ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖରା ଦିନେ ପିଅନ୍ତୁ ମାଠିଆ ପାଣି ; ମିଳିବ ଏହି ସବୁ ଫାଇଦା

ତାତି ବଢିବାକୁ ଲାଗିଲାଣି। ଗ୍ରୀଷ୍ମ ଆରମ୍ଭ ହେବା ମାତ୍ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି । ଆଉ ଏନେଇ ସାଧାରଣତଃ ଫ୍ରିଜ୍ ଉପରେ ନିର୍ଭର କରନ୍ତି। ଆଜିକାଲି ଅନେକ ସଚେତନ ବ୍ୟକ୍ତି ଫ୍ରିଜରୁ ପାଣି ତୁଳନାରେ ପାରମ୍ପରିକ ମାଟି ପାତ୍ରରୁ ପାଣି ପିଇବାକୁ ପସନ୍ଦ କଲେଣି। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ସେଥିପାଇଁ ଅନେକ ଲୋକ ବଜାରରୁ ମାଟି ପାତ୍ର ଘରକୁ ଆଣନ୍ତି।

MATHIA

ଆପଣ ଜାଣିଥିବେ ଯେ ବଜାରରେ ତିନି ପ୍ରକାରର ମାଠିଆ ଦେଖାଯାଏ। କଳା, ନାଲି ଓ ଧଳା ରଙ୍ଗର ମାଠିଆ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳେ। ତେବେ କେଉଁ ମାଠିଆ କିଣିବା ଉଚିତ? ଅନେକ ଲୋକ ଏହି ପ୍ରଶ୍ନର ଉତ୍ତର ଜାଣନ୍ତି ନାହିଁ। ଆସନ୍ତୁ ଏହାକୁ ନେଇ ଡାଏଟିସିଆନ୍ କ'ଣ କୁହନ୍ତି ଜାଣିବା।

ଡାଏଟିସିଆନ୍‌ଙ୍କ ମତରେ ବର୍ତ୍ତମାନ ତାତି ବଢୁଥିବାରୁ ବିଭିନ୍ନ ଛକ-ବଜାରରେ ମାଠିଆ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ବିଭିନ୍ନ ଆକାର ସହିତ ବିଭିନ୍ନ ରଙ୍ଗରର ମାଠିଆ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ କଳା ଏବଂ ନାଲି ମାଠିଆ ଦେଖିବାକୁ ମିଳୁଥିବା ବେଳେ କେତେକ ସ୍ଥାନରେ ଧଳା ମାଠିଆ ମଧ୍ୟ ବିକ୍ରି ହେବା ଦେଖାଯାଏ।

କେଉଁ ମାଠିଆ କିଣିବେ:
ଡାଏଟିସିଆନ୍‌ଙ୍କ ମତରେ କଳା ରଙ୍ଗ ଶୀଘ୍ର ଉତ୍ତାପ ଗ୍ରହଣ କରିଥାଏ। ସେଥିପାଇଁ କଳା ମାଠିଆରେ ପାଣି ଶୀଘ୍ର ଥଣ୍ଡା ହୋଇଯାଏ। ଏହା ଶରୀର ପାଇଁ ମଧ୍ୟ ଖୁବ୍ ଭଲ। ସେଥିପାଇଁ କଳା ମାଠିଆର ଚାହିଦା ମଧ୍ୟ ଖୁବ୍ ଅଧିକ।

ଲାଲ ଏବଂ ଧଳା ମାଠିଆ ମଧ୍ୟ ଖରାପ ନୁହେଁ କିନ୍ତୁ ଏହାକୁ କିଣିବା ସମୟରେ ଭଲ ଭାବେ ଯାଞ୍ଚ କରିବା ଉଚିତ । କାରଣ କେତେକ ସ୍ଥାନରେ ମାଠିଆ ତିଆରି କରିବା ବେଳେ ସେଥିରେ ସିମେଣ୍ଟ ମିଶାଯାଇଥାଏ। ସେଥିପାଇଁ ଯେଉଁ ମାଠିଆ ବି କିଣନ୍ତୁ ସାବଧାନ ହେବା ଜରୁରୀ।

କିପରି ଚିହ୍ନିବେ ମାଟି ମାଠିଆ:
ବର୍ତ୍ତମାନ ଅନେକ ସ୍ଥାନରେ ମାଠିଆରେ ସିମେଣ୍ଟ ମିଶାଉଥିବା ମାମଲା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ କେବଳ ସଠିକ୍ ଅନୁସନ୍ଧାନ ପରେ ମାଠିଆ କିଣିବା ଜରୁରୀ। ତେଣୁ, ମାଠିଆ କିଣିବା ବେଳେ ଏହାର ଓଜନ ଯାଞ୍ଚ କରନ୍ତୁ। ମାଟି ପାତ୍ର ହାଲକା ହୋଇଥାଏ। ଯଦି ଏଥିରେ ସିମେଣ୍ଟ ମିଶିଥିବ ତେହେ ଏହା ଓଜନିଆ ଜଣାପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+