Friendship Day 2024: ପ୍ରେମ ହିଁ ବନ୍ଧୁତ୍ୱ , ବନ୍ଧୁତ୍ୱ ହିଁ ପ୍ରେମ

Friendship Day 2024: ପ୍ରେମ ହିଁ ବନ୍ଧୁତ୍ୱ । ବନ୍ଧୁତ୍ୱ ହିଁ ପ୍ରେମ । କାରଣ ପ୍ରେମ ହିଁ ବନ୍ଧୁତାକୁ ଦୃଢୀଭୂତ କରେ । ପ୍ରେମରୁ ବନ୍ଧୁତା ଆରମ୍ଭ ହୁଏ । ଜଣେ ଜଣକୁ ଭଲ ପାଇଲେ ହିଁ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୁଏ । ଆଉ ସେହି ସମ୍ପର୍କ ନୂଆ ରୂପ ନିଏ । ଆଉ ତାକୁ ଆମେ ସାଙ୍ଗ ବା ବନ୍ଧୁ କହିଥାଉ । ତେଣୁ ପ୍ରେମ ହିଁ ପ୍ରେମ ହିଁ ବନ୍ଧୁତ୍ୱ ଆଉ ବନ୍ଧୁତ୍ୱ ହିଁ ପ୍ରେମ। ସକାଳୁ ଉଠିବାରୁ ରାତିରେ ଶୟନ ପର୍ଯ୍ୟନ୍ତ୍ ଆମେ ଦିନ ସାରା ଯାହା ବି କରୁ କାହା କାହା ସହ କଥା ହେଉ , ଆଉ ସେହି କଥାରେ ବି ସମ୍ପର୍କ ହୁଏ । ଆଉ ସେହି ସମ୍ପର୍କ କେତେବେଳେ ବନ୍ଧୁତାର ରୂପ ନିଏ।

ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର 'ବନ୍ଧୁତା ଦିବସ' ଭାବେ ପାଳନ କରାଯାଉଛି । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର ।ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ନଥାଏ ଆବିଳତା । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା ।ଏହା ଏପରି ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି ।

ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହୁଏ ଫ୍ରେଣ୍ଡସିପ ଡ଼େ' । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। କୁହାଯାଏ ଯେ ଏହି ଦିନ ବିଶ୍ୱର ଅଧିକାଂଶ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଏବଂ ଏକତାର ବାର୍ତ୍ତା ବିସ୍ତାର କରାଯାଇଥାଏ । କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।

ବନ୍ଧୁମାନେ ଆମ ଜୀବନର ସୁଖ-ଦୁଃଖ ସହିତ ରହିଥାନ୍ତି। ଯେତେବେଳେ ବି ବନ୍ଧୁତାର କଥା ଆସେ ସେତେବେଳେ କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତ୍ୱର ଉଦାହରଣ ଦିଆଯାଏ। କୃଷ୍ଣ-ସୁଦାମାଙ୍କର ବନ୍ଧୁତାରେ ସଚ୍ଚୋଟତା, ବଳିଦାନ ଏବଂ ସମ୍ମାନର ଭାବନା ଦେଖିବାକୁ ମିଳେ। ଏହା ହିଁ ହେଉଛି ପ୍ରକୃତ ବନ୍ଧୁତାର ପ୍ରତୀକ।କୁହାଯାଏ ପରିବାର ଈଶ୍ୱରଙ୍କ ବରଦାନ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣେ ଭଲ ବନ୍ଧୁ ବାଛିବା ପାଇଁ ସୁଯୋଗ ମିଳିଥାଏ। ଜଣେ ପ୍ରକୃତ ବନ୍ଧୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଛାଇ ପରି ରହିଥାଏ। ଏହା କେବଳ ଆମ ଜୀବନକୁ ସଫଳ କରେ ନାହିଁ ବରଂ ଖୁସି ମଧ୍ୟ ବାଣ୍ଟିଥାଏ ।

