ସାବଧାନ! ବାସି ଖାଦ୍ୟ ଖାଇଲେ ହୋଇପାରେ ଭୟଙ୍କର ରୋଗ
ଘରେ ରୋଷେଇ ହୋଇଥିବା ଖାଦ୍ୟ ବଞ୍ଚିଗଲେ ଲୋକାମାନେ ତାହାକୁ ଫ୍ରିଜରେ ରଖିଦିଅନ୍ତି ଓ ପରଦିନ ପୁଣିଥରେ ଗରମ କରି ଖାଇବାର ତ ଆପଣମାନେ ଦେଖୁଥିବେ । କ'ଣ ଆପଣଙ୍କର ବି ଏପରି ଅଭ୍ୟାସ ଅଛି କି ? ଯଦି ହଁ, ତେବେ ଆଜିଠାରୁ ସୁଧୁରି ଯାଆନ୍ତୁ । କାରଣ ବାସି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡିପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେଣୁ ଖାଦ୍ୟକୁ ସତେଜ ଅବସ୍ଥାରେ ସେବନ କରିବା ଉଚିତ । ଆସନ୍ତୁ ଜାଣିବା କେଉଁ କେଉଁ ବାସି ଖାଦ୍ୟକୁ ଖାଇବା ଆପଣଙ୍କର ସାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ ।
- ରନ୍ଧା ଯାଇଥିବା ଭାତକୁ ରୁମ ମଧ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ସେଥିରେ ବେସିଲସ ସେରେସ ନାମକ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ବାସି ଭାତକୁ ଗରମ କରି ଖାଇବାର ଅଭ୍ୟାସ ଅନେକଙ୍କର ରହିଥାଏ, ଯାହାକି ଫୁଡ୍ ପଏଜନିଂର କାରଣ ସାଜିଥାଏ । ତେଣୁ ଭାତ ରାନ୍ଧିବାର ଏକ ଘଣ୍ଟା ମଧ୍ୟରେ ଖାଇନେବା ଉଚିତ୍ ।

- ଆମେମାନେ ନିୟମିତ ଖାଉଥିବା ଅଣ୍ଡାରେ ସାଲମୋନେଲା ନାମକ ଏକ ବ୍ୟାକ୍ଟେରିଆ ରହିଥାଏ । ଏହି ବ୍ୟାକ୍ଟେରିଆ ମୁଖ୍ୟତଃ ଅଧା ରନ୍ଧା ଓ କଞ୍ଚା ଅଣ୍ଡାରେ ମିଳିଥାଏ । ଏହି କାରଣରୁ ଜ୍ୱର, ପେଟ ଯନ୍ତ୍ରଣା, ଡାଇରିଆ ଭଳି ସମସ୍ୟ ଦେଖାଦେଇଥାଏ । ପ୍ରାୟ ଲୋକ ଅଣ୍ଡାକୁ କମ ସିଝାଇ ଖାଇଥାନ୍ତି । ଯାହାଫଳରେ ଅଣ୍ଡାରେ ଥିବା ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଭାବେ ମରିନଥାନ୍ତି ଓ ବାସି ଅଣ୍ଡାରେ ଏହି ବ୍ୟାକ୍ଟେରିଆ ଦୁଇଗୁଣ ହୋଇଯାଇଥାଏ ।
- ଅଣ୍ଡା ପରି ଚିକେନରେ ମଧ୍ୟ ସାଲମୋନେଲା ବ୍ୟାକ୍ଟେରିଆ ରହିଥାଏ । ରନ୍ଧା ଯାଇଥିବା ଚିକେନକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଫଳରେ ସେଥିରେ ବ୍ୟାକ୍ଟେରିଆ ଅଧିକ ବେଗରେ ବଢ଼ିଥାନ୍ତି । ଅତ୍ୟଧିକ ଉତ୍ତାପ ଚିକେନକୁ ରୋଷେଇ କରିବା ଦ୍ୱାରା ଏହି ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରନ୍ତି ନାହିଁ ।
- ଆଳୁକୁ ରାନ୍ଧିବା ପରେ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ଛାଡ଼ି ଦିଆଯାଏ, ସେଥିରେ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ଏହି ବ୍ୟାକ୍ଟେରିଆ ଯୋଗୁଁ ଆମ ଶରୀରରେ ଦୃଷ୍ଟିଶକ୍ତି ହ୍ରାସ, ମୁହଁ ଶୁଖିଲା, ଶ୍ୱାସକ୍ରିୟାରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ଏହି ସମସ୍ୟା ସାଧାରଣତଃ ଶିଶୁଙ୍କ ଠାରେ ଦେଖାଦେଇଥାଏ । ଆଳୁକୁ କଦାପି ମାଇକ୍ରୋୱେବରେ ରଖିବା ଅନୁଚିତ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications