ଖାଉଛନ୍ତି କି ଗ୍ରିନ୍ ମଟର? ଜାଣନ୍ତୁ ଶୀତ ଦିନରେ କେତେ ଉପକାରୀ ଏହି ମଟର

ତରକାରୀରେ ଗ୍ରୀନ୍ ମଟର ପଡ଼ିଲେ ଏହାର ସ୍ୱାଦ ବଢ଼ିଥାଏ। ଗ୍ରୀନ୍‌ ମଟରରେ ଭିଟାମିନ୍‌ ଏ, ବି-୧, ବି-୬, ସି ଏବଂ କେ ପରି ଭିଟାମିନ୍‌ ଓ ପୋଷକତତ୍ତ୍ୱ ରହିଛି। ଏଗୁଡ଼ିକୁ ସ୍ୱାସ୍ଥ୍ୟ ପାଇଁ ପାୱାର ହାଉସ୍‌ ବୋଲି କୁହାଯାଇଥାଏ। ସେହିପରି ଗ୍ରୀନ୍‌ ମଟରରେ କ୍ୟାଲୋରୀର ମାତ୍ରା କମ୍‌ ଏବଂ ଫାଇବର୍‌, ପ୍ରୋଟିନ୍‌, ମାଙ୍ଗାନିଜ୍‌, ଆଇରନ୍‌ ଓ ଫୋଲେଟ୍‌ ପ୍ରଚୁର ମାତ୍ରାରେ ରହିଛି। ତା'ହେଲେ ଆସନ୍ତୁ ଜାଣିବା ଶୀତଦିନେ ମଟର ଖାଇଲେ, ଶରୀରକୁ କେଉଁସବୁ ଲାଭ ମିଳିଥାଏ।

୧. ଓଜନ କମାଇବା ପାଇଁ ଗ୍ରୀନ୍‌ ମଟର ସାହାଯ୍ୟ କରିଥାଏ। ଏଥିରେ ଫାଇବର୍‌ ଓ ପ୍ରୋଟିନ୍‌ ଥିବାରୁ ମଟର ଖାଇବା ପରେ ତୁରନ୍ତ ଭୋକ ଲାଗିନଥାଏ।

୨. ଗ୍ରୀନ୍‌ ମଟରରେ ଥିବା ମ୍ୟାଗ୍ନେଶିୟମ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟ ହାର୍ଟକୁ ସୁସ୍ଥ ରଖିଥାଏ। ଏପରିକି ଏହାକୁ ପ୍ରତିଦିନ ଖାଇଲେ ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଖରାପ କୋଲେଷ୍ଟ୍ରଲ୍‌ ଶରୀରରେ ନଷ୍ଟ ହୋଇଥାଏ।

୩. ଏଥିରେ ଥିବା ଫାଇବର୍‌ ପାଚନ ତନ୍ତ୍ରକୁ ଠିକ୍‌ ରଖିଥାଏ ଏବଂ ଶରୀରରେ ଭଲ ବ୍ୟାକ୍ଟେରିଆ ତିଆରି କରିଥାଏ। ଗ୍ରୀନ୍‌ ମଟର ଖାଇବାଦ୍ୱାରା ପେଟ ସଫା ରହିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

Green Peas Health Benefits

୪. ଗ୍ରୀନ୍‌ ମଟରରେ ଗ୍ଲାଇସେମିକ ଇଣ୍ଡେକ୍ସ କମ୍‌ ରହିଛି, ଯାହା ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିଥାଏ। ଏଥିସହ ମଟରରେ ଥିବା ଭିଟାମିନ୍‌ ବି, ଏ, କେ ଓ ସି ଡାଇବେଟିସ୍‌ର ଆଶଙ୍କାକୁ କମ୍‌ କରିଥାଏ।

୫. ହାଡ଼କୁ ମଜବୁତ୍‌ କରିବା ପାଇଁ ଭିଟାମିନ୍‌ କେ ଆବଶ୍ୟକ ହୋଇଥାଏ। ଗ୍ରୀନ୍‌ ମଟରରେ ଥିବା ଭିଟାମିନ୍‌ କେ ଶରୀରକୁ ଅଷ୍ଟିଓପୋରୋସିସ୍‌ ରୋଗରୁ ରକ୍ଷା କରିଥାଏ। ସିଝା ଗ୍ରୀନ୍‌ ମଟରରେ ଭିଟାମିନ୍‌ କେ ୪୬ ପ୍ରତିଶତ ରହିଥାଏ।

୬. ଗ୍ରୀନ୍‌ ମଟରରେ ଥିବା ଭିଟାମିନ୍‌ ସି ତ୍ୱଚାରେ କୋଲୋଜୋନ୍‌ର ଉତ୍ପାଦନକୁ ବୃଦ୍ଧି କରିଥାଏ। ଏହାଦ୍ୱାରା ତ୍ୱଚାର ଚମକ ବଢ଼ିଥାଏ। ଆହୁରି ମଧ୍ୟ ଗ୍ରୀନ୍‌ ମଟରରେ ପ୍ଲୋବେନୋଇଡସ୍‌, କେଟେଚିନ୍‌, ଏପିକ୍ଟିନ୍‌, କାରୋଟେନାଇଡ୍‌ ଓ ଅଲ୍‌ଫା କେରାଟାଇନ୍‌ ରହିଛି। ଏହିସବୁ ପୋଷକତତ୍ତ୍ୱ ବୟସ ବଢ଼ାଇବାର ସଙ୍କେତକୁ ନିୟନ୍ତ୍ରଣ କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+