଚିତ୍ର ଯାହାକି ନିଜକୁ ଖୋଜିବା ପାଇଁ ଏକ ବିଦେଶୀ ଦେଶକୁ ଯାତ୍ରା କରୁଥିବା ଜଣେ ମହିଳାଙ୍କ କାହାଣୀ । ତାଙ୍କର ଯାତ୍ରା ସମୟରେ, ସେ ଅନେକ ଭିନ୍ନ ଲୋକଙ୍କୁ ଭେଟି ସୁନ୍ଦର ସଂଯୋଗ ଏବଂ ବନ୍ଧୁତା ସୃଷ୍ଟି କରିଥିଲେ ।

ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ । ଭା

ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହୁଏ ଫ୍ରେଣ୍ଡସିପ ଡ଼େ' । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁୱେରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+