Get Updates
Get notified of breaking news, exclusive insights, and must-see stories!

Food In Rainy Day: ବର୍ଷାଦିନେ କେଉଁ ପରିବା ଖାଇବେ ? ମିଳିବ ଏହି ସବୁ ଭିଟାମିନ୍

Food In Rainy Day: ସାଧାରଣତଃ ଅଧିକାଂଶଙ୍କୁ ବର୍ଷା ଦିନେ ଖାଇବାକୁ ବେଶ୍‌ ପସନ୍ଦ । ଏହି ଋତୁରେ ଅନେକ ଲୋକ ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ହେଲେ ଆପଣ ଜାଣନ୍ତି କି ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ବର୍ଷା ଦିନେ ବଜାରରେ ଭଳିକି ଭଳି ପନିପରିବା ବିକ୍ରି ହୁଏ । ହେଲେ ଆମକୁ ଭାବି ବିଚାରି ସେହି ସବୁ ପରିବା ଖାଇବା ଆବଶ୍ୟକ । ନଚେତ୍‌ ଏହି ପନିପରିବା ଖାଇବା ଅସୁସ୍ଥତାର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ପରିବା ଖାଇବା ଉଚିତ୍‌।

କାକୁଡ଼ି : କାକୁଡ଼ି ଏପରି ଏକ ପରିବା ଯାହାକୁ ବର୍ଷା ଦିନେ ମଧ୍ୟ ଖାଇ ହେବ। ଏହାକୁ ସାଲାଡ୍‌ କିମ୍ୱା ସାଣ୍ଡୱିଚ୍‌ ମାଧ୍ୟମରେ ଖାଇପାରିବେ । ଏହା ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ ।

Food In Rainy Day

ଭେଣ୍ଡି : ବର୍ଷା ଦିନେ ଭେଣ୍ଡି ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ଖାଇବା ଦ୍ୱାରା ଶରୀରରେ କଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ଭେଣ୍ଡି ଖାଇବା ଦ୍ୱାରା ଆଖି ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ୍ ରୁହେ ।

ଲାଉ: ଲାଉ ଖାଇବା ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ଲାଭଦାୟକ । ଏହା ଦ୍ୱାରା ଆମ ହଜମ ପକ୍ରିୟା ଭଲ ହୋଇଥାଏ । ଲାଉରେ ପ୍ରଚୁର ମାତ୍ରାରେ ଆଇରନ୍‌, ଭିଟାମିନ୍‌-ବି ଓ ଭିଟାମିନ୍‌-ସି ରହିଥାଏ ଯାହା ବର୍ଷା ଦିନେ ଶରୀରକୁ ଇନ୍‌ଫକ୍ସନ୍‌ରୁ ରକ୍ଷା ଦିଏ ।

କଲରା: ବର୍ଷା ଦିନେ କଲରା ଖାଇବା ସବୁଠୁ ଅଧିକ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ଶରୀରକୁ ଅସଂଖ୍ୟ ତଥା ଅଗଣିତ ଲାଭ ମିଳେ । କଲରାରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି ରହିଛି। ବିଶେଷ କରି ଏହାକୁ ଖାଇବା ଦ୍ୱାରା ମା'ମାନଙ୍କ ଶରୀର ଫିଟ୍ ରହିଥାଏ। ଏହାସହ ଏଥିରେ ଥିବା ଆଣ୍ଟିଭାଇରାଲ୍ ଗୁଣ, ବର୍ଷା କାରଣରୁ ବ୍ୟାପୁଥିବା ଇନ୍‌ଫେକ୍ସନରୁ ଆମ ଶରୀରକୁ ରକ୍ଷା କରେ।

ଟିଣ୍ଡା: ଟିଣ୍ଡାରୁ ଅନେକ ପ୍ରକାରର ବ୍ୟଞ୍ଜନ କରାଯାଇଥାଏ। ଏଥିରୁ ଶରୀରକୁ ଅନେକ ଲାଭ ମିଳେ। ଏହାସହ ଏଥିରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଦ୍ୱାରା ଶରୀରରେ ହେଉଥିବା ଜଳା-ପୋଡାରୁ ମୁକ୍ତି ଦିଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+