ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ ଗାନ୍ଧିଜୀ ; କିଏ ଦେଇଥିଲେ ସ୍ଲୋଗାନର ନାଁ ?
INDEPENDENCE DAY :୧୯୪୨ରେ ଅଗଷ୍ଟ 9ରେ ହୋଇଥିଲ ଭାରତ ଛାଡ ଆନ୍ଦୋଳନ । ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ୍ତ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିଲା ଏହି ଆନ୍ଦୋଳନ । ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ବମ୍ବେ ଅଧିବେଶନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଡାକରା ଦିଆଯାଇଥିଲା ।
ତେବେ ଏହି ଆନ୍ଦୋଳନର ନାଁ 'ଭାରତ ଛାଡ଼' କେମିତି ରଖାଯାଇଥିଲା, ସେ ବିଷୟରେ କେ. ଗୋପାଳସ୍ୱାମୀ ତାଙ୍କ ପୁସ୍ତକ 'ଗାନ୍ଧି ଆଣ୍ଡ୍ ବମ୍ବେ'ରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଯେତେବେଳେ 'ଭାରତ ଛାଡ଼' ଆନ୍ଦୋଳନର ଡାକରା ଦିଆଯାଇ ନଥିଲା ସେତେବେଳେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଏକ ବୈଠକ ବମ୍ବରେ ବସିଥିଲା। ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ଭଲ ସ୍ଲୋଗାନ୍ ବାଛିବା ପାଇଁ ଏହି ବୈଠକ ବସିଥିଲା ।

ବୈଠକରେ ରାଜଗୋପାଳଚାରୀ 'Retreat' or 'Withdraw' ସ୍ଲୋଗାନ୍ ଦେବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ଏହି ବୈଠକରେ ଜଣେ ନେତା 'ଗେଟ୍ ଆଉଟ୍' ସ୍ଲୋଗାନ୍ର ପ୍ରସ୍ତାବ ଦେଇଥିଲେ। ମାତ୍ର ମହାତ୍ମା ଗାନ୍ଧି ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।
ଶେଷରେ ୟୁସୁଫ୍ ମେହେରାଲି କହିଥିଲେ 'କୁଇଟ୍ ଇଣ୍ଡିଆ' ବା 'ଭାରତ ଛାଡ଼'। ଆଉ ଏହାକୁ ଅନୁମୋଦନ କରିଥିଲେ ଗାନ୍ଧିଜୀ । ସେତେବେଳେ ୩୯ ବର୍ଷୀୟ ମେହେରାଲି ବମ୍ବେର ମେୟର ଥିଲେ। ପ୍ରଥମ ସୋଶିଆଲିଷ୍ଟ୍ ଭାବେ ସେ ଏହି ପଦକୁ ନିର୍ବାଚିତ ହୋଇଥିଲେ।
ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚଚ୍ଚିଲଙ୍କୁ ଭାରତୀୟ ମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । ଏହି ଆନ୍ଦୋଳନ ସଫଳ ହୋଇପାରିନଥିଲା । ବ୍ରିଟିଶ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧ ନସରିଲା ପର୍ଯ୍ୟନ୍ତ କିଛି ସ୍ୱାଧୀନତା ଦିଆଯାଇପାରିବନି ବୋଲି କହିଥିଲେ ।












Click it and Unblock the Notifications