Vastu tips: ଭୁଲରେ ସୁଦ୍ଧା ଘରେ ଲଗାନ୍ତୁ ନାହିଁ ଏହି ଗଛ, ଆସିପାରେ....
ବାସ୍ତୁଶାସ୍ତ୍ର ଖାଲି ଗୃହ ମଧ୍ୟରେ ସିମିତ ନୁହେଁ, ଗୃହର ପାରିପାର୍ଶ୍ୱିକ ପରିବେଶ ମଧ୍ୟ ବାସ୍ତୁଶାସ୍ତ୍ର ଅନ୍ତର୍ଗତ। କେଉଁ ପରିବେଶରେ ବାସ କଲେ ଶୁଭ ଫଳ ମିଳିବ ତାହା ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହି ପରିବେଶରେ ବଗିଚାରେ ବିଶେଷ ମହତ୍ତ୍ୱ ରହିଛି। ବଗିଚାରେ ବିଶେଷ ଗଛଲତା ଲଗାଯିବା ଦରକାର ଯାହା ବାସ୍ତୁ ଏବଂ ପରିବେଶ ଉପଯୋଗୀ ହେବା ଆବଶ୍ୟକ। ତେବେ ଆସନ୍ତୁ ଘରେ ବଗିଚାଟିଏ କଲେ କ'ଣ ସବୁ ବାସ୍ତୁ ନିୟମ ରହିଛି ସେ ବିଷୟରେ ଜାଣିବା।
ବଗିଚାରେ ତୁଳସୀ ଗଛ ଲଗାଇବାକୁ ଇଚ୍ଛା କଲେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରର ବଗିଚାରେ ବର କିମ୍ବା ଓସ୍ତ ଗଛ ଲଗାଇବା ଅଶୁଭପ୍ରଦ। ଘରର ମୁଖ୍ୟଦ୍ୱାରର ଠିକ୍ ସମ୍ମୁଖ ଭାଗରେ ଯେମିତି କୌଣସି ବଡ଼ ଗଛ ନ ରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ବଡ଼ ଗଛ ଘରକୁ ସକରାତ୍ମକ ଶକ୍ତି ପ୍ରବେଶରେ ବାଧା ସୃଷ୍ଟି କରିଥାଏ । ଘରର ଦକ୍ଷିଣ କିମ୍ବା ପଶ୍ଚିମ ପଟରେ ଉଚ୍ଚା ଏବଂ ଝଙ୍କାଳିଆ ଗଛ ଲଗାଇବା ଭଲ।

ଆମ୍ଭ, କଦଳୀ ଏବଂ ଜାମୁ ଭଳି ଗଛ ଘର ଠାରୁ ଟିକେ ଛାଡ଼ି ଲଗାଇବା ଭଲ। ଲତା ଜାତୀୟ ଗଛ ଘରର ସମ୍ମୁଖରେ ଲଗାଇଲେ ଅନେକ ଶୁଭ ଫଳ ମିଳିଥାଏ । ଘର ମଧ୍ୟରେ କାକ୍ଟସ ଗଛ ଲଗାଇବା ଅଶୁଭ। ବଗିଚାରେ ଅଳ୍ପ ଉଚ୍ଚତା ନଡ଼ିଆ କିମ୍ବା ଡାଳିମ୍ବ ଗଛ ଲଗାଇଲେ ଭଲ। ଯେଉଁ ସବୁ ଗଛର ପତ୍ର ଛିଣ୍ଡାଇଲେ କ୍ଷୀର ବାହାରିଥାଏ, ସେହିଭଳି ଗଛମାନ ଘର ଭିତରେ ଲଗାନ୍ତୁ ନାହିଁ। ଏହି ପରି ଗଛ ସ୍ୱାସ୍ଥ୍ୟ ପାଇଁ ଅହିତକର।
ଘରର ବଗିଚାରେ ବେଲ, ଆମ୍ବ, ପିଜୁଳି, ନଡ଼ିଆ, ଡାଳିମ୍ବ, ଅମୃତଭଣ୍ଡା, କଦଳୀ, ଅଁଳା, ଗୁଆ, କେଶର, ଚମ୍ପା, ଜାଇ, ଯୁଇ, କେତକୀ, ଅଶୋକ, ନିମ୍ବ, ଗେଣ୍ଡୁ, ମଲ୍ଳୀ, ଟଗର, ସ୍ଥଳପଦ୍ମ, ଦୁବ ଲଗାଇବା ଶୁଭ ।












Click it and Unblock the Notifications