ପୁଅକୁ ଦିଅନ୍ତୁ ଭଲ ଶିକ୍ଷା, ଶତ୍ରୁକୁ ଦୁଃଖ; ଜାଣିରଖନ୍ତୁ ଚାଣକ୍ୟ କହିଥିବା ଏହି ୪ କଥା

ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍‌ର ବିଚାର କରିବାର ଉପାୟ ମଧ୍ୟ ରହିଛି। ଏସବୁ ନୀତିକୁ ମାନି କିଏ ବି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ଆସନ୍ତୁ ସେମିତି କିଛି ନୀତିକୁ ଜାଣିବା:

-ପୁଅକୁ ଭଲ ଶିକ୍ଷା ଦିଅନ୍ତୁ: ଚାଣକ୍ୟ କୁହନ୍ତି ଯେଉଁ ମା'ବାପା ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ନ ଥାନ୍ତି ସେମାନେ ଶତ୍ରୁ ସମାନ ହୋଇଥାନ୍ତି। ସେମାନେ ନିଜ ହାତରେ ପିଲାର ଜୀବନ ବରବାଦ କରିଦିଅନ୍ତି। କାହିଁକିନା ଶିକ୍ଷା ବିହୀନ ମନୁଷ୍ୟ ବିନା ଲାଙ୍ଗୁଡ଼ ବିଶିଷ୍ଟ ପଶୁ ହୋଇଥାନ୍ତି। ଏଥିଲାଗି ପିଲାଙ୍କୁ ସର୍ବଦା ଭଲ ଶିକ୍ଷା ଦିଅନ୍ତୁ।

-ଶତ୍ରୁକୁ ଦୁଃଖ ଏବଂ କଷ୍ଟରେ ରଖନ୍ତୁ: ଚାଣକ୍ୟ କୁହନ୍ତି ବିଜେତା ହେବା ଲାଗି ଶତ୍ରୁକୁ ସବୁବେଳେ ଦୁଃଖ ଏବଂ କଷ୍ଟରେ ରଖନ୍ତୁ। କାହିଁକି ନା ସେ ଯଦି ଖୁସିରେ ରହିବ ତୁମକୁ ଆଘାତ ଦେବ, ଯଦି ସେ ନିଜର ଦୁଃଖରେ ଚିନ୍ତିତ ରହିବ ତେବେ ଆକ୍ରମଣ କରିପାରିବ ନାହିଁ। ଏଥିସହ ବେଶ ସାବଧାନତାର ସହ ତାଙ୍କ ଗତିବିଧି ଉପରେ ଧ୍ୟାନ ରଖିବା ଉଚିତ।

Chanakya niti

-ବନ୍ଧୁମାନଙ୍କୁ ଦାନଧର୍ମ କାର୍ଯ୍ୟରେ ଲଗାନ୍ତୁ: ଚାଣକ୍ୟ କୁହନ୍ତି ଭଲ ବନ୍ଧୁମାନଙ୍କୁ ନିଜ ସହ ଧର୍ମକର୍ମ କାର୍ଯ୍ୟରେ ଲଗାଇବା ଉଚିତ। ଏଭଳି କରିବାଦ୍ୱାରା ଆପଣଙ୍କ ସହ ଆପଣଙ୍କ ବନ୍ଧୁ ଏବଂ ସମାଜର ଭଲ ହେବ। ଚାଣକ୍ୟ କୁହନ୍ତି ବନ୍ଧୁମାନଙ୍କୁ ସବୁଠାରୁ ଅଧିକ ରହସ୍ୟ ଜଣାଥାଏ, ଏମିତିରେ ଖରାପଗୁଣ ଥିବା ବନ୍ଧୁ କ୍ଷତି ପହଞ୍ଚାଇପାରେ।

-ଝିଅର ବିବାହ ସର୍ବଦା ସଂସ୍କାରୀ ଏବଂ ନିଜ ସମାସ୍କନ୍ଦ ପରିବାରରେ କରିବା ଉଚିତ। କାହିଁକିନା ଯଦି ଆପଣ ନିଜଠାରୁ ଧନୀ ଘରେ ଝିଅର ବିବାହ କରନ୍ତି ତେବେ ଝିଅର ଗୃହସ୍ଥିରେ ଅନେକ ପ୍ରକାର ଅସୁବିଧା ଆସିପାରେ। ଅନେକ ଥର ପରିବାରରେ ସମାନତା ନ ଥିବା କାରଣରୁ ବିବାହ ଭାଙ୍ଗି ମଧ୍ୟ ଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+