ହୁ ହୁ ହୋଇ ବଢି ଚାଲିଛି ସୁନା ଦର; ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୨୯୦ ଟଙ୍କା
ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ପୁଣି ଲକ୍ଷେ ଟଙ୍କା ଅତିକ୍ରମ କରିବା ସହ ନିୟମିତ ବଢୁଛି ଦାମ୍ । ଜୁଲାଇ ୨୨ ଅର୍ଥାତ୍ ମଙ୍ଗଳବାର ବଢିଛି ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୨୯୦ ଟଙ୍କା ରହିଛି ।
ଗତକାଲି ୧,୦୦,୧୫୦ ଟଙ୍କା ଥିଲା । ଏଥିରେ ୧,୧୪୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୨,୮୫୦ ଟଙ୍କା ରହିଛି । ଗତକାଲି ୯୧,୮୦୦ ଟଙ୍କା ଥିଲା । ଏଥିରେ ୧,୦୫୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୫,୯୭୦ ଟଙ୍କା ରହିଛି । ଗତକାଲି ୭୫,୧୧୦ ଟଙ୍କା ଥିଲା । ଏଥିରେ ୮୬୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୮୦୦ ଟଙ୍କା ରହିଛି । ଗତକାଲି ୧୨,୬୦୦ ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।












Click it and Unblock the Notifications