ଗୋଟାଏ ମାସ ଛାଡି ଦିଅନ୍ତୁ ମଦ, ଦେଖିବ ମିଳିବ ଅଦ୍ଭୁତ ଫାଇଦା
ଆଜିକାଲି ମଦ ପିଇବା ଲାଇଫଷ୍ଟାଇଲରେ ସାମିଲ ହୋଇଛି। ଏହା ଥରେ ଅଭ୍ୟାସ ହୋଇଗଲା ପରେ ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ ଏବଂ ଏହାକୁ ଛାଡ଼ିବା ପାଇଁ ବହୁତ କଷ୍ଟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ମଦ ପିଉଥିବା ବ୍ୟକ୍ତି ଅଚାନକ ମଦ ଛାଡିଲେ ତା' ଶରୀର ଉପରେ କେଉଁ ପ୍ରଭାବ ପଡିଥାଏ।

ଅଚାନକ ମଦ ଛାଡିଲେ କେଉଁ ପ୍ରଭାବ ପଡେ: ଅଚାନକ ମଦ ଛାଡ଼ିବାରେ ଆପଣଙ୍କ ମେଣ୍ଟାଲ ହେଲଥରେ ପରିବର୍ତ୍ତନ ହୋଇପାରେ। ଏହି କାରଣରୁ ଚିଡିଚିଡାର ଲକ୍ଷଣ ନଜର ଆସିପାରେ।
ହେଲେ ଯେପରି ସମୟ ଅତିକ୍ରମ କରିବ, ସେହିଭଳି ଏହି ଜିନିଷ ଠିକ୍ ହୋଇଯିବ। ସାଧାରଣତଃ ମଦ ପିଇବା ଅଚାନକ ଛାଡ଼ିଲେ, ଶରୀର ନିଜକୁ ଡିଟକ୍ସ କରିବାକୁ ଲାଗିଥାଏ।
ଏହି କାରଣରୁ ଅକେ ଥର ଥରିବା, ଝାଳ ଆସିବା ଏବଂ ବାନ୍ତି ହେଲା ଭଳି ଲକ୍ଷଣ ନଜର ଆସିଥାଏ। ଏହି ଲକ୍ଷଣ ହାଲୁକା ହୋଇଥାଏ। ଏହି ଲକ୍ଷଣ ସାଧାରଣତଃ ହାଲୁକା ହୋଇଥାଏ। ହେଲେ ବେଳେ ବେଳେ ଏହି ଲକ୍ଷଣ ଅଧିକ ମଧ୍ୟ ହୋଇଥାଏ।
ନୀଦରେ ବି ଦେଖାଯାଇଥାଏ ଏହି ପ୍ରଭାବ: ମଦ ଛାଡ଼ିବାର ସାଇଡ ଇଫେକ୍ଟ କଥା କହିବାକୁ ଗଲେ ଅନିନ୍ଦ୍ରା ସବୁଠୁ ସାଧାରଣ ଲକ୍ଷଣ ହୋଇଥାଏ। ମଦ ଏକ ସେଡେଟିଭ ଭଳି କାମ କରିଥାଏ। କାରଣ ମଦ ମଣିଷର ନର୍ବସ ସିଷ୍ଟମରେ ନିଜର ପ୍ରଭାବ ଛାଡ଼ିଥାଏ।












Click it and Unblock the Notifications