ଧନତେରାସ ପୂର୍ବରୁ ସୁନାରୂପା ଦର ଉପର ମୁହାଁ; ଚଳିତ ସପ୍ତାହରେ ମୂଲ୍ୟରେ ବ୍ୟାପକ ବୃଦ୍ଧି

ଧନତେରାସ ପୂର୍ବରୁ ସୁନାରୂପା ଦର ଉପର ମୁହାଁ। ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ବ୍ୟାପକ ବୃଦ୍ଧି। ଅକ୍ଟୋବର ମାସର ୬ରୁ ୧୧ ତାରିଖ ମଧ୍ୟରେ ରୁପା ଦାମ୍‌ରେ ୧୯ ହଜାର ଟଙ୍କାର ବୃଦ୍ଧି ହୋଇଛି । ଫଳରେ ରୁପା କେଜି ୧,୯୦,୦୦୦ ଟଙ୍କା ଭଳି ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ସୁନା ବି ମହଙ୍ଗା ହୋଇଛି ।

୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି । ଧନତେରାସ ପୂର୍ବରୁ ଏଭଳି ଦରବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଇଛି । ଟ୍ରମ୍ପଙ୍କ ଟାରିଫ୍ ନୀତି ସହ ରାଜନୈତିକ ସଙ୍କଟକୁ ଏଥିପାଇଁ ଦାୟୀ କରିଛନ୍ତି ବଜାର ବିଶେଷଜ୍ଞ ।

gold and silver prices

ସେପଟେ ସୁନା ଓ ରୁପା ଦରରେ ହେଉଥିବା ବୃଦ୍ଧିର ଅନେକ କାରଣ ରହିଛି । ବିଶେଷଜ୍ଞମାନଙ୍କ କହିବାନୁସାରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ଥିତିରେ ଥିବାରୁ ସୁନା ଆମଦାନୀ ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ପ୍ରଥମ ଥର ୪୦୦୦ ଡଲାରରୁ ଅଧିକ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିରେ ଅନିଶ୍ଚିତତା, ଭୂରାଜନୈତିକ ସଙ୍କଟ ଆଦିକୁ ମଧ୍ୟ ସୁନା ଓ ରୁପା ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି। ରୁପାକୁ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟାପକ ଭାବେ ବ୍ୟବହାର କରାଯାଉଥିବାରୁ ତାହାର ଚାହିଦା ବଢ଼ିବା ସହ ଦର ବଢ଼ୁଛି। ଗତ ସପ୍ତାହରେ ହୋଇଥିବା ଦରବୃଦ୍ଧି ପାଇଁ ଆମେରିକା ସରକାରରେ ସଟ୍‌ଡାଉନ୍‌କୁ ମଧ୍ୟ ଦାୟୀ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+