Get Updates
Get notified of breaking news, exclusive insights, and must-see stories!

Good Morning: ପ୍ରତ୍ୟେକ ଦିନ ସକାଳୁ କେତେବେଳେ ଉଠିବେ ? ଆଉ ଉଠି ...

ପ୍ରତ୍ୟେକ ସକାଳରୁ ଦିନର ଆରମ୍ଭ ହୋଇଥାଏ । ଆପଣଙ୍କ ଦିନ କେମିତି କଟି ଆପଣ ସେ କଥା ସକାଳୁ ଅନୁଭବ କରନ୍ତି । ସମସ୍ତେ ଚାହାନ୍ତି ସେମାନଙ୍କର ପୂରା ଦିନ ଶୁଭମୟ ହେଉ ବୋଲି ।

ତେବେ ସକାଳୁ ଉଠି ଏମିତି କଣ କଲେ ଦିନଟି ଶୁଭମୟ ହୋଇଥାଏ ? କଣ କରିବା ଉଚିତ୍‌ ଆଉ କରିବା ଉଚିତ୍ ନୁହେଁ ? ଆପଣ ଜାଣିଛନ୍ତି ପ୍ରତିଦିନ ସକାଳୁ ଉଠିବା ଆଗକୁ କେଉଁ ଦେବୀ କିମ୍ବା ଦେବତାଙ୍କୁ ଡାକିଲେ ଦିନଟି ଶୁଭମୟ ହେବ । ତେବେ ଆସନ୍ତୁ ସେହି ବିଷୟରେ ଅଧିକ କିଛି ଆଜି ଜାଣିବା ।

ପ୍ରତି ଦିନ ଉଭୟ ପୁରୁଷ ଏବଂ ମହିଳାମାନେ ଭୋର ୫ଟାରୁ ଉଠିବା ଦରକାର କାରଣ ଏହି ସମୟ ହେଉଛି ଅତ୍ୟନ୍ତ ଶୁଭ ସମୟ । ଏହି ସମୟରେ ଭଗବାନଙ୍କୁ ଡାକିଲେ ଭଗବାନ ଆଶୀର୍ବାଦ ପ୍ରଦାନ କରନ୍ତି । ସେହି ପରି ଆପଣମାନେ ପ୍ରତିଦିନ ସକାଳୁ ଉଠି ଯଦି ମାଆ ଦୁର୍ଗର୍ତିନାଶିନୀ ଦୁର୍ଗାଙ୍କୁ ଦୁଇ ଥର ଡାକିବେ ସେମାନେଙ୍କର ଦିନଟି ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । ଅନ୍ଧାରକାରରେ ଯେଉଁ ଭଳି ଭାବେ ସୂର୍ଯ୍ୟଙ୍କ କିରଣରେ ଅନ୍ଧାରକାର ଦୂରେ ଯାଏ ସେହିଭଳି ସମସ୍ତଙ୍କର ପାପ ନାଶ ହୋଇଥାଏ । ଏହା ପରେ ନବଗ୍ରହ ଏବଂ ତ୍ରିନାଥ ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କୁ ସୁମରଣା କରିବେ ।

Good Morning
ବିଶେଷ କରି ମହିଳା ମାନେ ଯେତେବେଳେ ସକାଳୁ ଉଠୁଛନ୍ତି ସେମାନେ ସମସ୍ତେ ସତୀ ନାରୀ ମାନଙ୍କୁ ଡାକିବା ଉଚିତ୍‌ । ଯଥା, ତାରା, କୁନ୍ତୀ, ମନ୍ଦୋଦରି, ଦ୍ରୌପଦୀ, ଅହଲ୍ୟ ଏମାନଙ୍କୁ ପାଞ୍ଚକନ୍ୟା କୁହାଯାଏ । ଯଦି ଏହି ପାଞ୍ଚ କନ୍ୟାଙ୍କୁ ସୁମରଣା କଲେ ସମସ୍ତ ଅସୁବିଧା ଦୂର ହୋଇଥାଏ ।

ପ୍ରାଚୀନ କାଳରୁ ହିଁ ମନ୍ତ୍ରର ଅନେକ ମାହାତ୍ମ୍ୟ ରହିଛି । ଋଷି ମୁନି ଠାରୁ ଆରମ୍ଭ କରି ସମ୍ରାଟ ମାନେ ମଧ୍ୟ ପ୍ରତ୍ୟେକ କାମ କରିବା ସମୟରେ ମନ୍ତ୍ର ଜପ କରୁଥିଲେ । ଯାହାର ଅନେକ ଲାଭ ମିଳିଥାଏ ବୋଲି ମଧ୍ୟ କୁହାଯାଏ । ସେହିସବୁ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ମଧ୍ୟ ହୋଇଥାଏ । ପ୍ରତ୍ୟେକ କାମ ସମୟରେ ଭିନ୍ନ ଭିନ୍ନ ମନ୍ତ୍ର ରହିଛି ଯାହାକୁ ଆପଣ ଶିକ୍ଷା କରି ନିଜ ଜୀବନରେ ଉପଯୋଗ କରିବା ଉଚିତ । ସ୍ନାନ , ସନ୍ଧ୍ୟା , ଦୀପ , ପୂଜନ , ପରିବେଶ ଶୁଦ୍ଧି ଏବଂ ଅତିଥି ସତ୍କାର ଏହି ଛଅଟି କାମ ନିହାତି କରିବା ଉଚିତ । କିନ୍ତୁ ସ୍ନାନ ଏବଂ ସନ୍ଧ୍ୟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+