Get Updates
Get notified of breaking news, exclusive insights, and must-see stories!

Garuda Purana: ଗରୁଡ଼ ପୁରାଣ ଅନୁସାରେ ଏହି ସବୁ କାର୍ଯ୍ୟ କଲେ କମିଥାଏ ଆୟୁଷ

ଜଣେ ବ୍ୟକ୍ତି ଯାହା କରନ୍ତି ତାହାର ଫଳାଫଳ ନିଶ୍ଚୟ ପାଆନ୍ତି। ପରିଣାମ ସବୁବେଳେ ସାଙ୍ଗେ ସାଙ୍ଗେ ମିଳିବ ବୋଲି କିଛି ମାନେ ନାହିଁ, ପରବର୍ତ୍ତୀ ଜନ୍ମରେ ମଧ୍ୟ ଭୋଗିବାକୁ ପଡ଼ିପାରେ । ଏ ସଂପର୍କରେ ଗରୁଡ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ଗରୁଡ ପୁରାଣରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ କରିବା ଦ୍ବାରା ବ୍ୟକ୍ତିର ଆୟୁ କମ୍‌ ହୋଇଥାଏ ବୋଲି ବିଶ୍ବାସ କରାଯାଏ ।

ଗରୁଡ ପୁରାଣ କହେ, ସର୍ବଦା ସଠିକ୍ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ଭୁଲ୍ ଦିଗକୁ ମୁଣ୍ଡ କରି ଶୋଇଲେ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୋଇଯାଏ ଏବଂ ତାଙ୍କ ଆୟୁଷ କମିଯାଏ। ତେଣୁ, ନିଜ ମୁଣ୍ଡ ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗକୁ କେବେ ବି କରି ଶୋଇବା ଉଚିତ୍ ନୁହେଁ।

Garuda Purana According to Garuda Purana doing these things shortens your lifespan

ହିନ୍ଦୁ ଶାସ୍ତ୍ରରେ, ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ପରାଗ ସମୟରେ ଆକାଶକୁ ଚାହିଁବାକୁ ବାରଣ କରାଯାଇଛି। ଏହା ବ୍ୟକ୍ତିର ଜୀବନରେ ନକାରାତ୍ମକ ପ୍ରଭାବ ପକାଇବା ସହ ଆୟୁ କମ୍‌ କରିଥାଏ ବୋଲି ବିଶ୍ବାସ ରହିଛି। ମାତ୍ର ହେତୁବାଦୀମାନେ ଏହାକୁ ଅନ୍ଧବିଶ୍ବାସ ବୋଲି ବିଚାର କରନ୍ତି।

କେବେ ବି ଅନ୍ୟକୁ ଅପମାନ କର ନାହିଁ କିମ୍ବା କାହାକୁ ଆଘାତ କର ନାହିଁ। ଏହା କରିବା ଦ୍ୱାରା କେବଳ ଜୀବନରେ ଯନ୍ତ୍ରଣା ହେବ ନାହିଁ, ବରଂ ଜୀବନର ଦିନ ମଧ୍ୟ ହ୍ରାସ ପାଇବ ବୋଲି ବିଶ୍ବାସ ରହିଛି। ସର୍ବଦା ଈଶ୍ବରଙ୍କୁ ବିଶ୍ବାସ କରିବା ସହ ଅନ୍ୟର ଭଲ ଚିନ୍ତା କରିବା ଉଚିତ୍।

କେବେ ବି କାହାର କଷ୍ଟ ଅର୍ଜିତ ଧନକୁ ଲୁଟିବାକୁ ଚେଷ୍ଟା କରନାହିଁ। ଦୁର୍ନୀତି ହେଉଛି ବ୍ୟକ୍ତିର ଆୟୁ କମ୍‌ର ଅନ୍ୟ ଏକ କାରଣ।

କାହାର ଟଙ୍କା ଜବତ କରିବା କିମ୍ବା ଜାଲିଆତି କରି ଟଙ୍କା ରୋଜଗାର କରିବା ବ୍ୟକ୍ତିକୁ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+