ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି: ୧୦ ଗ୍ରାମକୁ ୧ ଲକ୍ଷ ୩୦ ହଜାର ଟଙ୍କା
ଭାରତରେ ଗତ ୧୫ ଦିନ ମଧ୍ୟରେ ଭାରତରେ ସୁନା ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧି ଘଟିଛି । ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ଅତିକ୍ରମ କରିଛି । ବିଶ୍ଵରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ସୁନା ମୂଲ୍ୟ ବୃଦ୍ଧିର କାରଣ ବୋଲି ବିଶେଷଜ୍ଞ କହିଛନ୍ତି । ଆମେରିକା ଏବଂ ଚୀନ୍ ମଧ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱରେ ଅର୍ଥନୈତିକ ଅନିଶ୍ଚିତତା ବୃଦ୍ଧି ପାଇଛି। ଫଳରେ ସୁନାର ଚାହିଦା ଓ ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ପାଉଛି।
ଆନ୍ତର୍ଜାତୀୟ ସ୍ତରରେ ସୁନା ମୂଲ୍ୟ ଅକ୍ଟୋବର ୨ରେ ପ୍ରତି ଟ୍ରୟ ଆଉନ୍ସ (୩୧.୧୦ ଗ୍ରାମ)ର ମୂଲ୍ୟ ପ୍ରାୟ ୩,୮୬୮ ଡଲାରରୁ ଅକ୍ଟୋବର ୧୭ରେ ୪,୩୭୨ ଡଲାରକୁ ବୃଦ୍ଧି ପାଇଛି, ଯେତେବେଳେ ସେହି ସମୟ ମଧ୍ୟରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଭାରତୀୟ ମୂଲ୍ୟ ପ୍ରାୟ ୧ ଲକ୍ଷ ୧୭ ହଜାର ୩୩୦ ଟଙ୍କାରୁ ୧ ଲକ୍ଷ ୨୭ ହଜାର ୪୭୦ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ସୁନା ମୂଲ୍ୟ ଅକ୍ଟୋବର ୧୭ ସୁଦ୍ଧା ୧ ଲକ୍ଷ ୩୦ ହଜାର ଟଙ୍କା ଅତିକ୍ରମ କରିଛି।

ଗତ ୧୫ ଦିନ ମଧ୍ୟରେ ଭାରତରେ ସୁନା ମୂଲ୍ୟ ବୃଦ୍ଧି:
ତାରିଖ ୨୪ କ୍ୟାରେଟ ସୁନା ମୂଲ୍ୟ ବୃଦ୍ଧି(+)/ହ୍ରାସ(-)%
(ପ୍ରତି ୧୦ ଗ୍ରାମ)
ଅକ୍ଟୋବର ୧୭ ୧,୩୨,୭୭୦ +୨.୫୭%
ଅକ୍ଟୋବର ୧୬ ୧,୨୯,୪୪୦ +୦.୪୭%
ଅକ୍ଟୋବର ୧୫ ୧,୨୮,୮୪୦ +୧.୦୩%
ଅକ୍ଟୋବର ୧୪ ୧,୨୭,୫୧୦ +୧.୭୭%
ଅକ୍ଟୋବର ୧୩ ୧,୨୫,୨୯୦ +୨.୨୦%
ଅକ୍ଟୋବର ୧୨ ୧,୨୨,୫୯୦ ୦%
ଅକ୍ଟୋବର ୧୧ ୧,୨୨,୫୯୦ +୦.୦୬%
ଅକ୍ଟୋବର ୧୦ ୧,୨୨,୫୧୦ -୦.୯୧%
ଅକ୍ଟୋବର ୯ ୧,୨୩,୬୩୦ +୦.୪୩%
ଅକ୍ଟୋବର ୮ ୧,୨୩,୧୦୦ +୧.୭୯%
ଅକ୍ଟୋବର ୭ ୧,୨୦,୯୪୦ +୦.୫୮%
ଅକ୍ଟୋବର ୬ ୧,୨୦,୨୫୦ +୧.୯୭%
ଅକ୍ଟୋବର ୫ ୧,୧୭,୯୫୦ ୦%
ଅକ୍ଟୋବର ୪ ୧,୧୭,୯୫୦ ୦%
ଅକ୍ଟୋବର ୩ ୧,୧୭,୯୫୦ +୦.୫୩%
ଅକ୍ଟୋବର ୨ ୧,୧୭,୩୩୦












Click it and Unblock the Notifications