ଆଜିଠୁ ଆରମ୍ଭ GST 2.0; କ'ଣ ଶସ୍ତା ହେବ ? କଣ ହେବ ମହଙ୍ଗା ?

ଜିଏସଟି 2.0 ଆଜି ସେପ୍ଟେମ୍ବର 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମହିଳା, ଯୁବବର୍ଗ, ଚାଷୀମାନେ ଏହି ଟ୍ୟାକ୍ସ ରିଫର୍ମ ଦ୍ବାରା ବହୁଳ ଭାବେ ଉପକୃତ ହେବେ ।

ଆଜିଠାରୁ ଜିଏସଟି 2.0 ଲାଗୁ ହେବାକୁ ଯାଉଛି । ଆରମ୍ଭ ହେବ ଜିଏସଟି ସଞ୍ଚୟ ଉତ୍ସବ । ଭାରତୀୟ ସାମଗ୍ରୀ ଓ ସେବା ଟିକସ୍ ବ୍ୟବସ୍ଥା(GST)ର ନୂତନ ଅଧ୍ୟାୟ ଆଜି (ସେପ୍ଟେମ୍ବର 22 ତାରିଖ)ରୁ ଆରମ୍ଭ ହେବାକୁ ଯାଉଛି । ଏହା ଦ୍ବାରା ମହିଳା, ଯୁବବର୍ଗ, ଚାଷୀମାନେ ଏହି ଟ୍ୟାକ୍ସ ରିଫର୍ମ ଦ୍ବାରା ବହୁଳ ଭାବେ ଉପକୃତ ହେବେ । ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ସଂସ୍କାର ଆଣିବାକୁ ଯାଉଛି ।

GST 2 0 starts today

375ଟି ସାମଗ୍ରୀର ଦାମ କମିବ:

ଅତ୍ୟାବଶ୍ୟକ ରୋଷେଇ ଘର ସାମଗ୍ରୀ ଠାରୁ ନେଇ ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ, ଔଷଧ ଠାରୁ ନେଇ ଅଟୋମୋବାଇଲ ଉପକରଣ ପର୍ଯ୍ୟନ୍ତ ସମସ୍ତ ସମଗ୍ରୀର ଦରଦାମ ସୋମବାର ଠାରୁ ହ୍ରାସ ପାଇବ । ଆଜିଠାରୁ ପାଖାପାଖି 375ଟି ସାମଗ୍ରୀର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିବ ।

ଆଜିଠାରୁ ଶସ୍ତା ହେବ:

ଶାରଦୀୟ ନବରାତ୍ରୀ ଉପଲକ୍ଷେ ସେପ୍ଟେମ୍ବର 22 ତାରିଖରୁ ରାଜ୍ୟ ଓ କେନ୍ଦ୍ରର ସହମତି କ୍ରମେ ଜିଏସଟି ପରିଷଦ ବିଭିନ୍ନ ସାମଗ୍ରୀ ଉପରୁ ଟ୍ୟାକ୍ସର ପରିମାଣ ହ୍ରାସ କରିଛନ୍ତି । ବହୁଳ ଭାବେ ବ୍ୟବହାର କରାଯାଉଥିବା ସାମଗ୍ରୀ ଯଥା ଘିଅ, ପନିର, ବଟର, 'ନମକିନ', କେଚଅପ୍, ଜାମ୍, ଶୁଖିଲା ଫଳ, କଫି ଏବଂ ଆଇସ୍କ୍ରିମ୍ । ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଟିଭି, ଫ୍ରିଜ୍, ଏସି, ୱାସିଂ ମେସିନ ମଧ୍ୟ ଶସ୍ତା ହେବାକୁ ଯାଉଛି ।

GST ହାରରେ ହ୍ରାସ:

