ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ଧ୍ୟାନ ରଖିବା କଷ୍ଟକର ହେଇଗଲାଣି। ତେବେ ନିଜ ସ୍ବାସ୍ଥ୍ୟ ର ଯତ୍ନ ନେବା ସହ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଅନେକ ଡ଼ାଏଟରେ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଡାଏଟ୍ ସହିତ ଏହି ସବୁ ଉପରେ ଧ୍ୟାନ ରଖିଲେ ଆପଣଙ୍କ ସ୍ମରଣଶକ୍ତି

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ଧ୍ୟାନ ରଖିବା କଷ୍ଟକର ହେଇଗଲାଣି। ତେବେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଅନେକ ଡ଼ାଏଟରେ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଡାଏଟ୍ ସହିତ ଏହି ସବୁ ଉପରେ ଧ୍ୟାନ ରଖିଲେ ଆପଣଙ୍କ ସ୍ମରଣଶକ୍ତି ବୃଦ୍ଧି ହେବ।

memory power
ସୁନିଦ୍ରା ଯାଆନ୍ତୁ : ଭଲ ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନ ପାଇଁ ଭଲ ନିଦ ହେବା ଜରୁରୀ । ଭଲ ନିଦ୍ରା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଯେଉଁମାନଙ୍କର ଭଲ ନିଦ ହୁଏ ନାହିଁ, ସେମାନଙ୍କର ସ୍ମୃତି ଶକ୍ତି ଉପରେ ଏହା ନକାରାତ୍ମକ ପ୍ରଭାବ ପକେଇ ଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଦିନକୁ 7ରୁ 9 ଘଣ୍ଟା ଭଲ ଭାବେ ଶୋଇବା ଆବଶ୍ୟକ।

ବ୍ୟାୟାମ: ବ୍ୟାୟାମ କଲେ ଜଣେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିଥାଏ । ନିୟମିତ ବ୍ୟାୟାମ କଲେ ଜୀବନରେ ଡିମେନସିଆ ରୋଗ ହେବାର ସମ୍ଭାବନା ହ୍ରାସ ପାଏ । ଚାଲିବା, ଦୌଡିବା, ସନ୍ତରଣ, ଏରୋବିକ୍ସ ଆଦି କରିବା ଦ୍ଵାରା ଶାରିରୀକ ଓ ମାନସିକ ଭାବେ ଜଣେ ଫିଟ୍ ରହିଥାଏ।

ଆଣ୍ଟିଅକ୍ସିଡାଟ୍ସର ବ୍ୟବହାର: ଆଣ୍ଟିଅକ୍ସିଡାଟ୍ସର ବ୍ୟବହାର କଲେ ଏହା ବ୍ରେନ୍ ସେଲଗୁଡିକୁ ସକ୍ରିୟ ରଖିଥାଏ । ଫଳରେ ବୟସ ବୃଦ୍ଧି ହେଲେ ବି ଏଗୁଡିକ ସକ୍ରିୟ ଥାଆନ୍ତି । ଫଳ ଓ ପନିପରିବା, ବିଶେଷକରି କୋଳିରେ ଆଣ୍ଟିଅକ୍ସିଡାଟ୍ସର ପ୍ରଚୁର ପରିମାଣରେ ଥାଏ । ଏଗୁଡିକ ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ନାହିଁ। ସଂଯତ ଜୀବନଶୈଳୀ ଓ ଉଚିତ ଖାଦ୍ୟ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଡ଼ାର୍କ ଚକ୍ଲେଟ ଖାଆନ୍ତୁ। ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଟ୍ସ ରହିଥାଏ।

ମାଇଣ୍ଡ ଗେମ୍ସ: ଶାରୀରିକ ବ୍ୟାୟାମ ଛଡା ମନ ମସ୍ତିଷ୍କର ବି ବ୍ୟାୟାମ ହେବା ଜରୁରୀ । ଏଥିପାଇଁ କ୍ରସୱାର୍ଡ, ପଜଲ୍ସ ଓ ଅନ୍ୟାନ୍ୟ ମେମୋରି ଗେମ୍ସ ଖେଳିବା ଦରକାର । ଏସବୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ପଜଲ୍ ସଲ୍ଭ କରିବାକୁ ଚେଷ୍ଟା କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+