Fruits to Eat in Summer Days: ଖରାଦିନେ ଖାଆନ୍ତୁ ଏହି ସବୁ ଫଳ
ଗ୍ରୀଷ୍ମରେ ଶରୀରକୁ ସୁସ୍ଥ ରଖିବା ବେଶ୍ ଜରୁରୀ ହୋଇଥାଏ। କାହିଁକିନା ହେଲଦି ଖାଦ୍ୟପେୟ ଅଭାବରୁ ଖରାଦିନେ ଶରୀର ଦୁର୍ବଳ ଓ ଡିହାଇଡ୍ରେସନ୍ ପରି ସମସ୍ୟା ଦେଖାଦେଇଥାଏ । ତେବେ, ଏଭଳି କିଛି ଫଳ ରହିଛି ଯାହାକୁ ଖାଇବା ଦ୍ବାରା ଆପଣ ଦିନସାରା ଫୁର୍ତ୍ତି ଓ ସତେଜ ଅନୁଭବ କରିଥାଆନ୍ତି। ତେବେ, ଆସନ୍ତୁ ଜାଣିବା ସେହି ଫଳଗୁଡି଼କ ବିଷୟରେ । ଯାହା ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାର୍ଯ୍ୟ କରେ।...
ଖରାଦିନେ ଖାଆନ୍ତୁ ଏହି ସବୁ ଫଳ
ତରଭୁଜ: ଖରାଦିନେ ଖାସ୍ କରି ଲୋକମାନେ ଅଧିକ ତରଭୁଜ (Watermelon) ଖାଇଥାନ୍ତି । ତରଭୁଜ ସହଜରେ ବିଭିନ୍ନ ସ୍ଥାନରେ କମ୍ ଦାମରେ ମଧ୍ୟ ମିଳିଥାଏ । ତରଭୁଜରେ (Watermelon) ପ୍ରଚୁର ପରିମାଣରେ ପାଣି ଥାଏ । ତେଣୁ ଖରାଦିନରେ ତରଭୁଜ ଖାଇବା ଦ୍ବାରା ଡିହାଇଡ୍ରେସନ୍ ଏବଂ ଉତ୍ତାପ ଆଘାତରୁ ଆପଣଙ୍କୁ ରକ୍ଷା ମିଳିଥାଏ । ଏହି ଫଳ କେବଳ ଗ୍ରୀଷ୍ମ ଋତୁରେ ଶୋଷ ମେଣ୍ଟାଏ ନାହିଁ, ବରଂ ଥକ୍କାପଣକୁ ମଧ୍ୟ ଦୂର କରିଥାଏ। କୋଷ୍ଠକାଠିନ୍ୟ, ଚାପ, ଓଜନ ହ୍ରାସ, ଆଖି ସମସ୍ୟା, ହୃଦ ରୋଗ, ରକ୍ତଚାପ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ତରଭୁଜ ଅତ୍ୟନ୍ତ ଲାଭଦାୟକ ଅଟେ ।

କାକୁଡି: ଏହି ଫଳରେ ୯୫ ପ୍ରତିଶତ ପାଣି ଥାଏ। ତେଣୁ ଖରାଦିନେ ଏହି ଫଳ ଆପଣଙ୍କ ଶରୀରରକୁ ହାଇଡ୍ରେଟ୍ ରଖିବାରେ ସାହାର୍ଯ୍ୟ କରେ। ଏଥିରେ ପ୍ରଚୁର ପରିମାଣରେ ପରିମାଣର ଫାଇବର ଥାଏ। ଯାହା ପେଟ ଜନିତ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରେ। ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ହେତୁ ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରିଥାଏ ।
ପାଚିଲା ଅମୃତଭଣ୍ତା: ଖରାଦିନେ ପାଚିଲା ଅମୃତଭଣ୍ତା ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ। ଏଥିରେ ପେପେନ ନାମକ ଏକ ଏନଜାଇମ୍ ରହିଥିବାରୁ ଏହା ହଜମ ପାଇଁ ବହୁତ ଲାଭଦାୟକ ଅଟେ । ଏଥିରେ ପୋଟାସିୟମ୍ ଏବଂ ଭିଟାମିନ୍ ସି, ଭିଟାମିନ୍ କେ ଏବଂ ଭିଟାମିନ୍ ଏ ଭରପୂର ମାତ୍ରାରେ ରହିଛି। ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ଅଟେ। ଏହାସହ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ।
ବେଲ : ବେଲ ମଧ୍ୟ ହେଉଛି ଏଭଳି ଏକ ଫଳ। ଯାହା ଖରାଦିନେ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ। ଏହାକୁ ସେବନ କରିବା ଦ୍ବାରା ଡାଇରିଆ କି କୌଣସି ପେଟ ସମସ୍ୟା ହୋଇ ନ ଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି ୧, ଭିଟାମିନ୍ ବି ୨, ଭିଟାମିନ୍ ସି, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି ।
କଦଳୀ : କଦଳୀ ମଧ୍ୟ ଆପଣ ଖରାଦିନେ ଖାଇପାରିବେ। କଦଳୀରେ କାର୍ବୋହାଇଡ୍ରେଟ୍ ରହିଛି। ଯାହା ଆମ ହାଡକୁ ଶକ୍ତିଶାଳୀ କରିଥାଏ । ଏବଂ ଗ୍ରୀଷ୍ମ ପ୍ରକୋପରୁ ଏହା ଆମ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ।
Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି।












Click it and Unblock the Notifications