ବିଭିନ୍ନ FMCG କମ୍ପାନୀମାନେ ନିଜ ଉତ୍ପାଦ ଉପରେ ଦର କମ୍ କରିବା ନେଇ ଘୋଷଣା କରିସାରିଛନ୍ତି । ବହୁ ଆବଶ୍ୟକୀୟ ଔଷଧ, ଗ୍ଲୁକୋମିଟର, ଡାଇଗ୍ନୋଷ୍ଟିକ କିଟ୍ ଭଳି ମେଡ଼ିକାଲ ଉପକରଣଗୁଡ଼ିକ ଉପରେ GSTକୁ ହ୍ରାସ କରାଯାଇ 5% କରାଯାଇଛି । ଯାହା ଫଳରେ ଆବଶ୍ୟକୀୟ ଔଷଧଗୁଡ଼ିକର ଦାମ୍ କମିବ । ଏହା ସହିତ ଘର ତୋଳିବା ମଧ୍ୟ ଶସ୍ତା ହେବ କାରଣ ସିମେଣ୍ଟ ଉପରେ ଲାଗୁଥିବା ଟ୍ୟାକ୍ସ 28 ପ୍ରତିଶତରୁ ହ୍ରାସ ପାଇ 18 ପ୍ରତିଶତ ହୋଇରହିଛି ।

ନୂତନ GST ସଂସ୍କାରରେ ତିନୋଟି ସ୍ଲାବ ବ୍ୟବସ୍ଥା:

ଜଟିଳ ଟ୍ୟାକ୍ସ ବ୍ୟବସ୍ଥା ପରିବର୍ତ୍ତେ ସରଳ ବ୍ୟବସ୍ଥା କରିବା ପାଇଁ ସରକାର ମୁଖ୍ୟତଃ ତିନୋଟି ସ୍ଲାବରେ ସମସ୍ତ ସାମଗ୍ରୀକୁ ବିଭକ୍ତ କରିଛନ୍ତି । ଏହା ସହିତ ବହୁଳ ଭାବେ ବ୍ୟବହାର କରାଯାଉଥିବା ବିଭିନ୍ନ ଦୈନନ୍ଦିନ ସାମଗ୍ରୀଗୁଡ଼ିକୁ ଦେୟମୁକ୍ତ କରିଛନ୍ତି ।

5% GST ସ୍ଲାବ:

ଏହା ଅତ୍ୟାବଶ୍ୟକ ଖାଦ୍ୟ ତଥା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ ଉପକରଣ ପାଇଁ ଉଦ୍ଦିଷ୍ଟ

18% GST ସ୍ଲାବ:

ଦୈନନ୍ଦିନ ଉପକରଣ ଓ ଇଲେକ୍ଟ୍ରୋନିକ୍ସ ଭଳି ବିଭିନ୍ନ ସାମଗ୍ରୀ ଏହି ସ୍ଲାବ ଅନ୍ତର୍ଗତ

40% GST ସ୍ଲାବ:

ଏଥିରେ ବିଳାସପୂର୍ଣ୍ଣ ସାମଗ୍ରୀ, ଉଚ୍ଚମାନର ଯାନବାହାନ ଓ ତମାଖୁ, ସିଗାରେଟ ଓ ମୃଦୁପାନୀୟ ଅନ୍ତର୍ଭୁକ୍ତ

କମିବ ଔଷଧ ଦାମ:
ସରକାର ଔଷଧ ଉତ୍ପାଦନକାରୀ କମ୍ପାନୀଙ୍କ ସହିତ ଆଲୋଚନା କରି ଔଷଧର ଦାମକୁ କମ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ଦ୍ବାରା ବହୁ ଲୋକ ଉପକୃତ ହେବେ । ଏପରିକି ଜୀବନରକ୍ଷାକାରୀ ଔଷଧଗୁଡ଼ିକୁ ଦେୟମୁକ୍ତ କରାଯାଇଛି ।

ଅଟୋମୋବାଇଲ କ୍ଷେତ୍ର:

