Friendship Day 2025: ବନ୍ଧୁତା ଦିବସ କ'ଣ ? କାହିଁକି ଆଜି ପାଳନ ହେଉଛି ଏହି ଦିବସ ? କ'ଣ କୁଏ ଇତିହାସ ?
Friendship Day 2025 : ଦୋସ୍ତି କ'ଣ ? ଦୋସ୍ତି ହିଁ ଭଲ ପାଇବା । କାରଣ ଜଣେ ଅନ୍ୟ ଜଣକୁ ଭଲ ପାଇଲେ ହିଁ ସଂପର୍କ ସୁଦୃଢ଼ ହୁଏ । ଆଉ ଭଲ ସାଙ୍ଗ ହୋଇଥାଏ । ଜୀବନ ମାନେ ହିଁ ଦୋସ୍ତି । ଆଉ ଭଲ ବନ୍ଧୁ ହିଁ ସଦାବେଳେ ସୁଖ ଦୁଃଖର ସାଥୀ । କାରଣ ସଦାବେଳେ ପ୍ରକୃତ ବନ୍ଧୁ ହିଁ ତୁମକୁ ସାହା ହୁଏ ।
ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର 'ବନ୍ଧୁତା ଦିବସ' ଭାବେ ପାଳନ କରାଯାଉଛି । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର ।
ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ନଥାଏ ଆବିଳତା । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା ।
ଏହା ଏପରି ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି।

ବନ୍ଧୁତା ହେଉଛି ଏକ ଗଭୀର ସମ୍ପର୍କ ଯାହା ଦୁଇ ଜଣଙ୍କୁ ପରସ୍ପରର ନିକଟତର କରିଥାଏ। ଲୋକମାନେ ନିଜ ସାଙ୍ଗମାନଙ୍କ ସହିତ ସୁଖ ଏବଂ ଦୁଃଖ ବାଣ୍ଟନ୍ତି। ସମସ୍ତଙ୍କୁ 'ଅନ୍ତର୍ଜାତୀୟ ବନ୍ଧୁତା ଦିବସ' ର ଶୁଭେଚ୍ଛା।
ବନ୍ଧୁତା ଦିବସ କ'ଣ
ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ପାରାଗୁୱେରେ ଜୋରସୋରରେ ପାଳିତ ହେଉଥିଲା ଏହି ଦିବସ ।
ଦିନକୁ ଦିନ ସ୍ୱାର୍ଥ କେନ୍ଦ୍ରିକ ହେବାରେ ଲାଗିଛି ବନ୍ଧୁତ୍ୱ । ଆଜିର ବଜାରମୁଖୀ ମାନସିକତା ଓ ଲାଭଖୋର, ଚଞ୍ଚକତାପୂର୍ଣ୍ଣ ଚିନ୍ତା ବନ୍ଧୁତ୍ୱ ପାଇଁ କାଳ ସାଜିଛି । କିନ୍ତୁ କେଉଁଠି ନା କେଉଁଠି ଆଜି ବି ବଳିଷ୍ଠ ଭାବରେ ବଞ୍ଚିରହିଛି ବନ୍ଧୁତ୍ୱ । କୁହାଯାଏ, ଯଦି ଜଣେ ବି ଉଚିତ୍ ବନ୍ଧୁ ରହିଛନ୍ତି, ତେବେ ଜୀବନ ବଞ୍ଚିବା ସହଜ ଓ ଆନନ୍ଦମୟ ହୋଇପାରେ ।
ଇତିହାସ:
ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। କୁହାଯାଏ ଯେ ଏହି ଦିନ ବିଶ୍ୱର ଅଧିକାଂଶ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଏବଂ ଏକତାର ବାର୍ତ୍ତା ବିସ୍ତାର କରାଯାଇଥାଏ।
କିପରି ହେଲା ଆରମ୍ଭ:
ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ କାହାଣୀ ରହିଛି। କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।












Click it and Unblock the Notifications