Get Updates
Get notified of breaking news, exclusive insights, and must-see stories!

ବର୍ଷା ଦିନେ ଫେଲୋ କରନ୍ତୁ ଏହି ଡାଏଟ୍ ଚାର୍ଟ

ବର୍ଷା ଋତୁରେ ଅଧିକ ରୋଗ ହେଉଥିବାରୁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କିଛିଟା ଖାଦ୍ୟ ଅଛି ଯାହାକୁ ବର୍ଷା ଦିନେ ଡାଏଟରେ ସାମିଲ କଲେ ଆମେ ରୋଗରୁ ଦୂରେଇ ରହିବା । ତେବେ ଜାଣନ୍ତୁଏହି ଖାଦ୍ୟ ଗୁଡ଼ିକ କ’ଣ?

ମୌସୁମୀ ଆରମ୍ଭ ପରେ ଏବେ ଚାରିଆଡ଼େ ବର୍ଷା ହେଉଛି । ବର୍ଷା ସହ ଆରମ୍ଭ ହୋଇଯାଇଛି ସର୍ଦ୍ଦି, କାଶ, କଫ, ଜ୍ଵର। କେବଳ ଏତିକି ନୁହେଁ କରୋନା ସଂକ୍ରମଣ ବି ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି । ବର୍ଷା ଦିନେ ଡାଇରିଆ ଏବଂ ଟାଇଫଏଡର ମଧ୍ୟ ଶିକାର ହୁଅନ୍ତି ଲୋକେ । ଏହି ଋତୁରେ ଅଧିକ ରୋଗ ହେଉଥିବାରୁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କିଛିଟା ଖାଦ୍ୟ ଅଛି ଯାହାକୁ ବର୍ଷା ଦିନେ ଡାଏଟରେ ସାମିଲ କଲେ ଆମେ କିଛି ରୋଗରୁ ନିଜକୁ ଦୂରେଇ ରଖି ପାରିବ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଗୁଡ଼ିକ କ'ଣ?

food
ଗୁଡ଼:
ଗୁଡ଼ରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଆଇରନ୍ ଜିଙ୍କ ବି ରହିଥାଏ । ଏହା ଆମ ଶରୀରରେ ଇମ୍ୟୁନିଟି ବଢାଇବାରେ ସହାୟକ ହୋଇଥାଏ ଏହି ଖାଦ୍ୟ ଟି। ପ୍ରତିଦିନ ଗୁଡ଼ ଖାଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ବର୍ଷା ଦିନେ ହେଉଥିବା ସଂକ୍ରମଣକୁ ବି ଏହା ହେବାକୁ ଦେଇନ ଥାଏ । ଯେଉଁମାନଙ୍କର ଖାଦ୍ୟ ହଜମ ହୋଇ ନଥାଏ ସେମାନେ ପ୍ରତିଦିନ ଗୁଡ଼ ଖାଇବା ଦରକାର।

ଘିଅ:
ଘିଅରେ ଗୋଟିଏ ନୂହେଁ ଅନେକ ପ୍ରକାର ଫାଇଦା ରହିଥାଏ । ଏହା ଇମ୍ୟୁନିଟି ବୃଦ୍ଧି କରାଇବା ସହିତ ଶରୀରକୁ ଗରମ ରଖିଥାଏ । ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ । ବର୍ଷା ଦିନେ ଘିଅ ଖାଇବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବ । ଏହାଛଡ଼ା ସ୍କିନକୁ ଡ୍ରାଏ ହେବାକୁ ବି ଦେବନାହିଁ ।

ହଳଦୀ:

ହଳଦୀର ଔଷଧୀୟ ଗୁଣ ବାବଦରେ ସମସ୍ତେ ଅବଗତ ଅଛେ । ଏହା ଆମ ରୋଷେଇ ଘରେ ସବୁବେଳେ ଥାଏ । ଏଥିରେ ଆଣ୍ଟି ଅକ୍ଦିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଶରୀରରେ ଇମ୍ୟୁନିଟିକୁ ବି ବଢ଼ାଇଥାଏ । ବର୍ଷା ଦିନେ ଆପଣ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ, ଶରୀରରୁ ଅଧା ରୋଗ ଭଲ ହୋଇଯିବ । ଏହା ସହ ତ୍ବଚାରେ ଚମକ ବି ଆସିବ ।

କନ୍ଦମୂଳ:

କନ୍ଦମୂଳ ଖାଇବା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ । ଏଥିରେ ଭିଟାମିନ୍ ଏ , ସି, ବି, ଫାଇବର୍ ସହ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ବି ରହିଥାଏ । ଏହାକୁ ବର୍ଷା ଦିନ ଡାଏଟରେ ଯୋଡନ୍ତୁ । ଶରୀରକୁ ବହୁତ ଲାଭ ମିଳିବ ।

ବାଦାମ:

ଚିନା ବାଦାମ, କାଜୁ, ପିସ୍ତା ବାଦାମ ଖାଇବା ବହୁତ ଭଲ ହୋଇଥାଏ । ଏଥିରେ ବହୁତ ପ୍ରକାର ଭିଟାମିନ୍ ରହିଥାଏ । ଯାହା ବର୍ଷା ଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଖାଇବା ଦ୍ବାରା ଶରୀର ଅଧିକ ସମୟ କାମ କରିବାରେ ସକ୍ଷମ ହୋଇଥାଏ । ଏହା ସହଜରେ ଥକାପଣ ଅନୁଭବ କରିବାକୁ ଦେଇ ନ ଥାଏ ।

ଏଠାରେ ଆପଣ ଗୋଟିଏ କଥା ଧ୍ୟନ ରଖନ୍ତୁ ଶରୀର ପାଇଁ ଭଲ ବୋଲି ଏହାକୁ ଅତି ମାତ୍ରାରେ ଖାଇବେ ନାହିଁ । ଏହା ଆପଣଙ୍କ ଶରୀରପାଇଁ କ୍ଷତିକାରକ ବି ହୋଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+