ଆଜି ବି ବଢିଲା ସୁନା, ଜାଣନ୍ତୁ ଦର କେତେ ?
ପୁଣି ବଢିଲା ସୁନା ଦାମ୍ । ଜୁଲାଇ ୧୮ ଅର୍ଥାତ୍ ଶୁକ୍ରବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୯,୩୮୦ ଟଙ୍କା ରହିଛି । ଗତକାଲି ୯୯,୩୩୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୧,୧୦୦ ଟଙ୍କା ରହିଛି । ଗତକାଲି ୯୧,୦୫୦ ଟଙ୍କା ଥିଲା । ଏଥିରେ ମଧ୍ୟ ୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୭୪,୫୪୦ ଟଙ୍କା ରହିଛି । ଗତକାଲି ୭୪,୫୦୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ୧୦ ଟଙ୍କା ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୩୯୦ ଟଙ୍କା ରହିଛି । ଗତକାଲି ୧୨, ୪୦୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ -
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ 'BIS Care app'ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।
ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।












Click it and Unblock the Notifications