ପାର୍ବଣ ପୂର୍ଵରୁ ହଠାତ ବଢିଗଲା ସୁନା ଦର: ୧୦ ଗ୍ରାମ ପିଛା କେତେ ଦର ?
ପାର୍ବଣ ପୂର୍ଵରୁ ହଠାତ ବଢିଗଲା ଆଉ ସୁନା ରେଟ ଖବର ଶୁଣି ଗ୍ରାହକ ମୁଣ୍ଡରେ ହାତ ଦେଲେଣି । ବାସ୍ତବରେ ସ୍ବପ୍ନ ହେଲାଣି ସୁନା କିଣା । ଦିନକୁ ଦିନ ହୁ ହୁ ହୋଇ ବଢୁଛି ସୁନା ଦର । ପାର୍ବଣ ପୂର୍ବରୁ ବଢିଥିବା ସୁନା ରେଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଣି । ସୁନା ଦର ଆସିକି ଲକ୍ଷେ ଟପିଲାଣି । କଣ କରିବେ ଗ୍ରାହକ ସେନେଇ ଛାନିଆ ହେଲେଣି । ଦୀପାବଳି ପୂର୍ବରୁ ଲକ୍ଷେ କୋଡ଼ିଏ ଟପିଯିବନି ତ ସୁନା ଦର ?
ବୁଧବାର ଦିଲ୍ଲୀରେ ସୁନା ମୂଲ୍ୟ ଆଉ ୧୦୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୦୭,୦୭୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀ ସୁନା ବଜାରରେ ସୁନା ପୁଣି ଥରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି ଏବଂ ପ୍ରତି ୧୦ ଗ୍ରାମ ୧୦୦୦ ଟଙ୍କା ବୃଦ୍ଧି ପାଇ ୧,୦୭,୦୭୦ ଟଙ୍କା ଅତିକ୍ରମ କରିଛି । ଲଗାତାର ଅଷ୍ଟମ ବାଣିଜ୍ୟ ଅଧିବେଶନ ପାଇଁ ସୁନା ବୃଦ୍ଧି ପାଇଛି । ମଙ୍ଗଳବାର ପର୍ଯ୍ୟନ୍ତ ଏହାର ମୂଲ୍ୟ ୧,୦୬,୦୭୦ ଟଙ୍କା ଥିଲା ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆମେରିକା ଫେଡେରାଲ ରିଜର୍ଭଙ୍କ ସମ୍ଭାବ୍ୟ ସୁଧ ହାର ହ୍ରାସ, ରୁଷ-ୟୁକ୍ରେନ ଉତ୍ତେଜନା ଏବଂ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥାର ଭୟ ସୁନାକୁ ମଜବୁତ କରିଛି । ନିବେଶକମାନେ ଏହାକୁ ଏକ ନିରାପଦ ସ୍ଥାନ ଭାବରେ ବାଛିଛନ୍ତି ।

ଆବାନ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ର ସିଇଓ ଚିନ୍ତନ ମେହେଟ୍ଟା କହିଛନ୍ତି, "ଫେଡେରାଲ୍ ରିଜର୍ଭ ସୁଧ ହାର ହ୍ରାସ କରିବାର ଆଶା, ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଆମେରିକୀୟ ଅର୍ଥନୀତି ବିଷୟରେ ବଢ଼ୁଥିବା ଚିନ୍ତା ମଧ୍ୟରେ ସୁରକ୍ଷିତ ସ୍ଥାନ ଚାହିଦା ଦୃଢ଼ ରହିଥିବାରୁ ସୁନା ମୂଲ୍ୟ ବୃଦ୍ଧି ପାଇବା ଜାରି ରହିଛି । ରୁଷ ଯୋଗାଣ ବିଷୟରେ ଚିନ୍ତା ରହିଛି, କାରଣ ସାମ୍ପ୍ରତିକ ୟୁକ୍ରେନ ଆକ୍ରମଣ ରୁଷୀୟ ତୈଳ ପ୍ରକ୍ରିୟାକରଣ କ୍ଷମତାର ୧୭ ପ୍ରତିଶତକୁ ପ୍ରଭାବିତ କରିଛି । ଏହି କାରଣରୁ, ତେଲ ମୂଲ୍ୟ ସାମ୍ପ୍ରତିକ ସର୍ବନିମ୍ନ ସ୍ତରରୁ ଫେରି ଆସିଛି।" ସେ ଆହୁରି କହିଛନ୍ତି ଯେ "ଏହା ମୁଦ୍ରାସ୍ଫୀତି ସଂଖ୍ୟାକୁ ପ୍ରଭାବିତ କରିପାରେ, ଡଲାରକୁ ଦୁର୍ବଳ କରିପାରେ ଏବଂ ସୁନାକୁ ସମର୍ଥନ କରିପାରେ।
ଅନ୍ୟପଟେ ସୁନା ଦ୍ୱାରା ହୁ ହୁ ହୋଇ ବଢୁଥିବା ବେଳେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ ହୋଇଛି । ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ । ସେହିଭଳି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବ ।












Click it and Unblock the Notifications