Green Crackers: କଣ ସତରେ ସବୁଜବାଣରୁ କମ୍ ପ୍ରଦୂଷଣ ସୃଷ୍ଟି ହୁଏ ? କିପରି ଚିହ୍ନିବେ ସବୁଜବାଣ ?

ଆଲୋକର ପର୍ବ ଦୀପାବଳି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଖୁବ ଉତ୍ସାହ ଓ ଉଦ୍ଦୀପନା ସହିତ ଏହାକୁ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ । ତେବେ ବର୍ତ୍ତମାନର ସରକାର ଏବଂ ଗବେଶଣା ପ୍ରତିଷ୍ଠାନ ସବୁଜ ବାଣର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହା କଥାକଥିତ ଭାବେ ବ୍ୟବହୃତ ହୋଇଆସିଥିବା ବାଣ ଗୁଡ଼ିକ ଅପେକ୍ଷା ସୁରକ୍ଷିତ ଓ କମ୍ ପ୍ରଦୂଷଣ ସୃଷ୍ଟିକାରୀ ଅଟେ । ତେବେ ସତରେ କ'ଣ ଏହି ସବୁଜ ବାଣ ସୁରକ୍ଷିତ ନା ପ୍ରଦୂଷଣ ମୁକ୍ତ ନାମରେ ଅନ୍ଧାରରେ ବାଡ଼ି ବୁଲାଇବା ସଦୃଶ ।

ଚାଲନ୍ତୁ ଜାଣିବା...

ବାଣ ଉପରେ ଲାଗିଥିଲା ରୋକ୍:

2018 ମସିହାରେ ସୁପ୍ରିମ୍ କୋର୍ଟ ପାରମ୍ପାରିକ ବାଣଗୁଡ଼ିକର ବ୍ୟବହାର ଉପରେ ରୋକ୍ ଲଗାଇଥିଲେ । ଯାହା ଫଳରେ ବାଣ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ବାଣ ପାଇଁ ନିଯୁକ୍ତି ହରାଇଥିବା ଲୋକଙ୍କ ସଂଖ୍ୟା କମ୍ କରିବା ପାଇଁ ସରକାର ସବୁଜ ବାଣ ଭଳି ସମାଧାନ ଆଣିଥିଲେ । ଏହି ବାଣରୁ ପାରମ୍ପାରିକ ବାଣ ଅପେକ୍ଷା 30 ପ୍ରତିଶତ କମ୍ ଧୂଳି କଣିକା, ସଲଫର ଓ ବିଷାକ୍ତ ବାଷ୍ପ ନିର୍ଗତ ହୋଇଥାଏ ।

Do green crackers really cause less pollution

କେଉଁଟି ସବୁଜ ବାଣ ଓ କିପରି ଏହାକୁ ଚିହ୍ନିବେ ?

ସବୁଜ ବାଣ କ'ଣ ?

ସବୁଜ ବାଣରୁ ପାରମ୍ପାରିକ ବାଣ ଅପେକ୍ଷା କମ୍ ଧୁଳି ଧୂଆଁ ଆଦି ନିର୍ଗତ ହୋଇଥାଏ । ଏହା ପାରମ୍ପାରିକ ବାଣର ଏକ ସଠିକ ବିକଳ୍ପ ଅଟେ । CSIR-NEERIର ଗବେଶଣା ମୁତାବକ ସବୁଜ ବାଣରେ କମ୍ ପରିମାଣର ପ୍ରଦୂଷଣକାରୀ ପଦାର୍ଥ ରହିଥାଏ । ସୁକ୍ଷ୍ମ ଧୂଳିକଣା ନିର୍ଗତ ନ ହେବା ପାଇଁ ଏଥିରେ ବ୍ୟବହୃତ କଞ୍ଚାମାଲକୁ ସଠିକ ପରିମାଣରେ ମିଶାଯାଇଥାଏ । ଏହା ଦ୍ବାରା ପାଖାପାଖି 30 ପ୍ରତିଶତ ଧୂଳିକଣା ନିର୍ଗତ କମ୍ ନିର୍ଗତ ହୁଏ । ତେବେ ଏହା ପାରମ୍ପାରିକ ଶୈଳୀରେ ପ୍ରସ୍ତୁତ ବାଣ ଅପେକ୍ଷା କମ୍ ପ୍ରଦୂଷଣ ସୃଷ୍ଟି କରିଥାଏ ।