Friendship Day 2024

ସୁଦାମା କୃଷ୍ଣଙ୍କର ପିଲାଦିନର ବନ୍ଧୁ ଥିଲେ ବି ସେମାନଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଥିଲା। ସୁଦାମା ନିଜ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ କୃଷ୍ଣଙ୍କ ସହାୟତା ନେବାକୁ ଦ୍ୱାରକା ଯାଇଥିଲେ । ହେଲେ କିଛି କହି ନଥିଲେ । ଫେରିବା ସମୟରେ ପତ୍ନୀଙ୍କୁ କ'ଣ କହିବେ ସେକଥା ଭାବି ଭାବି ଆସୁଥିଲେ। ଦ୍ୱାରକାଧିଶ କିନ୍ତୁ ମନ କଥା ଜାଣି ସବୁ ପହଞ୍ଚେଇ ଦେଇଥିଲେ। ସୁଦାମା ଘରେ ପହଞ୍ଚିବା ପରେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କୁହାଯାଏ 'ବନ୍ଧୁ ହେବ ତ କୃଷ୍ଣ-ସୁଦାମାଙ୍କ ପରି'। 'ରାମାୟଣ'ର ରାମ ଏବଂ ସୁଗ୍ରୀବଙ୍କ ବନ୍ଧୁତାକୁ ମଧ୍ୟ ଏକ ଉତ୍ତମ ଉଦାହରଣ ଭାବରେ ନିଆଯାଏ। ମାତା ସୀତାଙ୍କ ଅପହରଣ ପରେ ଯେତେବେଳେ ରାମ ତାଙ୍କ ଭାଇ ଲକ୍ଷ୍ମଣଙ୍କ ସହ ଋଷ୍ୟମୁଖ ପାହାଡରେ ପହଞ୍ଚିଥିଲେ ସେଠାରେ ସୁଗ୍ରୀବଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହା ପରେ ଦୁହେଁ ଏପରି ବନ୍ଧୁତ୍ୱର ବନ୍ଧନରେ ବାନ୍ଧି ହୋଇଗଲେ ଯେ ସେମାନେ ଜୀବନସାରା ପରସ୍ପରକୁ ନିଃସ୍ୱାର୍ଥପର ଭାବରେ ସମର୍ଥନ କରି ଚାଲିଥିଲେ। କୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ବନ୍ଧୁତା ଅଧିକ ଥିଲା। ଅର୍ଜୁନ ସବୁବେଳେ କୃଷ୍ଣଙ୍କୁ ଭଗବାନ ଭାବରେ ସମ୍ମାନ କରୁଥିଲେ କିନ୍ତୁ କୃଷ୍ଣ ସର୍ବଦା ଅର୍ଜୁନଙ୍କ ପ୍ରତି ତାଙ୍କର ସ୍ନେହକୁ ବନ୍ଧୁ ଆକାରରେ ବାଣ୍ଟୁଥିଲେ। ଯେଉଁଭଳି ଭାବେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସମାଜରେ ଏକ ସମ୍ମାନ ପ୍ରଦାନ କରିଥିଲେ କର୍ଣ୍ଣ ତାଙ୍କ ପ୍ରତି ଅନୁଗ୍ରହ ହେବା ସହ ପ୍ରତ୍ୟେକ ପରିସ୍ଥିତିରେ ଦୁର୍ଯ୍ୟୋଧନଙ୍କୁ ସମର୍ଥନ କରୁଥିଲେ, ଯଦିଓ ସେ ତାଙ୍କ ସହିତ ଅନେକ ସମୟରେ ଆଦର୍ଶଗତ ଭାବରେ ସହମତ ନଥିଲେ। ଉଭୟଙ୍କ ବନ୍ଧୁତା ଆଜି ମଧ୍ୟ ଏକ ଉତ୍ତମ ଉଦାହରଣ ଭାବରେ ସ୍ମରଣୀୟ। କୃଷ୍ଣ - ଦ୍ରୌପଦୀଙ୍କ ବନ୍ଧୁତା ମଧ୍ୟ ପ୍ରେରଣା ଦାୟୀ । ରାମ - ନିଶାଦରାଜ, ଗାନ୍ଧାରୀ - କୁନ୍ତୀ ଏବଂ ସୀତା - ତ୍ରିଜଟାଙ୍କ ଯୋଡି ମଧ୍ୟ ବନ୍ଧୁତାର ଉଦାହରଣ ଭାବରେ ଜଣାଶୁଣା। ଏହିପରି ଅନେକ ପୌରାଣିକ ଘଟଣା ଅଛି ଯାହାକୁ ଲୋକେ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କର ବନ୍ଧୁତ୍ୱର ଏକ ଉଦାହରଣ ଭାବେ କହିଥାନ୍ତି। ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ଭଲ ପାଇବା ଥିଲା । ଆଉ ସେଠାରୁ ହୋଇଥିଲା ବନ୍ଧୁତା ।

