Gold Rate: ସୁନା ଦର ଭାଙ୍ଗିବ କି ସବୁ ରେକର୍ଡ ; ଆଜି ବି ବଢିଲା ଦାମ୍
ଚିନ୍ତା ବଢାଉଛି ବଢୁଥିବା ସୁନା ଦାମ୍ । ଆଜି ବି ବଢିଲା ଦାମ୍ । ଅଗଷ୍ଟ ୭ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦର ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୨,୫୫୦ ରହିଛି । ଗତକାଲି ୧,୦୨,୩୩୦ ଟଙ୍କା ଥିଲା । ଏଥିରେ ୨୨୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୪,୦୦୦ ଟଙ୍କା ରହିଛି । ଗତକାଲି ୯୩,୮୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୬,୯୧୦ ଟଙ୍କା ରହିଛି । ଗତକାଲି ୭୬,୭୫୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୭୦୦ ଟଙ୍କା ରହିଛି । ଗତକାଲି ୧୨,୬୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ -
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ 'BIS Care app'ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।












Click it and Unblock the Notifications