Get Updates
Get notified of breaking news, exclusive insights, and must-see stories!

Goat Milk Benefits: ଛେଳି କ୍ଷୀର ଶରୀର ପାଇଁ କେତେ ଉପକାରୀ ?

ଗାଈ ଏବଂ ମଇଁଷି କ୍ଷୀର ପରି ଛେଳି କ୍ଷୀର ସ୍ବାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ। ଏଥିରେ ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ଭରି ରହିଛି। ଅନେକ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାରେ ଛେଳି କ୍ଷୀରକୁ ଏକ ପ୍ରାକୃତିକ ଟନିକ୍ ଭାବରେ ବିବେଚନା କରାଯାଇଥାଏ। ଆୟୁର୍ବେଦ ମଧ୍ୟ ଏହାକୁ ଅତ୍ୟନ୍ତ ଲାଭଦାୟକ ବୋଲି ବର୍ଣ୍ଣନା କରିଛି । ଡାକ୍ତରମାନେ ବି ଅନେକ ରୋଗ ପାଇଁ ଛେଳି କ୍ଷୀରକୁ ପିଇବାକୁ ପରାମର୍ଶ ଦେଇଥାଆନ୍ତି ।

ତେବେ ଆସନ୍ତୁ ଜାଣିବା ଛେଳି କ୍ଷୀର ଦ୍ୱାରା କେଉଁ ରୋଗ ଭଲ ହୋଇପାରିବ, ଏହାକୁ କିପରି ପିଇବା ଉଚିତ୍, ଶରୀରର କେଉଁ ଅଙ୍ଗକୁ ଏହା ମଜବୁତ କରେ ଏବଂ ପ୍ରତିଦିନ କେତେ ପରିମାଣରେ ଏହାକୁ ପିଇବା ଉଚିତ ।

Goat Milk Benefits

ଛେଳି କ୍ଷୀର ପିଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇବା ସହିତ ଶରୀରରେ ଥିବା ଆଲର୍ଜି ହ୍ରାସ ପାଇଥାଏ। ଯେଉଁମାନେ ଗାଈ କ୍ଷୀର ପିଇବା ଦ୍ବାରା ଗ୍ୟାସ ହୋଇଗଲା ଭଳି ଅନୁଭବ କରନ୍ତି, ସେମାନଙ୍କ ପାଇଁ ଛେଳି କ୍ଷୀର ଉତ୍ତମ ବିକଳ୍ପ ହୋଇପାରେ।

ଛେଳି କ୍ଷୀର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ
ଛେଳି କ୍ଷୀର କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍ ଡିରେ ଭରପୂର। ଯାହା ହାଡ଼କୁ ମଜବୁତ କରେ। ଯେଉଁମାନେ ଗଣ୍ଠି ଯନ୍ତ୍ରଣାରେ ପୀଡିତ ସେମାନଙ୍କ ପାଇଁ ଛେଳି କ୍ଷୀର ଏକ ପ୍ରାକୃତିକ ଚିକିତ୍ସା କୁହାଯାଇପାରେ। ଏଥିରେ ଥିବା ସେଲେନିୟମ୍ ଏବଂ ଜିଙ୍କ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ଭାଇରସ୍ ସଂକ୍ରମଣରୁ ରକ୍ଷା କରେ।

ଡେଙ୍ଗୁ ସମୟରେ, ଶରୀରରେ ପ୍ଲେଟଲେଟ୍ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଏ, ଯାହା ରୋଗୀଙ୍କ ଅବସ୍ଥାକୁ ଜଟିଳ କରିଥାଏ। କିଛି ଲୋକ ବିଶ୍ୱାସ କରନ୍ତି ଯେ ଛେଳି କ୍ଷୀର ପିଇବା ଦ୍ୱାରା ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି ପାଏ । ଛେଳି କ୍ଷୀରରେ ପ୍ରଦାହ-ବିରୋଧୀ ଗୁଣ ଅଛି ଯାହା ଶରୀରରେ ପ୍ରଦାହ କମ କରିବାରେ ସାହାଯ୍ୟ କରେ । ଏହା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଶରୀରକୁ ଥଣ୍ଡା ରଖିଥାଏ।

ଯେଉଁମାନେ ରକ୍ତହୀନତାରେ ପୀଡିତ ସେମାନଙ୍କ ପାଇଁ ଛେଳି କ୍ଷୀର ଏକ ଉତ୍କୃଷ୍ଟ ପାନୀୟ ହୋଇପାରେ। ଏଥିରେ ଥିବା ଲୌହ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫସଫରସ୍ ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଛେଳି କ୍ଷୀରକୁ ଉଭୟ ଥଣ୍ଡା ଓ ଗରମ କରି ପିଆଯାଇ ପାରିବ । ଏହା ଋତୁ ଓ ଆପଣଙ୍କ ଶରୀରର ଆବଶ୍ୟକତା ଉପରେ ନିର୍ଭର କରେ। ଶୀତଦିନେ ଉଷୁମ କ୍ଷୀର ପିଇବା ସବୁଠାରୁ ଲାଭଦାୟକ ହୋଇଥାଏ ।

ଛେଳି କ୍ଷୀରକୁ ଉଭୟ ଥଣ୍ଡା ଓ ଗରମ କରି ପିଇ ପାରିବେ
ଛେଳି କ୍ଷୀର କେବେବି କଞ୍ଚା ପିଇବା ଉଚିତ୍ ନୁହେଁ, କାରଣ ଏଥିରେ ବ୍ୟାକ୍ଟେରିଆ କିମ୍ବା ପରଜୀବୀ ଥାଇପାରେ ଯାହା ସଂକ୍ରମଣ ସୃଷ୍ଟି କରିପାରେ। ସର୍ବଦା ଏହାକୁ ଭଲଭାବେ ଫୁଟାଇବା ପରେ ପିଇବା ଉଚିତ।ଛେଳି କ୍ଷୀରକୁ ଆପଣମାନେ ସକାଳେ ଖାଲି ପେଟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ପିଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+