ବନ୍ଧୁତା ବିଭିନ୍ନ କାରଣରୁ ଶେଷ ହୋଇଯାଏ । ବେଳେବେଳେ ସାଙ୍ଗମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତି ଓ ଦୂରତା ହେତୁରୁ ପରସ୍ପରକୁ ଭୁଲିଯିବାକୁ ବାଧ୍ୟ ହୁଅନ୍ତି । ପୂର୍ବ କାଳରେ ଯେତେବେଳ ପର୍ଯ୍ୟନ୍ତ ଦୁଇ ଜଣ ମଣିଷ ପରସ୍ପର ସହ ଦେଖା ହେଉଥିଲେ, ସେପର୍ଯ୍ୟନ୍ତ ବନ୍ଧୁତା ତିଷ୍ଠି ରହୁଥିଲା, ତଥାପି ବର୍ତ୍ତମାନ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭୌଗୋଳିକ ଦୂରତା କମାଇ ବନ୍ଧୁତାକୁ ରକ୍ଷା କରିପାରୁଛି । ତରୁଣ ଅବସ୍ଥାରେ, ନୂଆ ଏକ ସାମାଜିକ ଦଳରେ ଅନ୍ତର୍ଭୁକ୍ତ ହେବା ମଧ୍ୟ ବନ୍ଧୁତାରେ ଅନ୍ତ ଆଣିଥାଏ । ଵନ୍ଧୁତା ମଧ୍ୟ ଧୀରେ ଧୀରେ କମି ଶେଷ ହୋଇଯାଏ କିମ୍ବା ହଠାତ ଶେଷ ହୋଇଯାଏ ।ଏକ ବନ୍ଧୁତାର ଶେଷରେ କିପରି କଥା ହେବାକୁ ହୁଏ ଏବଂ ଏ ବିଷୟରେ କଥା ହେବା ଠିକ ହେବ କି ନାହିଁ, ତାହା ପରିବେଶ ଉପରେ ନିର୍ଭର କରେ ।

ଦିନକୁ ଦିନ ସ୍ୱାର୍ଥ କେନ୍ଦ୍ରିକ ହେବାରେ ଲାଗିଛି ବନ୍ଧୁତ୍ୱ । ଆଜିର ବଜାରମୁଖୀ ମାନସିକତା ଓ ଲାଭଖୋର, ଚଞ୍ଚକତାପୂର୍ଣ୍ଣ ଚିନ୍ତା ବନ୍ଧୁତ୍ୱ ପାଇଁ କାଳ ସାଜିଛି । କିନ୍ତୁ କେଉଁଠି ନା କେଉଁଠି ଆଜି ବି ବଳିଷ୍ଠ ଭାବରେ ବଞ୍ଚିରହିଛି ବନ୍ଧୁତ୍ୱ । କୁହାଯାଏ, ଯଦି ଜଣେ ବି ଉଚିତ୍‌ ବନ୍ଧୁ ରହିଛନ୍ତି, ତେବେ ଜୀବନ ବଞ୍ଚିବା ସହଜ ଓ ଆନନ୍ଦମୟ ହୋଇପାରେ । ତେଣୁ ପ୍ରେମ ହିଁ ବନ୍ଧୁତା । ପରିଶେଷରେ ସମସ୍ତଙ୍କୁ ବନ୍ଧୁତା ଦିବସର ଅଭିନନ୍ଦନ (Happy Friendship Day ) ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+