ଗରୁଡ ପୁରାଣ: ଏହି ଲୋକ ଜୀବନରେ କେବେ ବି ଦୁଃଖୀ ରୁହନ୍ତି ନାହିଁ

ସନାତନ ଧର୍ମରେ ଗରୁଡ ପୁରାଣର ବିଶେଷ ମହତ୍ତ୍ୱ ରହିଛି। ଗରୁଡ ପୁରାଣରେ ସାଧାରଣତଃ ମୃତ୍ୟୁ ପରେ କ'ଣ ହୁଏ ତାହା ବର୍ଣ୍ଣନା କରାଯାଇଛି। ଏହି ମୃତ୍ୟୁ ଏବଂ ମୃତ୍ୟୁ ପରେ ଅଲଗା ଜନ୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଛଡା ଏଥିରେ ଜୀବନ ବିଷୟରେ ଅନେକ ଗୁଢ ରହସ୍ୟ ବିଷୟରେ କୁହାଯାଇଛି।

ଗରୁଡ ପୁରାଣରେ ଜୀବନ ଏବଂ ମୃତ୍ୟୁ ବ୍ୟତୀତ ଆତ୍ମାର ଯାତ୍ରା ବିଷୟରେ ମଧ୍ୟ କୁହାଯାଇଛି। ଏହାସହିତ ମୃତ୍ୟୁ ପରେ କରାଯାଉଥିବା ସଂସ୍କାର, ରୀତି ନୀତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ କୁହାଯାଇଛି। ଗରୁଡ ପୁରାଣ ଅନୁଯାୟୀ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି ତାହେଲେ କିଛି କାମ କରିବା ଠାରୁ ନିବୃତ୍ତ ରୁହନ୍ତୁ। ଯଦି କାହାର ଅନ୍ତିମ ସଂସ୍କାରରେ ଯାଉଛନ୍ତି ତାହେଲେ ସେଠାରେ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତୁ ନାହିଁ। ମୃତ ଦେହ ସମ୍ପର୍କରେ ଅଧିକ ସମୟ ଧରି ରହିବା ଆପଣଙ୍କୁ ଭାରି ପଡିପାରେ। କାହିଁକିନା ଶବରେ ଅନେକ ବ୍ୟାକ୍ଟେରିୟା ସୃଷ୍ଟି ହୋଇଯାନ୍ତି ଏବଂ ଅନ୍ୟ ମାନଙ୍କୁ ସଂକ୍ରମିତ କରିପାରେ। ତେଣୁ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ଯଦି ତାହେଲେ ଏହି ମାମଲାରେ ସାବଧାନ ରୁହନ୍ତୁ। ଅନ୍ତିମ ସଂସ୍କାରରୁ ଫେରିବା ପରେ ସ୍ନାନ କରନ୍ତୁ ଏବଂ ପିନ୍ଧା ବସ୍ତ୍ରକୁ ଭଲଭାବେ ଧୋଇ ଦିଅନ୍ତୁ।

Garuda Purana

ଯାହା ମୁତାବକ ୫ଟି ଏମିତି କାମ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଘର ପରିବାରରେ ସୁଖ ସମୃଦ୍ଧି ଆସିବା ସହିତ ଜୀବନ ସୁଖମୟ ହୋଇଥାଏ ବୋଲି ବର୍ଣ୍ଣନା କରାଯାଇଛି। ତେବେ ସେହି ୫ଟି କାମ କ'ଣ ଆସନ୍ତୁ ଜାଣିବା...

ଶାସ୍ତ୍ରରେ ଦାନ ବିଷୟରେ କୁହାଯାଇଛି। ଦାନର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଥାଏ। କୁହାଯାଏ, ଯେଉଁ ବ୍ୟକ୍ତି କୌଣସି ଗରିବ କିମ୍ବା ଭୋକିଲାକୁ ଖାଇବାକୁ ଦିଅନ୍ତି, ତେବେ ପୂଣ୍ୟଫଳ ମିଳିଥାଏ। ତେଣୁ ସବୁବେଳେ ନିଜ କ୍ଷମତା ଅନୁସାରେ ଆବଶ୍ୟକତା ଥିବା ଲୋକଙ୍କୁ ଦାନ ଦିଅନ୍ତୁ।

ଗରୁଡ ପୁରାଣ ଅନୁସାରେ, ଯେଉଁ ଘରେ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଏ, ସେ ଘରେ କେବେ ବି ଅନ୍ନ ଏବଂ ଧନର ଅଭାବ ରହେ ନାହିଁ। ଏମିତିରେ ମା' ଅନ୍ନପୂର୍ଣ୍ଣାଙ୍କ କୃପା ପ୍ରତିଦିନ ଲାଗି ରହିଥାଏ।

ଗରୁଡ ପୁରାଣ ମୁତାବକ, ପ୍ରତ୍ୟେକ ବ୍ୟକ୍ତି ନିଜ ଧର୍ମଗ୍ରନ୍ଥରେ ଲୁକ୍କାୟିତ ଜ୍ଞାନ ଏବଂ ବିଦ୍ୟା ପ୍ରାପ୍ତ ହୋଇଥାଏ। ଏମିତିରେ ଧାର୍ମିକ ଗ୍ରନ୍ଥ ପାଠ କରିବା ଜରୁରୀ।

ଏହି ପୁରାଣ ଅନୁସାରେ ତପ, ଧ୍ୟାନ, ଚିନ୍ତନ ଆଦି କରିବା ଦ୍ୱାରା ମନ ଶାନ୍ତି ରହିଥାଏ। ଯାହାଦ୍ୱାରା ରାଗ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରହିଥାଏ। ତେଣୁ ମଣିଷକୁ ଧ୍ୟାନ କରିବା ଉଚିତ।

ଗରୁଡ ପୁରାଣ ମୁତାବକ, କୁଳଦେବୀ କିମ୍ବା କୁଳଦେବତାଙ୍କ ପୂଜା କରିବାର ଶ୍ରେଷ୍ଠ। ଏମାନଙ୍କ ପୂଜା କରିବା ଦ୍ୱାରା ସାତ ପିଢି ଖୁସି ରହିଥାଏ। ତେଣୁ ଆପଣ ନିଶ୍ଚିତ ପୂଜା କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+