Green vs Red Apple: କେଉଁ ଆପଲ୍ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭ ଦାୟକ, ଏହି ସେଉ ଖାଇବା ଦ୍ୱାରା କମିଥାଏ ସୁଗାର୍
Green vs Red Apple: କୁହାଯାଏ 'One apple a day keeps doctor away' ଅର୍ଥାତ୍ ପ୍ରତ୍ୟେକ ଦିନ ଗୋଟିଏ ଆପଲ୍ ବା ସେଉ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ପ୍ରତିଦିନ ଏକ ଆପଲ୍ ଖାଇବା ଦ୍ୱାରା ରୋଗ ଦୂର ହୋଇଥାଏ । ସେହିପରି ବଜାରରେ ୨ ପ୍ରକାରର ସେଉ ମିଳିଥାଏ , ରେଡ୍ ଆପଲ୍ ଏବଂ ଗ୍ରିନ୍ ଆପଲ୍ । ସେହିପରି ଅନେକ ଲୋକ ଦ୍ୱନ୍ଦରେ ପଡିଆ
ଉଭୟ ରେଡ୍ ଏବଂ ଗ୍ରିନୀ ଆପଲ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଉଭୟ ମଧ୍ୟରେ ରହିଛି କିଛି ପାର୍ଥକ୍ୟ । ତେବେ ଚାଲନ୍ତୁ ଜାଣିବା କେଉଁ ଆପଲ୍ ଖାଇବା ଅଧିକ ଉତ୍ତମ ।

ଗ୍ରିନ୍ ଆପଲରେ ଭିଟାମିନ୍ ସି ଏବଂ ଫାଇବରରେ ଅଧିକ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । କମ୍ କ୍ୟାଲୋରୀ ଏବଂ କମ୍ ମଧୁରତା ହେତୁ ଏହା ଓଜନ ହ୍ରାସ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ମଧ୍ୟ ଲାଭଦାୟକ ।ସେଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ସବୁଜ ଆପଲ୍ ବା ଗ୍ରୀନ ଆପଲ୍ ଅଧିକ ଭଲ ।
ଅନ୍ୟ ପଟେ, ରେଡ୍ ଆପଲରେ ଚିନି ପରିମାଣ ସାମାନ୍ୟ ଅଧିକ, ଯାହା ଏକ ଉତ୍ତମ ଶକ୍ତିରଉତ୍ସ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଶରୀରରେ ମୁକ୍ତ ରେଡିକାଲ୍ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଯାହା ହୃଦୟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।
ଉଭୟ ଆପଲରେ ଫାଇବର ଥାଏ, କିନ୍ତୁ ସବୁଜ ଆପଲରେ ସାମାନ୍ୟ ଅଧିକ ଫାଇବର ଥାଏ ।ଏହା ହଜମ ପାଇଁ ଅଧିକ ଲାଭଦାୟକ ଅଟେ ।ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଉଭୟ ଆପଲରେ ମିଳିଥାଏ, କିନ୍ତୁ ସବୁଜ ଆପଲରେ ଅଧିକ ପରିମାଣରେ ଭିଟାମିନ୍ ଏ ଥାଏ, ଯାହା ଚର୍ମ ଏବଂ ଆଖି ପାଇଁ ଲାଭଦାୟକ ।
ଲାଲ୍ ଆପଲରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ଥାଏ, ଯାହା ଶରୀରରେ ମୁକ୍ତ ରେଡିକାଲ୍ ସହିତ ଲଢିବାରେ ସାହାଯ୍ୟ କରେ ଏବଂ ହୃଦରୋଗ ରୋକିଥାଏ । ସେହିପରି ସବୁଜ ଆପଲରେ କ୍ୟାଲୋରୀ କମ୍ ଥାଏ ଏବଂ ଏଥିରେ ଚିନି କମ୍ ଥାଏ, ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ଗ୍ରୀନ୍ ଆପଲ୍ ଅଧିକ ଉତ୍ତମ ।












Click it and Unblock the Notifications