ଏହି ନୂତନ GST ସଂସ୍କାର ଭାରତର ଅଟୋମୋବାଇଲ କ୍ଷେତ୍ରରେ ବହୁ ଭଲ ପ୍ରଭାବ ପକାଇବ । କାରଗୁଡ଼ିକ ଉପରେ GSTକୁ 28 ପ୍ରତିଶତରୁ କମ୍ କରି 18 ପ୍ରତିଶତ କରାଯାଇଛି । ବହୁ କର ନିର୍ମାତା କମ୍ପାନୀମାନେ ନିଜ କାରର ଦାମକୁ କମ୍ କରିବା ନେଇ ଘୋଷଣା କରିସାରିଲେଣି । ଏହା ବ୍ୟତୀତ ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିଗତ ସୁସ୍ଥତା ସେବା ମଧ୍ୟରେ ସ୍ୱାସ୍ଥ୍ୟ କ୍ଲବ୍, ସେଲୁନ୍, ପାର୍ଲର, ଫିଟନେସ୍ କେନ୍ଦ୍ର, ଯୋଗ କେନ୍ଦ୍ର ଆଦି ଉପରେ GST 18 ପ୍ରତିଶତରୁ 5 ପ୍ରତିଶତ କରାଯାଇଛି ।

ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ:

ଏହା ସହିତ କେଶ ତେଲ, ଟଏଲେଟ୍ ସାବୁନ୍ ବାର୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ ଭଳି ଦୈନନ୍ଦିନ ବ୍ୟବହାର ସାମଗ୍ରୀ ମଧ୍ୟ ଶସ୍ତା ହେବ । ଏଗୁଡ଼ିକ ଉପରେ ଟିକସ ବର୍ତ୍ତମାନ ୧୨-୧୮ ପ୍ରତିଶତରୁ କମ୍ କରାଯାଇ ୫ ପ୍ରତିଶତ କରାଯାଇଛି । ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଥିବାରୁ ଟ୍ୟାଲକମ୍ ପାଉଡର, ଫେସ୍ ପାଉଡର, ଶେଭିଂ କ୍ରିମ୍ ଏବଂ ଆଫ୍ଟର-ସେଭିଂ ଲୋସନ୍ ଭଳି ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇବ ।

ବର୍ତ୍ତମାନର ବ୍ୟବସ୍ଥା:

ତେବେ ବର୍ତ୍ତମାନ ବିଭିନ୍ନ ସାମଗ୍ରୀଗୁଡ଼ିକ 4ଟି ଟ୍ୟାକ୍ସ ସ୍ଲାବରେ ବିଭକ୍ତ । ଯଥା 5%, 12%, 18% ଓ 40% । ଏହା ସହିତ ବିଳାସ ସାମଗ୍ରୀ ଓ ନିଶାଦ୍ରବ୍ୟ ଉପରେ କମ୍ପେନ୍ସେସନ ସେସ୍ ଲାଗୁ କରାଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ କହିଥିଲେ, "GST ସଂସ୍କାର ଅର୍ଥନୀତିରେ 2 ଲକ୍ଷ କୋଟି ଟଙ୍କା ପ୍ରବେଶ କରାଇବ । ଯାହା ଫଳରେ ଲୋକଙ୍କ ହାତରେ ଅଧିକ ନଗଦ ରାଶି ରହିବ । ଯାହା ନଚେତ୍ ଟିକସ ଭାବରେ ଚାଲିଯାଇଥାନ୍ତା ।"

ଟ୍ୟକ୍ସ ମୁକ୍ତ ହେଲା:

ଖାଦ୍ୟ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ
କ୍ଷୀର, ପନିର, ପରଟା, ପିଜ୍ଜା ଅଟା, ରୁଟି ଆଦି ଖାଦ୍ୟ ସାମଗ୍ରୀ
ସ୍ବାସ୍ଥ୍ୟ ଓ ଜୀବନରକ୍ଷାକାରୀ ଔଷଧ:

ଜୀବନରକ୍ଷାକାରୀ ଔଷଧ
ଲାଇଫ୍ ଓ ହେଲଥ୍ ଇନ୍ସୁରାନ୍ସ
ଶସ୍ତା ହେଲା:(12-18%ରୁ 5%)

ଘିଅ
ବଟର
ଚିଜ୍
ଜାମ୍
ସସ୍
ସୁପ୍
ପାସ୍ତା
ନମକିନ
ମିଠା ଓ ଚକୋଲେଟ
ଡ୍ରାଏ ଫ୍ରୁଟ୍ସ
ଫଳ

ସ୍ବାସ୍ଥ୍ୟ ଓ ଜୀବନରକ୍ଷାକାରୀ ଔଷଧ:

ପ୍ରମୁଖ ଔଷଧ
ମେଡ଼ିକାଲ ଉପକରଣ
ଡ଼ାଇଗୋନୋଷ୍ଟିକ କିଟ୍
ବ୍ୟାଣ୍ଡେଜ
ଥର୍ମୋମିଟର
ଅକ୍ସିଜେନ
ବ୍ୟକ୍ତିଗତ ଯତ୍ନ ଏବଂ ଉପଭୋକ୍ତା ସାମଗ୍ରୀ:

କେଶ ତେଲ
ସାମ୍ପୁ
ଟୁଥପେଷ୍ଟ
ସାବୁନ
ପୁରୁଷଙ୍କ ସେଭିଂ ପ୍ରଡ଼କ୍ଟ
ଟାଲକମ୍ ପାଉଡର
ଟୁଥବ୍ରସ୍
ମହମବତୀ
ଷ୍ଟେସନଆରୀ ଉତ୍ପାଦ:

ନୋଟବୁକ୍
ପେନସିଲ୍
କଟର
ରବର
ଭିତ୍ତିଭୂମି ନିର୍ମାଣ ପାଇଁ କଞ୍ଚାମାଲ

ସିମେଣ୍ଟ(28%ରୁ କମିଲା 18%)
ମାର୍ବଲ, ଗ୍ରାନାଇଟ୍ ବ୍ଲକ ଏବଂ ପରିବେଶ ଅନୁକୂଳ ନିର୍ମାଣ ସାମଗ୍ରୀରେ ମାତ୍ର 5%
ଯାନବାହାନ:

ଟ୍ରାକ୍ଟର
ସାଇକେଲ
350 ସିସିରୁ କମ୍ ମୋଟରସାଇକେଲ
ଛୋଟ କାର
ଇଲେକ୍ଟ୍ରିକ୍
ହାଇବ୍ରିଡ୍ ଯାନ
ଆମ୍ବୁଲାନ୍ସ
ମହଙ୍ଗା ହେଲା:(28%ରୁ ବଢିଲା 40%)

ପାନ ମସଲା
ଗୁଟକା
ଟବାକୋ
ସିଗାରେଟରେ
ମୃଦୁ ପାନୀୟ
ବିଳାସପୂର୍ଣ୍ଣ ଜିନିଷ:

୧୨୦୦ସିସି/୧୫୦୦ସିସିରୁ ଅଧିକ ଇଞ୍ଜିନ SUV କାର
ଯାନବାହାନ:

350ccରୁ ଅଧିକ ମୋଟରସାଇକେଲ
ଜାହାଜ
ଘରୋଇ ବିମାନ
ରିଭଲଭର ଏବଂ ପିସ୍ତଲ
ମହଙ୍ଗା ସାମଗ୍ରୀ:

କୋଇଲା
ବାୟୋଡିଜେଲ
2500 ଟଙ୍କାରୁ ଅଧିକ ଦାମ୍ ପ୍ରିମିୟମ୍ ପୋଷାକ ଏବଂ ବସ୍ତ୍ର
କିଛି ସ୍ବତନ୍ତ୍ର କାଗଜରୁ ତିଆରି ସାମଗ୍ରୀ, କ୍ରାଫ୍ଟ ପେପର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+