ମାତ୍ର ୪୫ ପଇସାରେ ମିଳିବ ଟ୍ରାଭେଲ୍ ପଲିସି, କିପରି ଉଠାଇପାରିବେ ଲାଭ ?

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଯାତ୍ରୀମାନେ ଟ୍ରେନ୍ ଟିକେଟରେ ପାଇପାରିବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବୀମାର ପ୍ରିମିୟମ ମାତ୍ର ୪୫ ପଇସାରେ ଉପଲବ୍ଧ ।

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ତରଫରୁ ଅନେକ ନୂଆ ନୂଆ ନିୟମ ସବୁ ଆସୁଛି । ଆଉ ଖାସ୍‌ ଏହି କାରଣରୁ ଲୋକେ ଲମ୍ବା ଯାତ୍ରା ପାଇଁ ଟ୍ରେନକୁ ପ୍ରାଧାନ୍ୟ ଦେଉଛନ୍ତି । ସେଥିପାଇଁ ତ ଭାରତୀୟ ରେଳବାଇକୁ ଦୁନିଆର ସବୁଠାରୁ ବଡ ରେଳ ନେଟଓ୍ଵର୍କ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ ।

ଯେତେବେଳେ ବି ବଜେଟ ଫ୍ରେଣ୍ଡଲି ତଥା ଆରାମଦାୟକ ଯାତ୍ରା କଥା ଆସେ ଭାରତୀୟ ରେଳବାଇକୁ ସବୁଠାରୁ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଏ । ଯଦି ଆପଣ ବି ଟ୍ରେନ୍ ଯାତ୍ରା କରିଛନ୍ତି ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ କହିଛନ୍ତି ଯେ ଇ-ଟିକେଟ୍ କିଣିବା ସମୟରେ ସମସ୍ତ ଟିକସ ସହିତ ୪୫ ପଇସା ପ୍ରିମିୟମ୍ ଦେଇ ଯାତ୍ରୀମାନେ ଇଚ୍ଛାଧୀନ ଟ୍ରାଭେଲ୍ ପଲିସି ଯୋଜନାର ଲାଭ ଉଠାଇପାରିବେ । ଏ ବିଷୟରେ ହୁଏତ ବହୁତ କମ ଲୋକ ଜାଣିଥିବେ ଯେ ରେଳୱେ ଦ୍ୱାରା ବୀମା ମଧ୍ୟ ଦିଆଯାଏ ।

ଲୋକସଭାରେ ରେଳ ଯାତ୍ରା ବୀମା ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ବୈଷ୍ଣବ କହିଛନ୍ତି ଯେ ସମସ୍ତ ଯାତ୍ରୀ ଅନଲାଇନରେ କିମ୍ବା ରିଜର୍ଭେସନ କାଉଣ୍ଟରରୁ ଟିକେଟ୍ ବୁକ୍ କରିପାରିବେ । ତଥାପି, ଇଚ୍ଛାଧୀନ ଯାତ୍ରା ବୀମା ଯୋଜନା (OTIS) କେବଳ କନଫର୍ମ/RAC ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଅନଲାଇନରେ ଟିକେଟ୍ ବୁକ୍ କରିଛନ୍ତି । ଟିକେଟ କାଉଣ୍ଟରରେ ଟିକେଟ୍ ବୁକ୍ କରିଲେ ରେଲୱେ ଏହି ବୀମା ସୁବିଧା ଦେଇ ନଥାଏ । ତେବେ ଆପଣ ଏହି ବୀମାକୁ ଏହାକୁ ନେବେ କି ନାହିଁ ତାହା ଯାତ୍ରୀଙ୍କ ଉପରେ ହିଁ ନିର୍ଭର କରେ ।

Get a travel policy for just 45 paisas

ଜାଣନ୍ତୁ ଡିଟେଲସ:

ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, "ବୀମା ସୁବିଧା ପାଇବାକୁ ଚାହୁଁଥିବା ଯେକୌଣସି ଯାତ୍ରୀ ଟିକେଟ୍ ବୁକ୍ କରିବା ସମୟରେ ନିଜ ଇଚ୍ଛାରେ ଏହି ଯୋଜନାକୁ ବାଛିପାରିବେ । ଏହି ଯୋଜନା ଇ-ଟିକେଟ ବୁକ୍ କରୁଥିବା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ । ଏହାକୁ ବାଛିଥିବା ଏବଂ ପ୍ରିମିୟମ୍ ପ୍ରଦାନ କରିଥିବା ଲୋକଙ୍କୁ ରେଲୱେ ଅତିରିକ୍ତ ବୀମା କଭର ପ୍ରଦାନ କରେ । ସବୁଠାରୁ ବଡ଼ କଥା ହେଉଛି ଏହି ବୀମାର ପ୍ରିମିୟମ ନେବା ପାଇଁ ମାତ୍ର ୪୫ ପଇସା ଚାର୍ଜ ଦେବାକୁ ପଡ଼ିଥାଏ ।

