Get Updates
Get notified of breaking news, exclusive insights, and must-see stories!

Garuda Purana: ଗରୁଡ଼ ପୁରାଣ ଅନୁସାରେ ଏହି ସବୁ କାର୍ଯ୍ୟ କଲେ କମିଥାଏ ଆୟୁଷ

ଜଣେ ବ୍ୟକ୍ତି ଯାହା କରନ୍ତି ତାହାର ଫଳାଫଳ ସେ ନିଶ୍ଚୟ ପାଆନ୍ତି । ପରିଣାମ ସବୁବେଳେ ସାଙ୍ଗେ ସାଙ୍ଗେ ମିଳିବ ବୋଲି କିଛି ମାନେ ନାହିଁ, ପରବର୍ତ୍ତୀ ଜନ୍ମରେ ମଧ୍ୟ ଭୋଗିବାକୁ ପଡ଼ିପାରେ । ଏ ସଂପର୍କରେ ଗରୁଡ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଗରୁଡ ପୁରାଣରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ କରିବା ଦ୍ବାରା ବ୍ୟକ୍ତିର ଆୟୁ କମ୍‌ ହୋଇଥାଏ ବୋଲି ବିଶ୍ବାସ କରାଯାଏ ।

ଗରୁଡ ପୁରାଣ କହେ, ସର୍ବଦା ସଠିକ୍ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଭୁଲ ଦିଗକୁ ମୁଣ୍ଡ କରି ଶୋଇଲେ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୋଇଯାଏ ଏବଂ ତାଙ୍କ ଆୟୁଷ କମିଯାଏ । ତେଣୁ, ନିଜ ମୁଣ୍ଡ ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗକୁ କେବେ ବି କରି ଶୋଇବା ଉଚିତ୍ ନୁହେଁ ।

ହିନ୍ଦୁ ଶାସ୍ତ୍ରରେ, ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ପରାଗ ସମୟରେ ଆକାଶକୁ ଚାହିଁବାକୁ ବାରଣ କରାଯାଇଛି । ଏହା ବ୍ୟକ୍ତିର ଜୀବନରେ ନକାରାତ୍ମକ ପ୍ରଭାବ ପକାଇବା ସହ ଆୟୁ କମ୍‌ କରିଥାଏ ବୋଲି ବିଶ୍ବାସ ରହିଛି। ମାତ୍ର ହେତୁବାଦୀମାନେ ଏହାକୁ ଅନ୍ଧବିଶ୍ବାସ ବୋଲି ବିଚାର କରନ୍ତି ।

According to Garuda Purana

କେବେ ବି ଅନ୍ୟକୁ ଅପମାନ କର ନାହିଁ କିମ୍ବା କାହାକୁ ଆଘାତ କର ନାହିଁ । ଏହା କରିବା ଦ୍ୱାରା କେବଳ ଜୀବନରେ ଯନ୍ତ୍ରଣା ହେବ ନାହିଁ, ବରଂ ଜୀବନର ଦିନ ମଧ୍ୟ ହ୍ରାସ ପାଇବ ବୋଲି ବିଶ୍ବାସ ରହିଛି । ସର୍ବଦା ଈଶ୍ବରଙ୍କୁ ବିଶ୍ବାସ କରିବା ସହ ଅନ୍ୟର ଭଲ ଚିନ୍ତା କରିବା ଉଚିତ୍ ।

କେବେ ବି କାହାର କଷ୍ଟ ଅର୍ଜିତ ଧନକୁ ଲୁଟିବାକୁ ଚେଷ୍ଟା କରନାହିଁ । ଦୁର୍ନୀତି ହେଉଛି ବ୍ୟକ୍ତିର ଆୟୁ କମ୍‌ର ଅନ୍ୟ ଏକ କାରଣ । କାହାର ଟଙ୍କା ଜବତ କରିବା କିମ୍ବା ଜାଲିଆତି କରି ଟଙ୍କା ରୋଜଗାର କରିବା ବ୍ୟକ୍ତିକୁ ଅନେକ ରୋଗର ସାମ୍ନା କରିବାକୁ ପଡ଼ିଥାଏ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+