କିପରି ଚିହ୍ନିବେ ସବୁଜ ବାଣ:

  • ଏହା ଉପରେ CSIR NEERI ର ଲୋଗୋ ଦେଖି ଚିହ୍ନଟ କରିପାରିବେ ।
  • CSIR NEERI Green QR Code ଆପ୍‌ରୁ QR Code ସ୍କାନ କରି ଜାଣିପାରିବେ ।
  • CSIR NEERI ସବୁଜ ବାଣର ପରୀକ୍ଷଣ ପରେ ପ୍ରଦୂଷଣର ମାତ୍ରା ସମ୍ବନ୍ଧିତ ଏକ ସାର୍ଟିଫିକେଟ ଦେଇଥାଏ ।
  • ପରିଶେଷରେ PESO ପକ୍ଷରୁ ଅନ୍ତିମ ଅନୁମୋଦନ ମିଳିଥାଏ ।

ସାଧାରଣ ବାଣ ଓ ସବୁଜ ବାଣ ମଧ୍ୟରେ ଅନ୍ତର:

  • ସବୁଜବାଣରେ ହାନିକାରକ ରସାୟନ ବା କେମିକାଲ ନ ଥାଏ ଏବଂ ବାୟୁ ପ୍ରଦୂଷଣ ମଧ୍ୟ କମ୍ ହୋଇଥାଏ ।
  • ଏହା ପରିବେଶ ପ୍ରତି ହାନିକାରକ ପ୍ରଭାବ ପକାଇ ନଥାଏ ।
  • ଏଥିରେ ଗନ୍ ପାଉଡ଼ର ସହିତ ଅନ୍ୟାନ୍ୟ ଦ୍ରବ୍ୟର ବ୍ୟବହାର କରାଯାଇଥାଏ, ଯାହା ଦ୍ବାରା ବାଣ ଫୁଟିବା ବେଳେ ରଙ୍ଗୀନ ବାଣ ଫୁଟିଥାଏ ।
  • ସବୁଜ ବାଣରେ ଆପଣ ସାଧାରଣ ବାଣ ଭଳି ଅନେକ ପ୍ରକାରର ଭିନ୍ନତା ଦେଖିବାକୁ ମିଳେ ।
  • ପେନସିଲ ବାଣ ଠାରୁ ନେଇ ବମ୍, ଚକ୍ରୀ, ଝୁରଝୁରୀ ଭଳି ଅନେକ ପ୍ରକାରର ବାଣ ମିଳେ ।
  • ସାଧାରଣ ବାଣରେ ଅକ୍ସିଡ଼ାଇଜିଂ ଏଜେଣ୍ଟ ଭାବେ କଳା ପାଉଡ଼ର, କ୍ଲୋରେଟ୍, ପରକ୍ଲୋରେଟ୍ ବ୍ୟବହୃତ ହୁଏ । ମାତ୍ର ସବୁଜ ବାଣରେ ଏହାର ବ୍ୟବହାର କରାଯାଇନଥାଏ ।
  • ସବୁଜ ବାଣରେ ବେରିୟମ୍ ଭଳି ଉପାଦାନ ବ୍ୟବହାର କରାଯାଏ ନାହିଁ ।

ସବୁଜ ବାଣ ବିଶେଷତ୍ବ:

  • ସବୁଜ ବାଣ ଓ ସାଧାରଣ ବାଣ ମଧ୍ୟରେ ତଫାତ୍ ରହିଛି । ସବୁଜ ବାଣ ଓ ସାଧାରଣ ବାଣ ପାଇରୋଟେକ୍ନିକ ପଦ୍ଧତିରେ(pyrotechnic compositions) ନିର୍ମିତ ହୋଇଥାନ୍ତି । ମାତ୍ର ସବୁଜ ବାଣରେ ରହିଥିବା ଅନ୍ୟାନ୍ୟ କାର୍ଯ୍ୟକାରିତା ଏହାକୁ ସାଧାରଣ ବାଣ ଠାରୁ ଅଲଗା କରିଥାଏ ।
  • ଏହାର ଅନନ୍ୟ ବିଶେଷତ୍ବ ହେଲା ଏହି ବାଣରୁ ଧୂଳିକଣା ପରିବର୍ତ୍ତେ ଜଳ କିମ୍ବା ବାୟୁ ନିର୍ଗତ ହୋଇଥାଏ ।
  • ଏହାକୁ ଫୁଟାଇବା ବେଳେ ବିଷାକ୍ତ ବାୟୁ ପ୍ରଦୂଷଣ କିମ୍ବା ଧୂଳି କଣା ନିର୍ଗତ ହୋଇ ନଥାଏ ।
  • ସବୁଜ ଘର ଗ୍ୟାସ ଯଥା CO, CO2, SO2 and NO2 ଆଦିର କମ୍ ନିର୍ଗମନ ।
  • ସବୁଜ ବାଣରେ, ସାଧାରଣ ବାଣ ଅପେକ୍ଷା ଆଲୁମିନିୟମ୍, ସଲଫର ଓ ପୋଟାସିୟମ୍ ନାଇଟ୍ରେଟ୍ ଭଳି ରସାୟନର ବ୍ୟବହାର କମ୍ କରାଯାଇଥାଏ ।
  • ସବୁଜ ବାଣରେ, ସାଧାରଣ ବାଣ ଅପେକ୍ଷା ଆଲୁମିନିୟମ୍, ସଲଫର ଓ ପୋଟାସିୟମ୍ ନାଇଟ୍ରେଟ୍ ଭଳି ରସାୟନର ବ୍ୟବହାର କମ୍ କରାଯାଇଥାଏ ।
  • ପୋଟାସିୟମ୍ ନାଇଟ୍ରେଟ୍ ଓ ସଲଫରର ସର୍ବନିମ୍ନ ବ୍ୟବହାର ହୋଇଥାଏ ।
  • ସବୁଜ ବାଣ, ସାଧାରଣ ବାଣ ପରି ମଧ୍ୟ ଶବ୍ଦ ସୃଷ୍ଟି କରିଥାଏ ।
  • ସବୁଜ ବାଣ ଏପରି ଏକ ବାଣ ଯାହା ଫୁଟିଲେ ଆଲୋକ ଓ ଶବ୍ଦ ସୃଷ୍ଟି ହୋଇଥାଏ ମାତ୍ର କମ୍ କ୍ଷତିକାରକ ଗ୍ୟାସ ନିର୍ଗତ ହୋଇଥାଏ । ଏହା ସହିତ ଏହା ପରିବେଶ ପାଇଁ କମ୍ କ୍ଷତିକାରକ ମଧ୍ୟ । ଏଥିରେ କମ୍ ରସାୟନର ବ୍ୟବହାର ହୋଇଥାଏ । ଫଳରେ କମ୍ କାର୍ବନ ଫୁଟପ୍ରିଣ୍ଟ(carbon Footprint) ଛାଡ଼ିଥାଏ ।

ପାରମ୍ପାରିକ ବାଣର ସ୍ବାସ୍ଥ୍ୟଗତ ପ୍ରଭାବ:

ଫୁସଫୁସ ବିଶେଷଜ୍ଞ ଏବଂ ଇଣ୍ଟେନ୍ସିଭିଷ୍ଟ ଡକ୍ଟର ଅମିତ ଗୱଣ୍ଡେ କହିଛନ୍ତି,"ବାଣ ଫୁଟାଇବା ଦ୍ବାରା ଯଥେଷ୍ଟ ପରିମାଣର ପ୍ରଦୂଷକ ବାୟୁରେ ମିଶିଥାଏ । ଏହି ପ୍ରଦୂଷକରେ ଧୂଳି କଣିକା, ସଲଫର ଡାଇଅକ୍ସାଇଡ଼, କାର୍ବନ ମନୋକ୍ସାଇଡ଼ ଏବଂ ବହୁ ଭାରୀ ଧାତୁ ଆଦି ବାୟୁରେ ମିଶିଥାଏ । ଏହା ଆପଣଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଖରାପ କରିଥାଏ । ହୃଦରୋଗ, ଶ୍ବାସ ରୋଗ ଓ ବ୍ରୋନଙ୍କାଇଟିସ୍ ରୋଗରେ ପୀଡ଼ିତମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଏହା ସହିତ ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି ।"

ସାଧାରଣ ବାଣ ଓ ବାୟୁ ପ୍ରଦୂଷଣ:

ବାଣ ଦ୍ବାରା ସୃଷ୍ଟି ହୋଇଥିବା ପ୍ରଦୂଷଣ ବହୁମୁଖୀ ହୋଇଥାଏ । ଏହା ବାୟୁ ସହିତ ଶବ୍ଦ, ଜଳ ତଥା ମୃତ୍ତିକା ପ୍ରଦୂଷଣ କରିଥାଏ । ବାଣରୁ ସୃଷ୍ଟ ବାୟୁ ପ୍ରଦୂଷଣ ଖୁବ ମାରାତ୍ମକ ହୋଇଥାଏ । କାରଣ ବାଣ ଫୁଟିବା ଦ୍ବାରା ସୁକ୍ଷ୍ମ ଧୂଳିକଣା (PM2.5 and PM10) ନିର୍ଗତ ହୋଇଥାଏ । ଏହା ଆମ ଶ୍ବାସନଳୀରେ ପ୍ରବେଶ କରି ଫୁସଫୁସ୍ ଏବଂ ରକ୍ତରେ ମିଶି ମାରାତ୍ମକ ରୋଗ ସୃଷ୍ଟି କରିପାରେ ।

ବାଣରୁ ହେଉଥିବା ଶବ୍ଦ ପ୍ରଦୂଷଣ ଶ୍ରବଣ ଶକ୍ତିକୁ ପ୍ରଭାବିତ କରିପାରେ । ଏହା ସହିତ ଜୀବଜନ୍ତୁଙ୍କୁ ମଧ୍ୟ ଭୟଭୀତ କରିଥାଏ । କେତେକ କ୍ଷେତ୍ରରେ ଭୟରୁ ମୃତ୍ୟୁ ଘଟିଥିବାର ମଧ୍ୟ ନଜିର ରହିଛି । ଏହା ସହିତ ବାଣରୁ ବଳକା ପାଉଁଶ ମୃତ୍ତିକା ଓ ଜଳ ପ୍ରଦୂଷଣ ସୃଷ୍ଟି କରିଥାଏ । ଏହା ସହିତ ଆମ ପରିବେଶ ଉପରେ ବହୁ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ବାଣ ଫୁଟିବା ଦ୍ବାରା ଅନେକ ସବୁଜ ଗ୍ୟାସ ନିର୍ଗତ ହୋଇଥାଏ । ଏହା ସହିତ ଏଥିରୁ ବାହାରୁଥିବା ଭାରୀ ଧାତୁଗୁଡ଼ିକ ମାଟିରେ ମିଶି ଆମ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିଥାଏ । ଯାହା ପରିଶେଷରେ ଗଛ ଓ ଆମର ପୋଷଣ ଓ ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+