ଏହି ପଲିସି ଥିଲେ ଟ୍ରେନ ଦୁର୍ଘଟଣା ଘଟିଲେ କମ୍ପାନୀ ବୀମା ଦେଇଥାଏ । ଯଦି ଦୁର୍ଘଟଣାରେ ଜଣେ ଯାତ୍ରୀର ଜୀବନ ଚାଲିଯାଏ ତେବେ ପରିବାର ଲୋକେ ପ୍ରାୟ ୧୦ ଲକ୍ଷ ଟଙ୍କା ପାଇଥାଆନ୍ତି । ସେହିଭଳି ଦୁର୍ଘଟଣାରେ ବ୍ୟକ୍ତି ସଂପୂର୍ଣ୍ଣ ବିକଳାଙ୍ଗ ହୋଇଗଲେ ତାକୁ କମ୍ପାନୀ ୧୦ ଲକ୍ଷ କଭର ଦିଏ ଓ ସ୍ଥାୟୀ ବିକଳାଙ୍ଗତା ପାଇଁ ବ୍ୟକ୍ତିକୁ ପ୍ରାୟ ୭.୫ ଲକ୍ଷ ଟଙ୍କା ମିଳେ । ସେହିଭଳି ଯଦି ଜଣେ ଦୁର୍ଘଟଣାରେ ଆହତ ହୁଏ ତେବେ ତାଙ୍କୁ ୨ ଲକ୍ଷର ଚିକିତ୍ସା ଖର୍ଚ୍ଚ ଦେଇଥାଏ କମ୍ପାନୀ । ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୩୬ ଲକ୍ଷ ଲୋକ ଏହି ବୀମା ନେଉଛନ୍ତି ।

କିପରି ନେଇପାରିବେ ସୁବିଧା?

ରେଳମନ୍ତ୍ରୀଙ୍କ ଅନୁଯାୟୀ, ଯାତ୍ରୀମାନେ ବୀମା କମ୍ପାନୀଠାରୁ ସିଧାସଳଖ ପଲିସି ସୂଚନା ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ଏବଂ ଇମେଲ୍ ଆଇଡିରେ ମେସେଜ୍ ମାଧ୍ୟମରେ ପାଇପାରିବେ । ସେହିଭଳି ନାମାଙ୍କନ ବିବରଣୀ ପ୍ରବେଶ କରିବା ପାଇଁ ଏକ ଲିଙ୍କ୍ ମଧ୍ୟ ପାଆନ୍ତି । ଏହା ବ୍ୟତୀତ, ବୀମା କମ୍ପାନୀ ପଲିସି ଜାରି କରିବା ଏବଂ ଦାବି ସମାଧାନ କରିବା ପାଇଁ ସିଧାସଳଖ ଦାୟୀ ।

ଯାତ୍ରୀମାନେ ଇମେଲ୍ ମାଧ୍ୟମରେ ବୀମା କମ୍ପାନୀଠାରୁ ପାଇଥିବା ଡକ୍ୟୁମେଣ୍ଟ ଅନୁଯାୟୀ ବୀମା କମ୍ପାନୀ ନିକଟରେ ସିଧାସଳଖ ଦାବି ଦାଖଲ କରନ୍ତି । ଏହି ଦାବି ଅନୁଯାୟୀ କ୍ଷତିଗ୍ରସ୍ତ ଯାତ୍ରୀ/ସେମାନଙ୍କ ସମ୍ପର୍କୀୟଙ୍କୁ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ମୋଟ ରାଶିର ବିବରଣୀ ଦିଅନ୍ତି । ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଗତ ପାଞ୍ଚ ବର୍ଷ ମଧ୍ୟରେ, ଯାତ୍ରୀମାନଙ୍କ ଦ୍ୱାରା ଦାବି ଦାଖଲ କରାଯିବା ପରେ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ୩୩୩ଟି ଦାବି ସମାଧାନ କରାଯାଇଥିଲା ।

ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଯାତ୍ରୀମାନଙ୍କୁ ୨୭.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ରେଳମନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ ଯେ IRCTC ୱେବସାଇଟ୍ କିମ୍ବା ଆପ୍‌ରେ ଟିକେଟ୍ ବୁକ୍ କରିବା ସମୟରେ ଯାତ୍ରୀମାନେ କେବଳ ଟିକ୍ ବାକ୍ସରେ କ୍ଲିକ୍ କରି ସହଜରେ ଏହି ଯୋଜନାକୁ ଗ୍ରହଣ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+