Gold Rate: ପୁଣି କମିଲା ସୁନା ଦର, 24 କ୍ୟାରେଟ୍ ସୁନାଦର ଆଜି କେଉଁଠି କେତେ?
ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି କମିଲା ସୁନା ଦର । ଗତ କିଛି ଦିନ ତଳେ ମଧ୍ୟ ହ୍ରାସ ହୋଇଥିଲା । ଏବେ ପୁଣି ଥରେ ଖସିଛି ସୁନା ଦର । 70 ହଜାର ତଳକୁ ଖସିଛି ସୁନାଦର । 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 75 ହଜାର 650 ଟଙ୍କା ରହିଛି । ସେହିପରି 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା ରହିଛି 69, 350 ଟଙ୍କା ରହିଛି । ତେବେ ସହର ଅନୁସାରେ ଦର ମଧ୍ୟ ଭିନ୍ନ ରହିଛି । ଅନ୍ୟପଟେ ଦର କମିବା ପରେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି ।
24 କ୍ୟାରେଟ୍ ସୁନାଦର ଆଜି କେଉଁଠି କେତେ?
ସହର 24 କ୍ୟାରେଟ୍ ସୁନା ଦର
ଭୁବନେଶ୍ବର 10 ଗ୍ରାମ 75, 650
କୋଲକାତା 10 ଗ୍ରାମ 75, 760
ହାଇଦ୍ରାବାଦ 10 ଗ୍ରାମ 75, 760

ଗତକାଲି ସୁନା ଦର:
ଗତକାଲି ମଧ୍ୟ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଥିଲା । ଦିଲ୍ଲୀରେ 24 କ୍ୟାରେଟ୍ ସୁନା ଦର ଥିଲା 10 ଗ୍ରାମ ପିଛା 77 ହଜାର ଟଙ୍କା । ସେହିପରି ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଭୁବନେଶ୍ବରରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 76, 850 ଟଙ୍କା ରହିଥିଲା । ଆଜି ଏହାର ଆହୁରି ହ୍ରାସ ପାଇଥିବାରୁ ବେଶ ଖୁସି ଗ୍ରାହକ ।
ଧନତେରସରେ ବଢିଥିଲା:
ମୁଖ୍ୟତଃ ଧନତେରସରେ ସୁନା ଭଳି ଧାତୁ କ୍ରୟ କରିବା ଦ୍ବାରା ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ କରାଯାଏ । ତେଣୁ ଧନତେରସରେ ବହୁ ପରିମାଣରେ ସୁନା କ୍ରୟ କରିଥାଆନ୍ତି ଗ୍ରାହକ । ଧନତେରସକୁ ନଜରରେ ରଖି ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ୮୦ ହଜାର ଅତିକ୍ରମ କରିଥିଲା ସୁନା ଦର । ଏଣୁ ବେଶ ଲାଭବାନ ହୋଇଥିଲେ ବ୍ୟବସାୟୀ । ଆଗକୁ ଆସୁଛି ବିବାହ ସିଜିନ ଆସୁଥିବାବେଳେ ଦର ଅଧିକ ଥିବାରୁ ସୁନା କିଣିବାକୁ ଚିନ୍ତା କରୁଥିବା ଗ୍ରାହକଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ପୂର୍ବରୁ ସୁନା ଦରରେ ସାମାନ୍ୟ ହ୍ରାସ ଘଟିଥିବାବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ପୁଣି ଥରେ କମିଛି ଦର, ଆଉ ଗ୍ରାହକଙ୍କୁ ମିଳିଛି ଖୁସି ଖବର ।












Click it and Unblock the Notifications